Chandra Grahana Photograph: (OTV)
ଅଶୁଭ ଏହି ମଙ୍ଗଳବାର ! ୩ ତାରିଖରେ ଚନ୍ଦ୍ରଗ୍ରହଣ ! ଦୋଳ ପୂର୍ଣ୍ଣିମାରେ ପଡ଼ିବ କଳା ଛାୟା ! ଭାରତର କିଛି ସ୍ଥାନରେ ଦୃଶ୍ୟମାନ ହେବ ଏହି ମହାଜାଗତିକ ଦୃଶ୍ୟ ।୨୦୨୬ର ପ୍ରଥମ ଚନ୍ଦ୍ର ଗ୍ରହଣ ମାର୍ଚ୍ଚ ୩ ତାରିଖରେ ହେବାକୁ ଯାଉଛି । ଦୋଳ ପୂର୍ଣ୍ଣିବା ବା ଫାଲଗୁନ ପୂର୍ଣ୍ଣିମାରେ ଏହି ବଡ଼ ଗ୍ରହଣ ଲାଗିବାକୁ ଯାଉଛି ।
ଧାର୍ମିକ ଓ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଦେଖିଲେ ଏହାକୁ ଗୁରୁତ୍ବପୂର୍ଣ୍ଣ କୁହାଯାଏ । ଭାରତୀୟ ସମୟ ଅନୁସାରେ, ଚନ୍ଦ୍ରଗ୍ରହଣ ଅପରାହ୍ନ ୩:୨୦ ରେ ଆରମ୍ଭହେବ । ଏବଂ ସନ୍ଧ୍ୟା ୬:୪୭ ପର୍ଯ୍ୟନ୍ତ ଚାଲିବ । ଗ୍ରହଣର ମୋଟ ଅବଧି ୩ ଘଣ୍ଟା ୨୭ ମିନିଟ୍ ହେବ।
ସବୁଠାରୁ ବଡ଼ କଥା ହେଉଛି, ଏହା ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ । ତେଣୁ ପଶ୍ଚିମବଙ୍ଗ, ମିଜୋରାମ, ନାଗାଲାଣ୍ଡ, ମଣିପୁର, ଆସାମ ଏବଂ ଅରୁଣାଚଳ ପ୍ରଦେଶର ଉତ୍ତର-ପୂର୍ବ ଅଞ୍ଚଳରେ ଏହି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ । ଏହା ଦୋଳ ପୂର୍ଣ୍ଣିମାରେ ପଡ଼ୁଥିବାରୁ ହୋଲି ଉତ୍ସବ ଗୋଟିଏ ଦିନ ଆଗକୁ ବଢ଼ିବ ।
ଅର୍ଥାତ୍ ମାର୍ଚ୍ଚ ୩ରେ ପଡ଼ୁଥିବା ହୋଲି ଉତ୍ସବ ମାର୍ଚ୍ଚ ୪ରେ ପାଳନ କରାଯିବ । ହୋଲିକା ଦହନ ମାର୍ଚ୍ଚ ୨ ତାରିଖରେ ଅନୁଷ୍ଠିତ ହେଲେ ବି ଏହା ୩ ତାରିଖରେ ରଙ୍ଗ ଖେଳ ନହୋଇ ୪ ତାରିଖରେ ପାଳନ କରାଯିବ ।
ଦୋଳ ପୂର୍ଣ୍ଣମୀରେ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ ଲାଗୁଥିବାରୁ ପୁରୀକୁ ଏହା ଦିନ ୩ଟା ୨୦ ମିନିଟ୍ ୧୭ ସେକେଣ୍ଡରେ ସ୍ପର୍ଶ କରିବ । ତେଣୁ ସେହି ଦିନ ସୂର୍ଯ୍ୟୋଦୟ ପରଠୁ ଦେବନୀତି ନିଷେଧ ରହିବ କୁହାଯାଉଛି ।
ତେବେ ଆସ୍ତୁ ଜାଣିବା ଚନ୍ଦ୍ରଗ୍ରହଣର ପୂରା ସମୟ । ଚନ୍ଦ୍ରଗ୍ରହଣ ଆରମ୍ଭ:- ଦିନ ୩ଟା ୨୦ ମିନିଟ୍ । ଗ୍ରାସ ଆରମ୍ଭ:- ଅପରାହ୍ନ ୪ଟା ୩୪ ମିନିଟ୍ । ଚନ୍ଦ୍ରଗ୍ରହଣ ମଧ୍ୟମ:- ୫ଟା ୪ ମିନିଟ୍ । ଗ୍ରାସ୍ ଶେଷ:- ୫ଟା ୩୩ମିନିଟ୍ । ଗ୍ରହଣ ଶେଷ:- ସନ୍ଧ୍ୟା ୬ଟା ୪୭ ମିନିଟ୍ । ଗ୍ରାସ୍ ସମୟ:- ୫୯ ମିନିଟ୍ ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚନ୍ଦ୍ରଗ୍ରହଣର ଘାତ କାଳ ସମୟକୁ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଗ୍ରହଣ ଆରମ୍ଭ ହେବାର ୯ ଘଣ୍ଟା ପୂର୍ବରୁ ଘାତ ସମୟ ଆରମ୍ଭ ହେବ । ତେଣୁ ଏହି ସମୟ ମଧ୍ୟରେ ଶୁଭ କାର୍ଯ୍ୟ କରିବା ଅନୁଚିତ ।
ମଙ୍ଗଳବାର ସକାଳ ୬.୨୦ରେ ଘାତ କାଳ ଆରମ୍ଭ ହେଉଥିବାବେଳେ ସନ୍ଧ୍ୟା ୬.୪୬ ଘାତ କାଳ ଶେଷ ହେବ । ତେଣୁ ଏହି ସମୟ ମଧ୍ୟରେ, ଦେବ ପୂଜା ଓ ଖାଇବା ପିଇବା ନକରିବାକୁ ପରାମର୍ଶ ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/28/chandra-grahana-2026-02-28-14-55-34.jpg)