Advertisment

Violent Clash Erupts Between Tourist Groups: ଇକୋ ପର୍ଯ୍ୟଟନ ସ୍ଥଳରେ ପର୍ଯ୍ୟଟକ ଗୋଷ୍ଠୀ ମଧ୍ୟରେ ପ୍ରବଳ ଗଣ୍ଡଗୋଳ

କନ୍ଧମାଳ ଜିଲ୍ଲା ରାଇକିଆ ମଣ୍ଡାସରୁ ଇକୋ-ଟୁରିଜିମ ପର୍ଯ୍ୟଟନ ସ୍ଥଳରେ ପର୍ଯ୍ୟଟକ ଭୋଜିଭାତ କରୁଥିବା ସମୟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପ୍ରବଳ ମାରପିଟ ଘଟଣାରେ ସ୍ଥାନୀୟ ରାଇକିଆ ଅଂଚଳର ୫ ସ୍ଥାନୀୟ ପର୍ଯ୍ୟଟକ ଆହତ ହୋଇଛନ୍ତି।

Violent Clash Erupts Between Tourist Groups

ଇକୋ ପର୍ଯ୍ୟଟନ ସ୍ଥଳରେ ପର୍ଯ୍ୟଟକ ଗୋଷ୍ଠୀ ମଧ୍ୟରେ ପ୍ରବଳ ଗଣ୍ଡଗୋଳ Photograph: (OTV)

Advertisment

ପର୍ଯ୍ୟଟନ ସ୍ଥଳୀରେ ତୁମୁଳକାଣ୍ଡ! ଦୁଇ ପର୍ଯ୍ୟଟକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ। ଥର ଓ ଟ୍ରାଭେଲ ଗାଡି ଭଙ୍ଗାରୁଜା ସହ ମାମଲା ଥାନାରେ ପହଞ୍ଚିଛି।

Advertisment

କନ୍ଧମାଳ ଜିଲ୍ଲା ରାଇକିଆ ମଣ୍ଡାସରୁ ଇକୋ-ଟୁରିଜିମ ପର୍ଯ୍ୟଟନ ସ୍ଥଳରେ ପର୍ଯ୍ୟଟକ ଭୋଜିଭାତ କରୁଥିବା ସମୟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପ୍ରବଳ ମାରପିଟ ଘଟଣାରେ ସ୍ଥାନୀୟ ରାଇକିଆ ଅଂଚଳର ୫ ସ୍ଥାନୀୟ ପର୍ଯ୍ୟଟକ ଆହତ ହୋଇଛନ୍ତି। ଏହା ସହ ସେମାନଙ୍କୁ ଆକ୍ରମଣ କରିଥିବା ଭୁବନେଶ୍ୱରର ୬ ପର୍ଯ୍ୟଟକଙ୍କୁ ରାଇକିଆ ପୋଲିସ ଅଟକ ରଖି ତଦନ୍ତ ଜାରି ରହିଛି।

ଏହି ତୁମୁଳକାଣ୍ଡ ପରେ ସ୍ଥାନୀୟ ରାଇକିଆ ଅଂଚଳର ପର୍ଯ୍ୟଟକ ଭୁବନେଶ୍ୱର ଆସିଥିବା ପର୍ଯ୍ୟଟକଙ୍କ ଗୋଟିଏ ଥର ଓ ଟ୍ରାଭେଲ ଗାଡିର କାଚ ଭାଙ୍ଗି ଚୁରମାର କରି ଦେଇଛନ୍ତି। ସୂଚନା ଅନୁଯାୟୀ, ରବିବାର ମଣ୍ଡାସରୁ କୁଟିଠାରେ ଭୁବନେଶ୍ୱର ଓ ରାଇକିଆ ଅଂଚଳର ଉଭୟ ଗୋଷ୍ଠୀ ଭୋଜିଭାତ କରୁଥିଲେ। ଭୁବନେଶ୍ୱରରୁ ଆସିଥିବା ପର୍ଯ୍ୟଟକ ମଦ୍ୟପାନ କରି ସ୍ଥାନୀୟ ରାଇକିଆ ଅଞ୍ଚଳର ପର୍ଯ୍ୟଟକଙ୍କୁ ଅଂଶ୍ଳୀଳ ଇଙ୍ଗିତ କରୁଥିଲେ। ଏପରି ନ କରିବାକୁ ସ୍ଥାନୀୟ ପର୍ଯ୍ୟଟକ ସେମାନଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ଶୁଣି ନଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହେବା ସହ ଭୁବନେଶ୍ୱରରୁ ଆସିଥିବା ପର୍ଯ୍ୟଟକ ରାଇକିଆ ଅଂଚଳର ପର୍ଯ୍ୟଟକଙ୍କୁ ପ୍ରବଳ ମାଡ଼ ମାରି ଲହୁଲୁହାଣ କରି ପକାଇ ଥିଲେ। 

Advertisment
Kandhamal Odisha Crime Tourist
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ