Advertisment

ସଠିକ୍‌ ସମୟରେ ଟିକା ମିଳୁନି : ଦ୍ୱନ୍ଦ୍ୱରେ ଲୋକେ

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ଟିକାକରଣ। ଭ୍ୟାକ୍ସିନେସନ କେନ୍ଦ୍ର ସାମ୍ନାରେ ଲୋକଙ୍କ ଭିଡ଼ ପ୍ରବଳ ଦେଖିବାକୁ ମିଳିଛି। କିନ୍ତୁ ଠିକରେ ବ୍ୟବସ୍ଥା କରାଯାଇଥିବାରୁ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି। ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

ସଠିକ୍‌ ସମୟରେ ଟିକା ମିଳୁନି : ଦ୍ୱନ୍ଦ୍ୱରେ ଲୋକେ

Corona Vaccine Update

Advertisment

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ଟିକାକରଣ। ଭ୍ୟାକ୍ସିନେସନ କେନ୍ଦ୍ର ସାମ୍ନାରେ ଲୋକଙ୍କ ଭିଡ଼ ପ୍ରବଳ ଦେଖିବାକୁ ମିଳିଛି। କିନ୍ତୁ ଠିକରେ ବ୍ୟବସ୍ଥା କରାଯାଇଥିବାରୁ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି। ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଲୋକେ ଅଭିଯୋଗ କରିଛନ୍ତି, ପ୍ରଥମ ଡୋଜ୍ ନେଇ ଦ୍ୱିତୀୟ ଡୋଜର ସମୟ ହୋଇଥିଲେ ମଧ୍ୟ ସେମାନଙ୍କୁ ଟିକା ମିଳୁନି। କାହାକୁ ଭ୍ୟାକ୍ସିନ ଦିଆଯାଉଛି, କାହାକୁ ଦିଆଯାଉନି ତାହା ମଧ୍ୟ ସ୍ପଷ୍ଟ ଭାବେ ଜଣାପଡୁନି। କେତେକ ଲୋକେ ସକାଳୁ ଅପେକ୍ଷା କରି କରି ହାଲିଆ ହୋଇଯାଉଥିଲେ ମଧ୍ୟ ଶେଷରେ ସେମାନଙ୍କୁ କୁହାଯାଉଛି ଟିକା ସରିଗଲାଣି, ଆଜି ଆଉ ହେବନି। ସମସ୍ୟା ହେଲା, ଯେଉଁ ସମୟ ମଧ୍ୟରେ ଦ୍ୱିତୀୟ ଡୋଜ୍ ନେବା କଥା ସେହି ସମୟ ସରି ସରି ଆସୁଛି। ବାଲେଶ୍ୱରରେ ୫ ଦିନ ପରେ ଆଜି ଟିକାକରଣ ଚାଲିଥିବା ବେଳେ କଟକରେ ମଧ୍ୟ ସେହି ଭଳି ପରିସ୍ଥିତି ଦେଖିବାକୁ ମିଳିଛି।

Advertisment

ତେବେ କୋଭିଡ୍ ସଂକ୍ରମଣର ସୁନାମି ଭିତରେ ଟିକାର ଅଭାବ ଦେଖାଦେଇଛି। ଏଥିଯୋଗୁଁ  ଏପ୍ରିଲ ୨୯ରେ ରାଜ୍ୟର ୧୨ ଜିଲ୍ଲାରେ ଟିକାକରଣ ପ୍ରକ୍ରିୟା ପୁରାପୁରି ବନ୍ଦ ରହିଥିଲା। ଭୁବନେଶ୍ୱର ସମେତ କେବଳ ୩୦୨ଟି କେନ୍ଦ୍ରରେ ଟିକାକରଣ କେବଳ ହୋଇଥିଲା। ସେପଟେ ଯୁବବର୍ଗଙ୍କ ଲାଗି ଉଦ୍ଦିଷ୍ଟ ତୃତୀୟ ପର୍ଯ୍ୟାୟ ଟିକାକରଣ ଲାଗି ପଞ୍ଜିକରଣ ପ୍ରକ୍ରିୟା  ଜାରି ରହିଛି। ସେପଟେ କେଉଁ ପର୍ଯ୍ୟାୟରେ କେତେ ଟିକା ଦେବେ ସେନେଇ ଦୁଇ ଟିକା ଉତ୍ପାଦନକାରୀ କଂପାନୀକୁ ଚିଠି ବି ଲେଖିଥିଲା ସ୍ୱାସ୍ଥ୍ୟ ବିଭାଗ।

ବାରିପଦାରୁ ବାଲେଶ୍ୱର, କଟକରୁ କୋରାପୁଟ ସବୁଠି ସମାନ ଚିତ୍ର ଦେଖିବାକୁ ମିଳୁଛି। ଟିକାର ଅଭାବ ଯୋଗୁଁ ଟିକାକରଣ ଅଭିଯାନରେ ବାଧା ଉପୁଜିଛି। ସ୍ଥିତି ଏମିତି ହେଲାଣି ଯେ, ଅନେକ ସ୍ଥାନରେ ବନ୍ଦ ରହିଛି କୋଭିଡ୍ ଭ୍ୟାକ୍ସିନେସନ୍। ଫଳରେ ଟିକା ନେବାକୁ ଆସିଥିବା ଲୋକେ ନିରାଶ ହୋଇ ଫେରିଛନ୍ତି।

Advertisment

ଏପଟେ, ରାଜ୍ୟରେ ଊର୍ଦ୍ଧ୍ୱମୁଖୀ କୋଭିଡ୍ ସଂକ୍ରମଣବେଳେ ଟିକାକୁ ନେଇ ବି ବିଗତଦିନରେ ଉପରମୁହାଁ ହୋଇଥିଲା ରାଜନୀତିର ପାରା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରେ ଟିକା ଅଭାବ ନେଇ ହେଉଥିବା ଅଭିଯୋଗ ଉପରେ କଡ଼ା ପ୍ରତିକ୍ରିୟା ରଖି ସିଧା ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ଟାର୍ଗେଟ୍ କରି କହିଥିଲେ,ଦେଶରେ ୧୧-୧୨ କୋଟି ଟିକା ଭିତରୁ ଓଡ଼ିଶାକୁ ଏପର୍ଯ୍ୟନ୍ତ ୪୫ ଲକ୍ଷରୁ ଅଧିକ ଟିକା ଆସିସାରିଛି। ନିଜ ବାହାପିଆପଣ ଦେଖାଇବାକୁ ସ୍ୱାସ୍ଥ୍ୟ ସଚିବ ଅଯଥା ଟିକା ଅଭାବ ବିବାଦ ଆରମ୍ଭ କରିଛନ୍ତି କହି ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର। ତେବେ ଏହାର ଜବାବ୍ ରଖିଥିଲା ଶାସକ ଦଳ ବିଜେଡ଼ି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ