Advertisment

Debate Resumes on MLA Salary: ବଢ଼ିବ ନା କମିବ MLAଙ୍କ ଦରମା ? ବିଧାନସଭାରେ ପୁନଃବିଚାର ହେବ!

ବଢ଼ିବ ନା କମିବ MLAଙ୍କ ଦରମା ? ପୁଣି ଉଠିବ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ। ବିଧାନସଭାରେ ପୁନଃବିଚାର କରାଯାଇପାରେ। ବିଜେପି ବିଧାୟକ ଭାସ୍କର ମଢ଼େଇଙ୍କ ସୂଚନା। ‘ବଜେଟ୍ ଅଧିବେଶନରେ ପୁନଃବିଚାର ବିଲ୍ ଆସିପାରେ’।

Debate Resumes on MLA Salary

ବଢ଼ିବ ନା କମିବ MLAଙ୍କ ଦରମା ? Photograph: (OTV)

Advertisment

ବଢ଼ିବ କି ବିଧାୟକଙ୍କ ଦରମା? ରାଜ୍ୟରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ପୁଣି ଥରେ ଆଲୋଚନା ହୋଇପାରେ। ବିଧାୟକଙ୍କ ଦରମା ବୃଦ୍ଧି ବିଲ୍ ବିଧାନସଭାରେ ପୁନଃବିଚାର କରାଯାଇପାରେ। ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି ବିଜେପି ବିଧାୟକ ଭାସ୍କର ମଢ଼େଇ। ଗତ ଅଧିବେଶନରେ ଏନେଇ ଆଲୋଚନା ହୋଇଥିଲା। 

Advertisment

ବିଧାୟକଙ୍କ ଦରମା ଏକାବେଳେ ସାଢ଼େ ୩ ଗୁଣା ବଢ଼ି ୩ ଲକ୍ଷ ୪୫ ହଜାର ଟଙ୍କା ହେବା ନେଇ ନିଷ୍ପତ୍ତି ହୋଇଥିଲା। ହେଲେ ଏହାକୁ ନେଇ ଲୋକଙ୍କ ଭିତରେ ତ୍ରୀବ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଏହାକୁ ପୁନଃବିଚାର କରିବାକୁ ନିଷ୍ପତ୍ତି ନେଇଥିଲେ ସରକାର। 

ଏବେ ପୁଣି ଥରେ ବିଧାୟକଙ୍କ ଦରମା ବଢ଼ିବା ନେଇ ପ୍ରସ୍ତାବ ରହିଛି। ଦରମା ବଢ଼ିବ କିନ୍ତୁ ସାଢ଼େ ୩ ଲକ୍ଷ ନା ତାଠୁ କମ୍ ହେବ ସେ ନେଇ ବିଚାର ବିମର୍ଶ ହେବ ବୋଲି କହିଛନ୍ତି ଭାସ୍କର ମଢ଼େଇ। ସବୁ ଆଡ଼ୁ ସୁହାଇଲା ଭଳି ପ୍ରସ୍ତାବ ଉପରେ ଆଲୋଚନା ହେବା ବୋଲି ସେ ଦୋହରାଇଛନ୍ତି।

Advertisment

  • ବଢ଼ିବ ନା କମିବ MLAଙ୍କ ଦରମା ?
  • ପୁଣି ଉଠିବ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ
  • ବିଧାନସଭାରେ ପୁନଃବିଚାର କରାଯାଇପାରେ
  • ବିଜେପି ବିଧାୟକ ଭାସ୍କର ମଢ଼େଇଙ୍କ ସୂଚନା 
  • ସାଢ଼େ ୩ ଗୁଣା ବଢ଼ିବା ନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିଲା
  • ଦରମା ବଢ଼ି ୩ ଲକ୍ଷ ୪୫ ହଜାର ଟଙ୍କା ହେବ ନା କମିବ?
  • ସବୁ ଆଡ଼ୁ ସୁହାଇଲା ଭଳି ଦରମା ହେଉ: ଭାସ୍କର ମଢ଼େଇ
  • ‘ବଜେଟ୍ ଅଧିବେଶନରେ ପୁନଃବିଚାର ବିଲ୍ ଆସିପାରେ’
mla salary hike Odisha Politics Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ