water logging
Advertisment
ଭୁବନେଶ୍ୱର : ଅସରାଏ ପାଣିରେ ବେହାଲ ରାଜଧାନୀ ଭୁବନେଶ୍ୱର। ପଦାରେ ପଡିଛି ସ୍ମାର୍ଟ ସିଟିର ଅସଲ ଚିତ୍ର। ଆଜି ଅସରାଏ ବର୍ଷାରେ ରାଜଧାନୀର ଅନେକ ସ୍ଥାନ ପାଲଟି ଯାଇଛି ଜଳାର୍ଣ୍ଣବ।
Advertisment
ଖୋଦ୍ କମିଶନରେଟ୍ ପୁଲିସ ଅଫିସ ଆଗରେ ସୃଷ୍ଟି ହୋଇଛି ଜଳାଶୟ। ସେହିପରି ନୟାପଲ୍ଲୀ ବେହେରାସାହି, ଲକ୍ଷ୍ମୀସାଗର ଆଦି ଅଞ୍ଚଳରେ ରାସ୍ତା ଉପରେ ଚାଲୁଛି ଆଣ୍ଠୁଏ ଆଣ୍ଠୁଏ ପାଣି।
ଏଥିପାଇଁ ସ୍କୁଲ ପିଲା ଠାରୁ ଆରମ୍ଭ କରି ରୋଗୀ, ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି।
Advertisment