Advertisment

Violence at Picnic Spot : ଦାରିଙ୍ଗବାଡ଼ିରେ ପୁଣି ଦୁଇ ଗୋଷ୍ଠୀ ମୁହାଁମୁହିଁ, ଲହୁଲୁହାଣ ଅନେକ

ପିକନିକ୍ ସ୍ପଟରେ ବିଗୁଡ଼ୁଛି ସ୍ଥିତି । ଦାରିଙ୍ଗବାଡ଼ିରେ ପୁଣି ଦୁଇ ଗୋଷ୍ଠୀ ମୁହାଁମୁହିଁ। ମହିଳାଙ୍କୁ ଅଶ୍ଲୀଳ ଇଙ୍ଗିତ ପରେ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ। ରକ୍ତାକ୍ତ ସଂଘର୍ଷ, ଲହୁଲୁହାଣ ଅନେକ।

live04
Advertisment

ପୁଣି ଥରେ ହାତାହାତି ପର୍ଯ୍ୟଟକ। କନ୍ଧମାଳ ଦାରିଙ୍ଗବାଡ଼ି ଡୁଲୁରୀ ପାଇନ୍ ପିକନିକ ସ୍ପଟରେ ପୁଣି ଥରେ ଉଭୟ ପର୍ଯ୍ୟଟକଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ଦେଖିବାକୁ ମିଳିଛି। ମଦ୍ୟପାନ ଓ ମହିଳା ମାନଙ୍କୁ ଅଂଶୀଳ ଇଙ୍ଗିତ କରିବା ଘଟଣାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଛି।

Advertisment

କିଛି ଦୁବୁର୍ତ୍ତ ମଦ୍ୟପାନ କରି ମହିଳାଙ୍କୁ ଅଂଶୀଳ ଇଙ୍ଗିତ କରି କଟକ, ଭୁବନେଶ୍ୱରରୁ ଆସିଥିବା ପର୍ଯ୍ୟଟକଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି। ଏମିତି କି ଆକ୍ରମଣକାରୀ ମାନେ ତଳେ ପକେଇ ପିଟିଥିଲେ। ଖବର ପାଇ ଦାରିଙ୍ଗବାଡ଼ି ପୋଲିସ୍ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିଲା।

Violence Odisha Picnic Spots Daringbadi Police Station Daringbadi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ