Advertisment

Website Failures Aspirants Struggle to Apply: ଲକ୍ଷ ଲକ୍ଷ ଆଶାୟୀ ପରୀକ୍ଷାର୍ଥୀ ଆଶଙ୍କାରେ; ଧୀମାରେ ଚାଲୁଛି OSSC ୱେବସାଇଟ୍

ଲକ୍ଷ ଲକ୍ଷ ଆଶାୟୀ ପରୀକ୍ଷାର୍ଥୀ ଆଶଙ୍କାରେ। ବୈଷୟିକ ତ୍ରୁଟି ପାଇଁ ଧୀମାଗତିରେ ଚାଲୁଛି OSSC ୱେବସାଇଟ୍। ଆବେଦନ କରିପାରୁ ନାହାଁନ୍ତି କି ଆବେଦନ ପତ୍ରକୁ ସଂଶୋଧନ ବି କରିପାରୁନାହାନ୍ତି।

Website Failures Aspirants Struggle to Apply

ଲକ୍ଷ ଲକ୍ଷ ଆଶାୟୀ ପରୀକ୍ଷାର୍ଥୀ ଆଶଙ୍କାରେ Photograph: (OTV)

Advertisment

ନିଯୁକ୍ତି ଭିତ୍ତିକ ପରୀକ୍ଷାରେ ଆବେଦନକୁ ନେଇ ତ୍ରୁଟି। OSSC ଏବଂ OSSSC ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ପାଇଁ ଦିନ ସରି ଆସୁଥିବା ବେଳେ ୱେବସାଇଟ୍ ଖୋଲୁ ନଥିବାରୁ ଆବେଦନକାରୀଙ୍କ ଚିନ୍ତା ବଢିଯାଇଛି। ଏପରିକି ପରିକ୍ଷା ଫି ଦାଖଲ ସମୟରେ ୱେବସାଇଟ୍ ସର୍ବର ଡାଉନ ହୋଇଯାଉଛି ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟିଯାଉଛି ହେଲେ ଆପ୍ଲିକେସନ ଦେଖାଯାଉନଥିବାରୁ ଆଶାୟୀଙ୍କ ହୋସ ଉଡିଯାଉଛି । ତେବେ ଏନେଇ ନିୟୋଜନ ସଂସ୍ଥା ମୁହଁ ଖୋଲୁନଥିବା ବେଳେ ପୂର୍ବତନ ଶାସନ ମୁଖ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି।

Advertisment


ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ଦ୍ବାରା ପ୍ରକାଶିତ CGL ପରୀକ୍ଷା ବିଜ୍ଞପ୍ତିକୁ ନେଇ ଏମିତି ଚିନ୍ତାରେ ଆଶାୟୀ । ଗ୍ରୁପ ବି ଓ ଗ୍ରୁପ ସିର ୧ ହଜାର ୫୭୬ ପୋଷ୍ଟ ଲାଗି ହେଉଛି କମବାଇନଡ୍ ଗ୍ରାଜୁଏଟ ଲେବଲ ରିକ୍ରୁଟମେଣ୍ଟ । ଏଥିପାଇଁ ଗତ ୧୯ ତାରିଖରୁ ଆରମ୍ଭ ହୋଇଥିଲା ଅନଲାଇନ ରେଜିଷ୍ଟ୍ରେସନ୍ । ଆସନ୍ତା ୧୮ ତାରିଖରେ ରେଜିଷ୍ଟ୍ରେସନର ଶେଷ ତାରିଖ ଥିବା ବେଳେ ଆବେଦନ ଦାଖଲର ଶେଷ ତାରିଖ ହେଉଛି ୨୧ ଜାନୁୟାରୀ । 

ତେବେ OSSC ୱେବ୍ ସାଇଟରେ ସମସ୍ୟା ଯୋଗୁ ଯେଉଁମାନେ ରେଜିଷ୍ଟ୍ରେସନ କରିଦେଇଛନ୍ତି ଏବେ ସେମାନେ ଆଉ ଆବେଦନ କରିପାରୁ ନ ଥିବା ଅଭିଯୋଗ ହୋଇଛି । ୱେବସାଇଟ୍ ଧିମାଗତିରେ ଚାଲୁଥିବାରୁ ଆଶାୟୀମାନେ ରାତି ଉଜାଗର ହୋଇ ଆବେଦନ ପାଇଁ ଅପେକ୍ଷା କରି ରହୁଛନ୍ତି । ତଥାପି ଏହା ସମ୍ଭବ ହେଉ ନ ଥିବା କହିଛନ୍ତି ଆବେଦନକାରୀ । ପଞ୍ଜିକରଣ କରିଥିବା ଡ୍ରାଫ୍ଟ ମଧ୍ୟ ସାଇଟରେ ଦୃଶ୍ୟମାନ ହେଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି । 

Advertisment


ସମାନ ଅବସ୍ଥା ଓଡିଶା ଅଧସ୍ଥନସ୍ତ କର୍ମଚାରୀ ନିୟୋଜନ ସଂସ୍ଥା ବା OSSSC ରେ । ଗତ ଡିସେମ୍ବର ୩୦ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଗତ ୭ ତାରିଖରୁ ଅଲାଇନ୍ ରେଜିଷ୍ଟ୍ରେସନ ପ୍ରକ୍ରୀୟା ଆରମ୍ଭ ହୋଇଛି । ଏଥିରେ RI, ARI, ଅମିନ ଏବଂ ICDS ସୁପରଭାଇଜର ଭଳି ଏକାଧିକ ପଦବୀ ପାଇଁ ଶେଷ ତାରିଖ ଆସନ୍ତା ୩୧ ତାରିଖ ରହିଥିବା ବେଳେ ଏସବୁପାଇଁ ବି ପଞ୍ଜିକରଣ ହେବାରେ ସମସ୍ୟା ଭୋଗୁଛନ୍ତି ଆଶାୟୀ । 

ତେଣେ ପୂର୍ବତନ ମୁଖ୍ୟ ଶାସନ ସଚିବ ଏହାକୁ ନେଇ କହିଛନ୍ତି, ବହୁ ସଂଖ୍ୟାରେ ଆବେଦନ ହେଉଥିବା ବେଳେ ସେହି ଅନୁପାତରେ ବ୍ୟାଣ୍ଡୟୁଥ ବଢାଇବା ଦରକାର । ଯଦି ସମସ୍ୟା ହେଉଛି ତେବେ ସଂପୃକ୍ତ ବିଭାଗ ଅଧିକାରୀ NIC ସହ ଯୋଗାଯୋଗ କରିବା କଥା । ସେପଟେ ଅଭିଯୋଗକୁ ନେଇ OSSC ଏବଂ OSSSC କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । 

Advertisment

କେତେବେଳେ ପରୀକ୍ଷାର ବିଭ୍ରାଟ ତ ପୁଣି କେତେବେଳେ ରେଜଲ୍ଟକୁ ନେଇ ଅଡୁଆରେ OSSC ଏବଂ OSSSC। ଅପବାଦର ପାହଡ ମୁଣ୍ଡାଇଥିବା ଏହି ଦୁଇ ଚୟନକାରୀ ସଂସ୍ଥା ବିରୁଦ୍ଧରେ ଅଭିଯୋଗ ଥମିବାରେ ନାଁ ନେଉନି। ପୁଣି ଏବେ ଆଶାୟୀଙ୍କ ଏହି ନୂଆ ଅଭିଯୋଗ ପରେ କ’ଣ ପଦକ୍ଷେପ ନେଉଛି ନିଯୋଜନ ସଂସ୍ଥା, ତା ଉପରେ ନଜର। 

OSSC Jobs OSSC Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ