Missing Photograph: (OTV)
କୁଆଡ଼େ ଗଲେ ବଲାଙ୍ଗୀରର ଆକାଶ ବାଗ ଓ ତାଙ୍କ ନାବାଳିକା ବାନ୍ଧବୀ ? ତିନି ଦିନ ହେଲା କେଉଁଠି ଅଛନ୍ତି ଉଭୟ ? ଗତକାଲି ଆକାଶଙ୍କ ଚପଲ ମିଳିବା ପରେ ଘନେଇଛି ନାନା ଆଶଙ୍କା । ପୁଅକୁ ହତ୍ୟା କରାଯାଇଥିବା ନେଇ ସାଂଘାତିକ ଅଭିଯୋଗ କରିଛନ୍ତି ଆକାଶଙ୍କ ବାପା ।
ଅଭିଯୋଗ ଅନୁସାରେ, ଗତ ଶନିବାର ଦିନ ସ୍ଥାନୀୟ ITI କଲୋନୀର ଆକାଶ ବାଗ ସେହି ଅଞ୍ଚଳର ଜଣେ ନାବାଳିକା ବାନ୍ଧବୀଙ୍କ ସହ କଥାବାର୍ତ୍ତା କରୁଥିଲେ। ଏହାକୁ ନେଇ ନାବାଳିକାଙ୍କ ପରିବାର ଆକାଶଙ୍କୁ ଧମକ ଦେଇଥିଲେ। ଘଟଣା ପରଠୁ ଆକାଶଙ୍କର ଆଉ ପତ୍ତା ମିଳୁନି। ଏମିତିକି ନାବାଳିକା ଜଣକଙ୍କର ବି କୌଣସି ଖୋଜଖବର ନାହିଁ ।
ଆକାଶଙ୍କୁ ନାବାଳିକାଙ୍କ ପରିବାର ଲୋକେ ହତ୍ୟା କରିଥିବା ଆଶଙ୍କା କରୁଛନ୍ତି ପରିବାର ଲୋକେ । ସେପଟେ ସଂପୃକ୍ତ ନାବାଳିକାଙ୍କ ପରିବାର ପକ୍ଷରୁ ମଧ୍ୟ ଝିଅ ନିଖୋଜ ଥିବା ନେଇ ଥାନାରେ ଏତଲା ହୋଇଛି । ବଲାଙ୍ଗୀର ସଦର ଓ ଲକ୍ଷ୍ମୀଜୋର ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛନ୍ତି | ଏନେଇ ପୋଲିସ୍ କିମ୍ବା ନାବାଳିକାଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନି।
୩ ଦିନ ହେଲା ନାବାଳିକା ଓ ଯୁବକ ନିଖୋଜ
ନିଖୋଜ ଯୁବକ ଆକାଶଙ୍କର ମିଳିଲା ଚପଲ
ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ
ନାବାଳିକାଙ୍କ ବି ମିଳୁନି କୌଣସି ଖୋଜଖବର
ଶନିବାର ଉଭୟଙ୍କ କଥାବାର୍ତ୍ତା ପରେ ବିଗିଡ଼ିଥିଲେ ପରିବାର
ନାବାଳିକାଙ୍କ ପରିବାର ବିରୋଧରେ ଅଭିଯୋଗ
ଘଟଣାର ତଦନ୍ତ କରୁଛି ବଲାଙ୍ଗିର ପୋଲିସ୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/27/missing-2026-01-27-14-03-45.jpg)