Advertisment

Sanatan Mahakud Suspended : ସନା ମହାକୁଡ଼ଙ୍କ ସସପେଣ୍ଡକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ସନାତନ ମହାକୁଡ଼ ବିଜେଡି ବିଧାୟକଙ୍କ ସହ ବୈଠକରେ ରହୁଥିଲେ, ସହଯୋଗ କରୁଥିଲେ। ଆଜି କିଛି ଏଭଳି ଭାବେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦୁଝର ଆନନ୍ଦପୁର ବିଜେଡି ବିଧାୟକ ଅଭିମନ୍ୟୁ ସେଠି। ସନାତନ ମହାକୁଡ଼ କଣ ବିଶ୍ବାସଘାତ କାର୍ଯ୍ୟ କରିଛନ୍ତି ସେ ଜାଣିନାହାନ୍ତି।

SANA-BJD
Advertisment

ସନାତନ ମହାକୁଡ଼ ବିଜେଡି ବିଧାୟକଙ୍କ ସହ ବୈଠକରେ ରହୁଥିଲେ, ସହଯୋଗ କରୁଥିଲେ। ଆଜି କିଛି ଏଭଳି ଭାବେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦୁଝର ଆନନ୍ଦପୁର ବିଜେଡି ବିଧାୟକ ଅଭିମନ୍ୟୁ ସେଠି। ସନାତନ ମହାକୁଡ଼ କଣ ବିଶ୍ବାସଘାତ କାର୍ଯ୍ୟ କରିଛନ୍ତି ସେ ଜାଣିନାହାନ୍ତି। କିନ୍ତୁ ସେ ଦଳର ଗୋଟିଏ ଦୁଇଟି ବୈଠକ ଛାଡ଼ି ବାକୁ ସବୁ ବୈଠକକୁ ଆସୁଥିଲେ। ଦଳୀୟ କାର୍ଯ୍ୟରେ ସହଯୋଗ ବି କରୁଥିଲେ। ମୁଖ୍ୟମନ୍ତ୍ରୀ ଓ ବିଜେପିର କାର୍ଯ୍ୟକୁ ପ୍ରଶଂସା ସେ ବି କରନ୍ତି। ଭଲ କାମ କଲେ ପ୍ରଶଂସା କରାଯାଏ। ହେଲେ କାହିଁକି ତାଙ୍କୁ ନିଲମ୍ବନ କରାଯାଇଛି ସେ କଥା ଜାଣିନଥିବା ଦୋହରାଇଛନ୍ତି ଆନନ୍ଦପୁର ବିଜେଡି ବିଧାୟକ ଅଭିମନ୍ୟୁ ସେଠି।

Advertisment

ଗତକାଲି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କ ଉପରେ ଆକ୍ସନ୍ ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯଦି, ସନା ଦଳୀୟ ବୈଠକରେ ଥିଲେ, କାର୍ଯ୍ୟ କରୁଥିଲେ ତାହେଲେ ସସପେଣ୍ଡ ହେଲେ କାହିଁକି? ଖୋଦ୍ କେନ୍ଦୁଝର ଜିଲ୍ଲାର ବିଜେଡି ବିଧାୟକଙ୍କ ଏଭଳି ମନ୍ତବ୍ୟ, ପୁଣି ଥରେ ଏଇ ନିଲମ୍ବନକୁ ନେଇ ଅନେକ ପ୍ରଶ୍ନ ଛିଡ଼ା କରିଛି। 

BJD Political News Today BJD MLA Champua
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ