Advertisment

Brotherhood City on Edge: ଭସାଣ ବେଳେ ଭାଇଚାରା ସହରରେ କିଏ ବୁଣିଲା ଅଶାନ୍ତିର ମଞ୍ଜି ? ଗ୍ରାଉଣ୍ଡରେ ଘାଣ୍ଟୁଛି ପୋଲିସ

ଭାଇଚାରାର ସହର କଟକରେ ଏଥର ଦୁର୍ଗାପୂଜା ଭସାଣ ବେଳେ କାହିଁକି ହେଲା ଗଣ୍ଡଗୋଳ ? କେଉଁ ପରିସ୍ଥିତିରେ ମେଢ ଶୋଭାଯାତ୍ରାକାରୀଙ୍କୁ ଉପରେ କିଏ ଓ କେଉଁଠୁ କଲା ଆକ୍ରମଣ ? ଘଟଣାର ସପ୍ତାହେ ପରେ ଆଜି ଏସବୁ କାରଣ ଜାଣିବାକୁ ଗ୍ରାଉଣ୍ଡକୁ ଯାଇ ଘାଣ୍ଟିଛି ପୋଲିସ।

Bhasani Violence

Bhasani Violence Photograph: (OTV)

Advertisment

ଭାଇଚାରାର ସହର କଟକରେ ଗ୍ରାଉଣ୍ଡକୁ ଯାଇ ଘାଣ୍ଟିଛି ପୋଲିସ। ଘରକୁ ଘର ଖାନତଲାସୀ କରି ଏ ମାମଲାରେ ଆଉ ୩ ଜଣଙ୍କୁ ବାନ୍ଧିଛି ପୋଲିସ। ଫଳରେ ଭସାଣୀ ଗଣ୍ଡଗୋଳ ଘଟଣାରେ ଗିରଫଦାରୀଙ୍କ ସଂଖ୍ୟା ୯ରେ ପହଞ୍ଚିଛି।...
କଟକ ଦଶରା ଭସାଣ ଗଣ୍ଡଗୋଳ ପଛରେ କିଏ ? ମେଢ଼ ଶୋଭାଯାତ୍ରା ବେଳେ କିଏ କେଉଁଠୁ କରିଥିଲା ପଥର ଓ ବୋତଲ ମାଡ଼ ? ଭାଇଚାରା ସହରରେ ଅଶାନ୍ତି ପଛର କାରଣ କଣ ? କଟକ ଭସାଣ ଗଣ୍ଡଗୋଳ ଘଟଣାର ସପ୍ତାହେ ପରେ ଗ୍ରାଉଣ୍ଡରେ ପୋଲିସ ଟିମ୍।

Advertisment

ହାତୀ ପୋଖରୀ ଏବଂ କଦମ ଏ ରସୁଲ ଅଞ୍ଚଳରେ ଘର ଘର ବୁଲି ଖାନତଲାସି। କେନ୍ଦ୍ରୀୟ ଫୋର୍ସ ସହ ୨ ଜଣ ଏସିପି ଓ ୩ ଜଣ ଆଇଆଇସି ଆଜି ଗଳିକୁ ଗଳି ଆଉ ଘରକୁ ଘର ବୁଲି କରିଛନ୍ତି ଯାଞ୍ଚ୍। ସେଦିନ ଅଧରାତିରେ ମେଢ ଶୋଭାଯାତ୍ରା ବେଳେ ଶୋଭାଯାତ୍ରାକାରୀଙ୍କ ଉପରେ କିଏ କରିଥିଲା ପଥର ମାଡ଼। ଏହାର ପ୍ରଥମ ଉତ୍ସ କେଉଁଠି ଥିଲା, ତାକୁ ଗ୍ରାଉଣ୍ଡରେ ପରଖିଛି ପୋଲିସ ଟିମ୍। ଘର ଘରେ ଯାଞ୍ଚ୍ ସହ ଏକାଧିକ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଇଛି।

ଆଉ ଠୋସ୍ ପ୍ରମାଣ ପରେ ମାମଲାରେ ଆଉ ୩ ଜଣଙ୍କୁ ଉଠାଇ ଆଣି ପରେ ଗିରଫ କରିଛି ପୋଲିସ। ପୂର୍ବରୁ ଏ ଘଟଣାରେ ପୋଲିସ 6 ଜଣ ଆକ୍ରମଣକାରୀଙ୍କୁ ଗିରଫ କରିଥିବା ବେଳେ ଏବେ ସଂଖ୍ୟା ପହଞ୍ଚିଛି 9ରେ। ଅନୁସନ୍ଧାନ ଚାଲିଥିବାରୁ ଆଗକୁ ଗିରଫଦାରୀ ସଂଖ୍ୟା ଆହୁରି ବଢିବ ବୋଲି ସୂଚନା ଦେଇଛି ପୋଲିସ।

Advertisment

ସେପଟେ ଆଗକୁ ଯେପରି ସାମ୍ପ୍ରଦାୟିକ ସଦଭାବନା ପ୍ରଭାବିତ ନହେବ, ସେଥିପାଇଁ କୈଣସି ଗୁଜବ କିମ୍ବା ମିଥ୍ୟା ସୂଚନାରେ ବିଶ୍ୱାସ ନକରିବାକୁ ଅପିଲ କରିଛନ୍ତି କଟକ ଡିସିପି। ଗୁଜବ ସୃଷ୍ଟିକାରୀଙ୍କ ସମ୍ପର୍କରେ ସୂଚନା ଦେବାକୁ ପୋଲିସ ଜାରି କରିଛି ଦୁଇଟି ହ୍ବାଟସ୍ ଆପ୍ ନମ୍ବର (୭୩୨୮୦୭୭୩୪୨ , ୮୪୮୦୫୧୩୦୦୭) ।

କଟକରେ ଶାନ୍ତି ଫେରୁଥିବା ବେଳେ ମାମଲା ଉପରେ ମନ୍ତବ୍ୟ ରଖି ଚର୍ଚ୍ଚାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଘଟଣାରେ ରାଜନୈତିକ ରୁଟି ସେକିବାକୁ ଚେଷ୍ଟା କରି ସିଧା ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରିଛନ୍ତି ମମତା। କହିଛନ୍ତି ବିଜେପି ସରକାର ଜାଣିଶୁଣି ଏଭଳି କାଣ୍ଡ ଭିଆଇଛନ୍ତି। କଟକ ଆଜି ଜଳୁଛି ଏବଂ ବଜରଙ୍ଗ ଦଳ ଓ ବିଜେପି ଦେଶକୁ ଶେଷ କରି ଦେବ।

Advertisment

ଆଉ ଏପଟେ ମମତାଙ୍କ ଏ ଆକ୍ଷେପର କଡ଼ା ଜବାବ ରଖିଛନ୍ତି ଆଇନ୍ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ଜଣେ ମୁଖ୍ୟମନ୍ତ୍ରୀ ଏଭଳି ବକ୍ତବ୍ୟ ଦେଇ ହିଂସା ପ୍ରବର୍ତ୍ତାଇବା ଦୁର୍ଭାଗ୍ୟଜନକ। ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ଧ୍ବସ୍ତ ହୋଇଥିବା ବେଳେ ମମତାଙ୍କ ଟିପ୍ପଣୀ ଓଡ଼ିଶାବାସୀ ଆଶା କରୁନାହାନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ। 

ଏଣେ ଦଶରା ପରେ ଆଗକୁ ଆସୁଛି କାଳିପୂଜା ଓ କାର୍ତ୍ତିକେଶ୍ୱର ପୂଜା। ଏଥିପାଇଁ କଟକରେ ଗଳି ଗଳିରେ ଚାଲଛି ପ୍ରସ୍ତୁତି। ହେଲେ ଏ ପୂଜା ପାଇଁ ଜିଲ୍ଲା ପ୍ରଶାସନ ଓ ଶାନ୍ତି କମିଟି ମଧ୍ୟରେ ବୈଠକଟିଏ ବସି ନଥିବାରୁ ପୂଜା କମିଟି କର୍ମକର୍ତ୍ତାଙ୍କୁ ଘାରିଛି ଶାନ୍ତିପୂର୍ଣ୍ଣ ଭସାଣ ଓ ଶୋଭାଯାତ୍ରା ଚିନ୍ତା।

Cuttack Police Curfew
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ