phuluri-tela
ପୁରୀ: ଶ୍ରୀଜିଉଙ୍କ ପାଇଁ ଶ୍ରୀମନ୍ଦିର ଭିତରକୁ ଗଲା ଫୁଲୁରୀ ତେଲ । ବଡ଼ ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ ଫୁଲୁରୀ ତେଲ ଶ୍ରୀମନ୍ଦିରକୁ ନିଆଯାଇଛି। ଅଣସର ଘରେ ଥିବା ଅସୁସ୍ଥ ଶ୍ରୀଜିଉଙ୍କ ଦେହରେ ଆଜି ଫୁଲୁରୀ ତେଲ ଲାଗି ହେବାର ପରମ୍ପରା ରହିଛି । ଅଣସର ଘରେ ଶ୍ରୀଜିଉଙ୍କୁ ଫୁଲୁରୀ ତେଲ ଲାଗି କରିବେ ସେବାୟତ। ପରମ୍ପରା ଅନୁସାରେ, ପଞ୍ଚମୀ ତିଥିରେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥାଏ ଫୁଲୁରୀ ତେଲ।
ସୂଚନା ଅନୁସାରେ, ହେରାପଞ୍ଚମୀ ତିଥିରେ ୨ଟି ମାଟି ର୍ନିମିତ ଘୁମାରେ ଘଣାପେଡା ରାଶି ତେଲରେ ବିଭିନ୍ନ ଔଷଧୀୟ ଦ୍ରବ୍ୟ ମିଶ୍ରଣ କରାଯାଇ ଏକ ବର୍ଷ ପର୍ଯ୍ୟନ୍ତ ମାଟି ତଳେ ପୋତା ହୋଇ ରଖାଯାଇଥାଏ। ଔଷଧୀୟ ଦ୍ରବ୍ୟରେ ଅନେକ ସୁବାସିତ ଫୁଲ ଏହି ରାଶି ତେଲରେ ମିଶ୍ରଣ କରାଯାଇ ରଖାଯାଇଥାଏ। ଯାହାକୁ ଫୁଲରୀ ତେଲ ବୋଲି କୁହାଯାଇଥାଏ। ବର୍ଷକ ପରେ ଘୁମାରେ ଥିବା ତେଲକୁ ମାଟି ତଳୁ କଢ଼ା ଯାଇଥାଏ ଏବଂ ଏହି ଫୁଲରୀ ତେଲ ମାଲିସ ପରେ ଶ୍ରୀଜିଉ କିଛି ଅଂଶରେ ସୁସ୍ଥ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ଏହି ତେଲକୁ ଦଇତାପତି ସେବକ ମାନେ ଚତୁର୍ଦ୍ଦା ବିଗ୍ରହଙ୍କ ଶରୀରରେ ମାଲିସ କରିଥାନ୍ତି।
ଦେବସ୍ନାନ ପୂର୍ଣ୍ଣମୀରେ ସ୍ନାନ ମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜିଉ। ସୁସ୍ଥ ହେବା ପାଇଁ ଚାଲିଛି ଗୁପ୍ତ ଉପଚାର। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ଅଣସର ଘରେ ଜ୍ୱରରେ ପୀଡିତ ଜଗତରନାଥ ପ୍ରଭୁ ଜଗନ୍ନାଥ ।ଶ୍ରୀଜୀଉଙ୍କ ଜ୍ୱର ଉପଶମ ପାଇଁ ଚାଲିଛି ଗୁପ୍ତ ସେବା।
ସେପଟେ, ରଥଯାତ୍ରା ଲାଗି ଚୂଡ଼ାନ୍ତ ହୋଇଛି ନୀତି ନିର୍ଘଣ୍ଟ। ଛତିଶା ନିଯୋଗ ବୈଠକରେ ସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି। ଶ୍ରୀଗୁଣ୍ଡିଚା ଦିନ ସକାଳ ୮ଟାରେ ରଥ ପ୍ରତିଷ୍ଠା ଏବଂ ସକାଳ ୮ଟା ୩୦ରେ ମହାପ୍ରଭୁଙ୍କ ପହଣ୍ଡି କରାଯିବ। ଦିନ ୨ଟାରେ ଛେରା ପହଁରା ପରେ ଅପରାହ୍ଣ ୩ଟାରେ ରଥଟଣା ହେବ। ବାହୁଡ଼ା ଦିନ ୧୨ଟାରୁ ୨ଟା ୩୦ ପହଣ୍ଡି ଏବଂ ୪ଟାରେ ରଥ ଟଣା ହେବ।
ସେହିପରି ସୁନାବେଶ ଦିନ ଅପରାହ୍ଣ ୪ଟାରୁ ୫ଟା ୩୦ ମଧ୍ୟରେ ସୁନାବେଶ ସହ ରାତି ୧୧ରୁ ୧୨ଟା ମଧ୍ୟରେ ବେଶ ଓଲାଗି ହେବ। ଅଧରପଣା ଦିନ ରାତି ୮ଟା ସୁଦ୍ଧା ଶେଷ ହେବ ଅଧରପଣା ନୀତି। ଶେଷରେ ନୀଳିଦ୍ରିବିଜେ ଦିନ ଅପରାହ୍ନ ୪ଟାରୁ ନୀଳାଦ୍ରିବିଜେ ପହଣ୍ଡି ଆରମ୍ଭ ହେବ ଏବଂ ରାତି ୧୦ଟାରେ ଶେଷ କରିବାକୁ ନୀତି ନିର୍ଘଣ୍ଟ ଚୂଡାନ୍ତ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/phuluri-tela_1625121041.jpg)