Advertisment

ପିକ୍‌ ଆଡ଼କୁ ମୁହାଁଉଛି ରାଜ୍ୟର ସଂକ୍ରମଣ

ପିକ୍ ସ୍ଥିତି ଆଡ଼କୁ ମୁହାଁଉଛି ଓଡ଼ିଶା। ଆଗାମୀ ୭ ରୁ ୧୦ ଦିନ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଯେହେତୁ ରାଜ୍ୟରେ ବର୍ତ୍ତମାନ ଲକଡ଼ାଉନ ସ୍ଥିତି ରହିଛି ତେଣୁ କରୋନା ସଂକ୍ରମଣ କ୍ଷେତ୍ରରେ ସମାନ୍ତରାଳ ସ୍ଥିତିରେ ରହିଛି ଓଡ଼ିଶା।

ପିକ୍‌ ଆଡ଼କୁ ମୁହାଁଉଛି ରାଜ୍ୟର ସଂକ୍ରମଣ

corona

Advertisment

ଭୁବନେଶ୍ୱର: ପିକ୍ ସ୍ଥିତି ଆଡ଼କୁ ମୁହାଁଉଛି ଓଡ଼ିଶା। ଆଗାମୀ ୭ ରୁ ୧୦ ଦିନ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଯେହେତୁ ରାଜ୍ୟରେ ବର୍ତ୍ତମାନ ଲକଡ଼ାଉନ ସ୍ଥିତି ରହିଛି ତେଣୁ କରୋନା ସଂକ୍ରମଣ କ୍ଷେତ୍ରରେ ସମାନ୍ତରାଳ ସ୍ଥିତିରେ ରହିଛି ଓଡ଼ିଶା। ଆସନ୍ତା ୭ରୁ ୧୦ ଦିନ ଭିତରେ କୋଭିଡ ପରିସଂଖ୍ୟାନ ଶୀର୍ଷକୁ ଛୁଇଁ କ୍ରମାନ୍ୱୟରେ ହ୍ରାସ ପାଇବ। ଏ ନେଇ ଆଶା ପ୍ରକଟ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର। ବର୍ତ୍ତମାନ ସବୁଠୁ ବଡ଼ କଥା, ଓଡ଼ିଶାରେ ସଂକ୍ରମଣ ହାର ୨୦ ପ୍ରତିଶତ ତଳକୁ ଆସିଛି। ଏହା ଏକ ବଡ଼ ଉପଲବ୍ଧି। ଲକଡାଉନ୍‌ ପାଇଁ ରାଜ୍ୟରେ ସଂକ୍ରମଣ ଫ୍ଲାଟ୍ ସ୍ଥିତିରେ ଅଛି। ନଚେତ ଏବେ ୨୦ରୁ ୨୫ ହଜାର ଦୈନିକ ସଂକ୍ରମଣ ବାହାରିଥାଆନ୍ତା ବୋଲି ସେ କହିଛନ୍ତି।

Advertisment

ଭୁବନେଶ୍ୱରରେ ପିଜିଟିଭ ହାର ରହିଛି ପାଖାପାଖି ୩୫ ପ୍ରତିଶତ। ତେବେ ବର୍ତ୍ତମାନ ଗ୍ରାମାଞ୍ଚଳକୁ ଫୋକସ କରିବା ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ବହୁତ ଭଲ ପଦକ୍ଷେପ। ଯଦି ୧୫ ଦିନ ପୂର୍ବରୁ ଏହି ପଦକ୍ଷେପ ନେଇ ଥାନ୍ତେ ତେବେ ଓଡ଼ିଶାରେ ଏପରି ସ୍ଥିତି ଉପୁଜି ନଥାନ୍ତା ବୋଲି ସେ କହିଛନ୍ତି।

ସେପଟେ, ରାଜ୍ୟରେ କରୋନା ଦୈନିକ ସଂକ୍ରମଣ କମିବାର ନାଁ ଧରୁନି। କିଛି ଦିନ ବ୍ୟବଧାନ ପରେ ଗତକାଲି ଦୈନିକ ସଂକ୍ରମଣ ୧୦,୩୨୧ରେ ସୀମିତ ଥିବାବେଳେ ଆଜି ପୁଣି ୧୧ ହଜାର ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୧,୦୯୯ କରୋନା ରୋଗୀ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନେର ୬୨୧୪ ଜଣ ଥିବା ବେଳେ ଲୋକାଲ କଣ୍ଟାକ୍ଟରେ ଅଛନ୍ତି ୪୮୮୫।

Advertisment

ଆଜି ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରୁ। ଖୋର୍ଦ୍ଧା ଜିଲ୍ଲାରୁ ୧୪୬୦ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି ୯୮୩ ।  ସେହିପରି ଅନଗୁଳରୁ ୫୫୨, ବାଲେଶ୍ୱରରୁ ୪୦୮, ବରଗଡରୁ ୩୩୯, ଭଦ୍ରକରୁ ୪୩୧, ବଲାଙ୍ଗିରରୁ ୨୮୮, ବୌଦ୍ଧରୁ ୨୧୩, କଟକରୁ ୮୬୭, ଦେବଗଡରୁ ୧୦୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ସେପଟେ, ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍। ଏହି କଟକଣା ଜୁନ ପହିଲା ଯାଏ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ କଟକଣାରେ ଆହୁରି କଡ଼ାକଡ଼ି ଚେକିଂ ହେବ ବୋଲି ଜଣାପଡ଼ିଛି। ଲକ୍‌ଡାଉନ୍ ୨.୦ରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ସମୟକୁ କମାଇ ଦିଆଯାଇଛି।  ଲୋକେ ସକାଳ ୭ଟାରୁ ୧୧ଟା ମଧ୍ୟରେ ନିଜର ଦରକାରୀ ସାମଗ୍ରୀ କିଣିପାରିବେ। ନିକଟସ୍ଥ ଦୋକାନକୁ ଚାଲି ଚାଲି ଯିବେ। ଏଥର ବାହାଘର ଓ ଅନ୍ୟାନ୍ୟ ଭୋଜିଭାତକୁ ମଧ୍ୟ ବାରଣ କରିଛନ୍ତି ରାଜ୍ୟ ସରକାର। ବାହାଘର, ବ୍ରତଘର, ଶୁଦ୍ଧି କାର୍ଯ୍ୟ ପାଇଁ ବି ଜାରି ହୋଇଛି କଟକଣା।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ