DL Photograph: (OTV)
ଡ୍ରାଇଭିଂ ଲାଇସେନ୍ସଧାରୀ ଏବଂ ଗାଡ଼ି ମାଲିକ ନିଜ ନିଜ ମୋବାଇଲ ନମ୍ବର ଅପଡେଟ କରନ୍ତୁ । ବାହନ ଆପ୍ ଓ ସାରଥୀ ପୋର୍ଟାଲ ମାଧ୍ୟମରେ ନିଜ ନିଜର ମୋବାଇଲ ନମ୍ବର ଅପଲୋଡ କରନ୍ତୁ। ଏହା ଡ୍ରାଇଭିଂ ଲାଇସେନ୍ସଧାରୀ ଓ ଗାଡ଼ି ମାଲିକଙ୍କୁ ବିଭିନ୍ନ କ୍ଷେତ୍ରରେ ସହାୟକ ହେବ।
ନିଜ ନିଜର ମୋବାଇଲ ନମ୍ବର ଅପଡେଟ ଲାଗି ଆଞ୍ଚଳିକ ପରିବହନ ଅଫିସ ବା RTOକୁ ଯିବାକୁ ପଡିବନି। ଏନେଇ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଆଗକୁ ଏହି ମୋବାଇଲ୍ ନମ୍ୱରରେ ଗାଡି ଓ ଡ୍ରାଇଭିଂ ଲାଇସେନ୍ସ ସଂପର୍କିତ ସୂଚନା ଜଣେ ପାଇପାରିବେ । ଯେଉଁମାନଙ୍କର ମୋବାଇଲ୍ ନମ୍ୱର ବଦଳିଯାଇଛି, ସେମାନେ ନୂଆ ମୋବାଇଲ୍ ନମ୍ୱର ଅପଡେଟ୍ କରିପାରିବେ।
ସରକାର ଏବେ ଡିଜିଟାଲ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଉଥିବାରୁ ଏହା ଜରୁରୀ ବୋଲି କୁହାଯାଇଛି । ତେବେ ବଡ଼ କଥା ହେଉଛି, ଏଥିପାଇଁ ଆଞ୍ଚଳିକ ପରିବହନ ଅଫିସକୁ ଯିବାକୁ ପଡିବନି । ଘରେ ବସି ଏହି କାମ ହୋଇପାରିବ । ଜଣେ ସଚେତନ ନାଗରିକ ହିସାବରେ ଏହାର ଆବଶ୍ୟକତା ରହିଛି ବୋଲି କୁହାଯାଇଛି ।
ଅପଡେଟ୍ କରନ୍ତୁ ମୋବାଇଲ ନମ୍ବର
ନିଜ ନିଜ ମୋବାଇଲ ନମ୍ବର ଅପଡେଟ କରନ୍ତୁ ଗାଡ଼ି ଚାଳକ
ବାହନ ଆପ୍ ଓ ସାରଥୀ ପୋର୍ଟାଲରେ ଅପଲୋଡ କରନ୍ତୁ ମୋବାଇଲ ନମ୍ବର
ନମ୍ବର ଅପଡେଟ୍ ଲାଗି କୌଣସି RTO ଅଫିସ ଯିବାକୁ ପଡ଼ିବନି
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଛି ସୂଚନା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/11/dl-2026-01-11-16-41-12.jpg)