Advertisment

ଏଣିକି ପରିଚୟ ପତ୍ର ଓ ଅଥରାଇଜେସନ ଲେଟର ଦେଖାଇଲେ ମିଳିବ ଅନୁମତି: ସିପି

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ୧୨ ହଜାର ପାଖାପାଖି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କୋଭିଡ୍‌ ନିୟମକୁ କଡ଼ାକଡ଼ି ଭାବେ  ପାଳନ କରିବାକୁ ସରକାର କଟକଣା ଜାରି କରିଥିଲେ ମଧ୍ୟ କିଛି ଅମାନିଆ ନିୟମକୁ…

ଅଦ୍ୟତନ ହୋଇଛି
ଏଣିକି ପରିଚୟ ପତ୍ର ଓ ଅଥରାଇଜେସନ ଲେଟର ଦେଖାଇଲେ ମିଳିବ ଅନୁମତି: ସିପି

checking in ctc

Advertisment

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ୧୨ ହଜାର ପାଖାପାଖି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କୋଭିଡ୍‌ ନିୟମକୁ କଡ଼ାକଡ଼ି ଭାବେ  ପାଳନ କରିବାକୁ ସରକାର କଟକଣା ଜାରି କରିଥିଲେ ମଧ୍ୟ କିଛି ଅମାନିଆ ନିୟମକୁ ଉଲ୍ଲଂଘନ କରୁଥବା ଦେଖିବାକୁ ମିଳିଛି। ଏବେ ଏଭଳି କିଛି ଅମାନିଆଙ୍କୁ ସାବାଡ୍‌ କରିବା ଲାଗି କଟକଣା ଆହୁରି କଡ଼ାକଡ଼ି ହେବାକୁ ଯାଉଛି। ପରିଚୟ ପତ୍ରର ଦୁରୁପଯୋଗ କରି ଏଣେତେଣ ବୁଲୁଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି।

Advertisment

ଏନେଇ ଟ୍ୱିନ୍‌ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଏଥର ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ରେ କୌଣସି ପାସ୍‌ ଜାରି କରାଯାଇନି। ଲୋକଙ୍କୁ ବିଶ୍ୱାସକୁ ନେଇ ପୋଲିସ କାମ କରୁଛି। ଆଇଟି, ବ୍ୟାଙ୍କ ଭଳି  ସେବା କ୍ଷେତ୍ରର ସଂସ୍ଥାକୁ କଟକଣା ମୁକ୍ତ କରାଯାଇଛି। ହେଲେ ଏହାର ସୁଯୋଗ ନେଇ କିଛି କର୍ମଚାରୀମାନେ ଖୁଲମଖୁଲା ସେମାନଙ୍କ କାର୍ଡ ଦେଖାଇ ବୁଲୁଛନ୍ତି। ଏଣୁ ଏହା ଉପରେ ନିୟନ୍ତ୍ରଣ ଆଣିବା ଲାଗି ସେବା ପ୍ରଦାନକାରୀ ସଂସ୍ଥା ଗୁଡ଼ିକ(ଯେଉଁ ସବୁକୁ କଟକଣା ମୁକ୍ତ କରାଯାଇଛି)ର କର୍ମଚାରୀମାନଙ୍କୁ ନିର୍ଦ୍ଦିଷ୍ଟ ପରିସୀମା ଭିତରେ ଚାଲିବାକୁ ସମ୍ପୃକ୍ତ ସଂସ୍ଥାର ଅଧିକାରୀଙ୍କୁ ନିବେଦନ କରାଯିବ। ନିର୍ଦ୍ଦିଷ୍ଟ ସୀମା ଭିତରେ କେଉଁ କର୍ମଚାରୀଙ୍କୁ ଅଫିସକୁ ଯିବାକୁ ଅନୁମତି ପ୍ରଦାନ କରାଯାଇଛି, ଏହାର ତାଲିକା ଉକ୍ତ ସଂସ୍ଥା ଡିସିପିଙ୍କ ନିକଟରେ ଦାଖଲ କରିବେ। ଏହାପରେ ସେହି କର୍ମଚାରୀମାନଙ୍କୁ ପରିଚୟପତ୍ର ଓ  ନିର୍ଦ୍ଦିଷ୍ଟ ଅଥରାଇଜେସନ ଲେଟର ଦିଆଯିବ ବୋଲି ପୋଲିସ୍‌ କମିଶନର କହିଛନ୍ତି।

ଅନ୍ୟପକ୍ଷେ, ଆଜିଠୁ କଟକ-ଭୁବନେଶ୍ୱରରେ ଜୋରଦାର ଚେକିଂ ଆରମ୍ଭ ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧ ହଜାର ୮୦୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧ ହଜାର ୯୨୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧ ହଜାର ୫୧୦ ନୂଆ ମାମଲା ସହ ଦ୍ୱିତୀୟ ସ୍ଥାନରେ ରହିଛି ଖୋର୍ଦ୍ଧା। କଟକରୁ ୧,୦୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

କରୋନା ମୁକାବିଲାରେ ପୋଲିସର ଭୂମିକା ଓ ଲକ୍‌ଡାଉନ୍‌ କାର୍ଯ୍ୟକାରୀ ନେଇ ଆଜି ବ୍ରହ୍ମପୁରରେ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ। ଡିଜିପି ଆଜି ସକାଳେ ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାର ୨ ଏସ୍‌ପି ଓ ଡିଆଇଜିଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟ ପୋଲିସର ଦକ୍ଷିଣାଞ୍ଚଳ ରେଞ୍ଜରେ ଆସୁଥିବା ଜିଲ୍ଲାରେ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ କାର୍ଯ୍ୟକାରୀ ଓ ଆନ୍ତଃରାଜ୍ୟ ଯାତାୟାତ ଉପରେ ନିୟନ୍ତ୍ରଣ ଆଣିବା ଲାଗି ପୋଲିସର ପଦକ୍ଷେପ ଉପରେ ଆଲୋଚନା କରାଯାଇଛି। ଏହାପରେ ଆନ୍ଧ୍ର-ଓଡ଼ିଶା ସୀମା ଗିରିସୋଲା ଚେକପୋଷ୍ଟକୁ ଯାଇ ପୋଲିସର ଯାଞ୍ଚ ଅନୁଧ୍ୟାନ କରିଥିଲେ ପୋଲିସ ମହାନିର୍ଦ୍ଦେଶକ।  ଏହାସହ ଗୋଳନ୍ଥରା, ଗୋଷାଣିନୂଆଗାଁ, ଚମାଖଣ୍ଡି ଓ ଗଞ୍ଜା ଥାନା ପରିଦର୍ଶନ କରିଛନ୍ତି ଡିଜିପି। ତେବେ ଏଥର ଗଞ୍ଜାମ ଜିଲ୍ଲାର ୨ ଏସ୍‌ପିଙ୍କ ଅଧିନରେ ଥିବା ଥାନା ଭଲ କାମ କରିଥିବା ଡିଜିପି କହିଛନ୍ତି। ଆନ୍ଧ୍ର ସୀମାକୁ ଲାଗିଥିବା ସମସ୍ତ ରାସ୍ତା ସିଲ୍ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଡିଜିପି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ