Advertisment

V.K. Pandian Under Scanner: ପୂର୍ବତନ 5T ଅଧକ୍ଷ ଭିକେ ପାଣ୍ଡିଆନଙ୍କ ପାଇଁ ବଢିଲା ଅଡ଼ୁଆ, କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଦିଗରେ ହେଲା ଅଗ୍ରଗତି

ପୂର୍ବତନ 5T ଅଧକ୍ଷ ଭିକେ ପାଣ୍ଡିଆନଙ୍କ ପାଇଁ ବଢିଲା ଅଡ଼ୁଆ। କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଦିଗରେ ହେଲା ଅଗ୍ରଗତି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆଜି ପାଣ୍ଡିଆନଙ୍କ ବିରୋଧରେ ସମସ୍ତ ଦସ୍ତାବିଜ, ଇଲେକ୍ଟ୍ରୋନିକ୍ସ ରେକର୍ଡ ଓ ଅନ୍ୟାନ୍ୟ ପ୍ରମାଣ ଦାଖଲ କରାଯାଇଛି।

Pandian

Pandian Photograph: (OTV)

Advertisment

ପୂର୍ବତନ 5T ଅଧକ୍ଷ ଭିକେ ପାଣ୍ଡିଆନଙ୍କ ପାଇଁ ବଢିଲା ଅଡ଼ୁଆ। କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଦିଗରେ ହେଲା ଅଗ୍ରଗତି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆଜି ପାଣ୍ଡିଆନଙ୍କ ବିରୋଧରେ ସମସ୍ତ ଦସ୍ତାବିଜ, ଇଲେକ୍ଟ୍ରୋନିକ୍ସ ରେକର୍ଡ ଓ ଅନ୍ୟାନ୍ୟ ପ୍ରମାଣ ଦାଖଲ କରାଯାଇଛି।

Advertisment

୨୦୨୪ ଫେବ୍ରୁଆରୀ ୮ ତାରିଖରେ ରାଜ୍ୟ ଗୃହ ସଚିବଙ୍କ ନିକଟରେ ଦାଖଲ କରାଯାଇଥିବା ଅଭିଯୋଗର ତଦନ୍ତ ପାଇଁ ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନୋଟିସ୍ ଜାରି ହୋଇଥିଲା। ପୂର୍ବତନ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବିରୋଧରେ ରହିଥିବା ଅଭିଯୋଗର ସତ୍ୟତା ପରଖିବା ପାଇଁ ନୋଟିସ କରିଥିଲା କ୍ରାଇମବ୍ରାଞ୍ଚ।

ଓଡ଼ିଶା ରୁଲସ ଅଫ ବିଜିନେସ-୧୯୫୬ର ଉଲ୍ଲଘଂନ

ସୁରେନ୍ଦ୍ର ପାଣିଗ୍ରାହୀ ଅଭିଯୋଗରେ ଦର୍ଶାଇଥିଲେ ଯେ, ପାଣ୍ଡିଆନଙ୍କ ଦ୍ୱାରା ଓଡ଼ିଶା ରୁଲସ ଅଫ ବିଜିନେସ-୧୯୫୬ର ଉଲ୍ଲଘଂନ ହୋଇଛି। ଫାଇଭ-ଟି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ସମୟରେ ପାଣ୍ଡିଆନ ବିଭିନ୍ନ ସଭା ଓ କାର୍ଯ୍ୟକ୍ରମରେ ବେଆଇନ ଭାବେ ସରକାରୀ କ୍ଷମତାର ଅପବ୍ୟବହାର କରିଥିଲେ। 

Advertisment

ପାଣ୍ଡିଆନ ସରକାରୀ ତହବିଲରୁ ଶହ ଶହ କୋଟି ଅର୍ଥ ବ୍ୟୟକରି ହେଲିକପ୍ଟର ଗସ୍ତ ସହ କାର୍ଯ୍ୟକ୍ରମ ଆୟୋଜନ କରିଥିବା  ଅଭିଯୋଗ ହୋଇଥିଲା। ଏହା ସହ ଅନ୍ୟାନ୍ୟ ଅଭିଯୋଗ ମଧ୍ୟ ଯୋଡିଛନ୍ତି ଆବଦେନକାରୀ ସୁରେନ୍ଦ୍ର ପାଣିଗ୍ରାହୀ। ... 

Crime Branch VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ