Curfew-in-Cuttack Photograph: (OTV)
କଟକରେ ଥମିନି ଅଶାନ୍ତି ! ଆକ୍ତାମାକ୍ତା ସାଧାରଣ ଲୋକ । ୧୩ ଥାନା ଅଞ୍ଚଳରେ ଏବେ ବି କର୍ଫ୍ୟୁ ଜାରି । ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ । ସହରକୁ ଜଗିଛି ୫୦ରୁ ୬୦ ପ୍ଲାଟୁନ ଫୋର୍ସ । ରବିବାର ରାତି ୧୦ଟାରୁ ୩୬ ଘଣ୍ଟା ପାଇଁ କଟକ ସହରରେ କଟକଣା ଲାଗୁ କରିଛନ୍ତି ପୋଲିସ କମିଶନର ଏସ. ଦେବଦତ୍ତ ସିଂ । ଭାଇଚାରା ସହରରେ ଭାଇ ଭାଇ ମଧ୍ୟରେ ଗଣ୍ଡଗୋଳ ଯୋଗୁ ଏବେ ଜୀବନ ଭୟରେ କଟୁଛି । ଦରଘାବଜାର ଥାନା, ମଙ୍ଗଳାବାଗ, କ୍ୟାଣ୍ଟନମେଣ୍ଟ, ପୁରୀଘାଟ ଥାନା, ଲାଲବାଗ, ବିଡ଼ାନାସୀ, ମର୍କତନଗର, ସିଡିଏ ଫେଜ୍-୨, ସଦର ଥାନା, ମାଲଗୋଦାମ, ବାଦାମବାଡ଼ି, ସଦର, ଜଗତପୁର ଓ ବୟାଳିଶି ମୌଜା ଅଞ୍ଚଳରେ ଏବେ କର୍ଫ୍ୟୁ ଲଗାଇଛି ପୋଲିସ ପ୍ରଶାସନ ।
ସେପଟେ ଦୁର୍ବୃତ୍ତଙ୍କୁ ଧରିବାକୁ ସବୁ କୌଶଳ ଆପଣାଇଛି ପୋଲିସ । ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିବାକୁ ଚେତାବନୀ ଦେଇଛନ୍ତି ଏଡିଜି ସଂଜୟ କୁମାର । ତା’ ଛଡ଼ା ଗୁଜବଠୁ ଦୂରେଇ ରହି ପୋଲିସର ତଥ୍ୟ ଉପରେ ବିଶ୍ବାସ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି । ତେବେ ଲୋକଙ୍କ ସୁରକ୍ଷା ଓ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସହରରେ ୫୦ରୁ ୬୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ୬ କଂପାନି CAPF ମୁତୟନ ହୋଇଛନ୍ତି । ବେଆଇନ ଭାବେ ଏକାଠି ହେବାକୁ ବାରଣ କରାଯାଇଛି । ଅତ୍ୟାବଶ୍ୟକ ସେବା ଖୋଲା ରହିବ ବୋଲି ସେ ସୂଚନା ଦିଆଯାଇଛି ।
ସେପଟେ କଟକ ସହରରେ ହିଂସା ଘଟଣାକୁ ନେଇ ମୋଟ୍ ୩ଟି ମାମଲା ରୁଜୁ ହୋଇଛି । ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ । ତେବେ ଗିରଫଦାରୀ ଆରମ୍ଭ ହୋଇଯାଇଛି । ଏବେ ସଂଖ୍ୟା କହି ହେବନି ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି । ସେପଟେ ADG ଆଇନ ଶୃଙ୍ଖଳା ସଂଜୟ କୁମାର କହିଛନ୍ତି କଟକ ସହରର ବିଶୃଙ୍ଖଳାକାରୀ ସିସିଟିଭିରୁ ଚିହ୍ନଟ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/06/curfew-in-cuttack-2025-10-06-14-15-28.jpg)