Advertisment

କ୍ୱାରେଣ୍ଟିନ୍ ସେଣ୍ଟରରୁ ଅନ୍ତେବାସୀ ନିଖୋଜ

ଗଜପତି ଜିଲ୍ଲା ମୋହନା ଲୁହାଗୁଡ଼ି କ୍ୱାରେଣ୍ଟିନ୍ ସେଣ୍ଟରରୁ ଜଣେ ଅନ୍ତେବାସୀ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ସଂପୃକ୍ତ ଅନ୍ତେବାସୀଜଣଙ୍କ ଦମାଦୁଆ ପଂଚାୟତ ଘାସପଦା ଗାଁର ନରେନ୍ଦ୍ର ବିଶୋଇ ବୋଲି ଜଣାପଡ଼ିଛି। ସେ ଗତ ୯ ତାରିଖରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶରୁ ଆସିଥିଲେ।

ଅଦ୍ୟତନ ହୋଇଛି
କ୍ୱାରେଣ୍ଟିନ୍ ସେଣ୍ଟରରୁ ଅନ୍ତେବାସୀ ନିଖୋଜ

qurantine center

Advertisment

ମୋହନା: ଗଜପତି ଜିଲ୍ଲା ମୋହନା ଲୁହାଗୁଡ଼ି କ୍ୱାରେଣ୍ଟିନ୍ ସେଣ୍ଟରରୁ ଜଣେ ଅନ୍ତେବାସୀ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ସଂପୃକ୍ତ ଅନ୍ତେବାସୀଜଣଙ୍କ ଦମାଦୁଆ ପଂଚାୟତ ଘାସପଦା ଗାଁର ନରେନ୍ଦ୍ର ବିଶୋଇ ବୋଲି ଜଣାପଡ଼ିଛି। ସେ ଗତ ୯ ତାରିଖରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶରୁ ଆସିଥିଲେ। ଅନ୍ୟଅନ୍ତେବାସୀଙ୍କ ଭଳି ସେ ବି ଏହି କ୍ୱାରେଣ୍ଟିନ୍ ସେଣ୍ଟରରେ ରହିଥିଲେ। ଗତ ମଙ୍ଗଳବାରଠାରୁ ସେ ନିଖୋଜ ହୋଇଯାଇଛନ୍ତି। କ୍ୱାରେଣ୍ଟିନ୍ ସେଣ୍ଟରରୁ ଫେରାର ହେବା ଫଛରେ କଣ କାରଣ ରହିଛି ତାହା ଜଣା ପଡି ନ ଥିବା ବେଳେ ନିଖୋଜ ଅନ୍ତେବାସୀକୁ ଖୁବ ଶୀଘ୍ର ଖୋଜି ଆଣିବା ପାଇଁ ପ୍ରୟାସ ଆରମ୍ଭ କରାଯାଉଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ସେପଟେ ଘଟଣା ସ୍ଥଳରେ ବିଡ଼ିଓ ପହଂଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଅନ୍ତେବାସୀ ନିଖୋଜ ନେଇ ମୋହନା ଥାନାରେ ଅଭିଯୋଗ ହୋଇଛି। ଖୁବଶୀଘ୍ର ତାକୁ ଉଦ୍ଧାର କରିବା ସହ କ୍ୱାରେଣ୍ଟିନ ସେଣ୍ଟରରେ ଯେଭଳି ଆଗକୁ ଏଭଳି ଘଟଣାର ପୁନରାବୃତ୍ତି ନହୁଏ ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ତେବେ ସରକାରଙ୍କ ନିୟମ ଅନୁସାରେ ଯେଉଁମାନେ ବାହାର ରାଜ୍ୟରୁ ଫେରୁଛନ୍ତି ସେମାନଙ୍କୁ କ୍ୱାରେଣ୍ଟାଇନ୍‌ ସେଂଟରରେ ରଖାଯାଉଛି। କାରଣ ରାଜ୍ୟରେ କ୍ରମାଗତ ଭାବରେ କରୋନା ଗ୍ରାଫ୍‌ ଉପରମୁହାଁ  ରହୁଛି। କହିବାକୁ ଗଲେ ରାଜ୍ୟରେ କରୋନାର ବିସ୍ପୋରକ ସ୍ଥିତିରେ ରହିଛି । ୫ ଜଣଙ୍କୁ ପରୀକ୍ଷା କଲେ ଜଣେ ପଜିଟିଭ ଚିହ୍ନଟ ହେଉଛନ୍ତି। ଖୋର୍ଦ୍ଧା, ସୁନ୍ଦରଗଡ଼ ସମେତ ୮ଟି ଜିଲ୍ଲାରେ ତ ସ୍ଥିତି ଉଦବେଗଜନକ ରହିଛି। ଏସବୁ ଦୃଷ୍ଟିରୁ ଆଗକୁ ପ୍ରତିଦିନ ୬୦ ହଜାର ଟେଷ୍ଟିଂ ପାଇଁ ଲକ୍ଷ୍ୟ ରଖିବା ସହ ଏବେଠୁ ତୃତୀୟ ଲହରକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର। ୭ ରେ ୧୨ ହଜାର ଡେଇଁଥିବା ସଂକ୍ରମିତଙ୍କ ସଂଖ୍ୟା ୩ ଦିନ ଧରି ୧୦ ହଜାର ଉପରେ ଟ୍ରେଣ୍ଡ କରିବା ପରେ ପହରଦିନ ଟିକେ ତଳକୁ ଖସିଥିଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ହେଲେ ଆଜି ପୁଣି ଥରେ ୧୦ ହଜାର ଉପରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା।

Advertisment

ତେବେ ଓଡ଼ିଶାକୁ ଫେରିବାରେ ଲାଗିଛନ୍ତି ହଜାର ହଜାର ପ୍ରବାସୀ ଓଡ଼ିଆ। ହେଲେ କିଛି ସ୍ଥାନରେ କ୍ୱାରେଣ୍ଟାଇନ୍ ବ୍ୟବସ୍ଥାକୁ ନେଇ ଉପୁଜିଛି ଅସନ୍ତୋଷ। କେଉଁଠି ନିମ୍ନମାନର ଖାଦ୍ୟ ଦିଆଯାଉଛି ତ ଆଉ କେଉଁଠି କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି। କ୍ୱାରେଣ୍ଟାଇନ୍ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଜାହିର ପୂର୍ବବର୍ଷ ମଧ୍ୟ ଖାଦ୍ୟ ଫୋପାଡ଼ି ଦେଇଥିଲେ ପ୍ରବାସୀ। କ୍ୱାରେଣ୍ଟିନ୍ ସେଣ୍ଟରରୁ ମୁହଁ ମୋଡ଼ି ଫେରିଯଇଥିଲେ ଗାଁକୁ। ଗଂଜାମ ଜିଲ୍ଲାର ସୁରତ ଫେରନ୍ତା ଖାଦ୍ୟପେୟକୁ ନେଇ ହଙ୍ଗାମା ମଚାଇବା ପରେ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚାଲି ଚାଲି ଗାଁକୁ ଫେରିଯାଇଥିବା ଦେଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ