Advertisment

ଅନ୍ତର୍ଜାତୀୟ ମାତୃ ଦିବସକୁ କିଏ କେମିତି ପାଳୁଛି?

ସେ ଜନ୍ମଦାତ୍ରୀ, ପାଳନ କର୍ତ୍ତୀ ଆଉ ସର୍ବଂସହା। ଜୀବନ ତାରିଠୁ ଆରମ୍ଭ, ଆଉ ତା ବିନା ଜୀବନର ମାନେ ନାହିଁ ବିକଳ୍ପ କି ତୁଳନା ନଥିବା ସେ ଶବ୍ଦର ନାଁ ମାଆ

ଅନ୍ତର୍ଜାତୀୟ ମାତୃ ଦିବସକୁ କିଏ କେମିତି ପାଳୁଛି?

maa

Advertisment

ଭୁବନେଶ୍ୱର: ସେ ଜନ୍ମଦାତ୍ରୀ, ପାଳନ କର୍ତ୍ତୀ ଆଉ ସର୍ବଂସହା। ଜୀବନ ତାରିଠୁ ଆରମ୍ଭ, ଆଉ ତା ବିନା ଜୀବନର ମାନେ ନାହିଁ ବିକଳ୍ପ କି ତୁଳନା ନଥିବା ସେ ଶବ୍ଦର ନାଁ ମାଆ। ଆଜି ଅନ୍ତର୍ଜାତୀୟ ମାତୃ ଦିବସରେ ଦୁନିଆର ସବୁଠୁ ପ୍ରିୟ ମାଆକୁ କିଏ କେତେ ପ୍ରକାରେ ଜଣାଇଛନ୍ତି ଶୁଭେଚ୍ଛା ଓ ସମ୍ମାନ। ଆଉ ଏପଟେ ସନ୍ତାନ ଓ ସଂପର୍କର ମୋହକୁ ପଛ କରି, କର୍ତ୍ତବ୍ୟ ସଂପାଦନ ପାଇଁ ଅବିରତ ଲଢୁଛନ୍ତି ଆଉ କିଛି ମାଆ।

Advertisment

ମା ଗୋଟିଏ ଅକ୍ଷରର ଏ ଶବ୍ଦର ଆକାର ଯେତିକି ଛୋଟ, ଭାବ ଓ ଅର୍ଥରେ ତାର ସ୍ୱରୂପ ସେତିକି ବଡ଼, ସେତିକି ମହାନ ମଧ୍ୟ। ଗୋଟିଏ ମଣିଷ, ହେଲେ ଜାୟା, ଜନନୀ, ଜୀବନ ଭଳି କେତେ ନାଁ କେତେ ରୂପ ତାର। ଏଇ ଯେମିତି ବଲାଙ୍ଗିର ସରକାରୀ ମେଡିକାଲ ଡାକ୍ତର ସସ୍ମିତା ମେହେର। ବୃତ୍ତିରେ ଡାକ୍ତର, ହେଲେ ଘରେ ସେ ମମତାମୟୀ, ବାତ୍ସଲ୍ୟମୟୀ ଦାୟିତ୍ୱ ଓ କର୍ତ୍ତବ୍ୟର ଆହ୍ୱାନ ଭିତରେ କିଞ୍ଚିତ ମାତ୍ର ଅବହେଳା କରି ନାହାନ୍ତି। ନିଜ ସନ୍ତାନ ପ୍ରତି ପରିବାରର ସୁଖ ସ୍ୱାଚ୍ଛନ୍ଦ୍ୟ ପାଇଁ ଦୁଇଟି ଯାକ ଭୂମିକାକୁ ଅତି ସହଜରେ ତୁଲାଇ ନିଅନ୍ତି ସେ।

ଦାୟିତ୍ୱ ଓ କର୍ତ୍ତବ୍ୟର ଦୋଛକିରେ ପ୍ରତି ମୁହୂର୍ତ୍ତରେ ପେଷି ହେଉଥିବା ଆଉ ଜଣେ ମାଆ, ବୃତ୍ତିରେ ନର୍ସ। ୮ ଘଣ୍ଟାର ମେଡିକାଲ ଡ୍ୟୁଟି ଆଉ ରୋଗୀ ସେବା ଭିତରେ ଭୁଲି ଯାଆନ୍ତି, ପିଲା-ପରିବାର କିନ୍ତୁ ଘରକୁ ଫେରିବା ପରେ ବଦଳିଯାଏ ଚରିତ୍ର। ସେବିକାରୁ ହେବାକୁ ପଡ଼େ ମାଆ। କର୍ମଜୀବୀର ପରିଚୟ ଭିତରେ ମାଆର ଦାୟିତ୍ୱକୁ ବି ବେଶ୍ ସୁଚାରୂ ରୂପେ ବହନ କରିବାକୁ ପଡ଼େ ତାଙ୍କୁ।

Advertisment

କରୋନା ମହାମାରୀ ସମୟରେ ବାତ୍ସଲ୍ୟ ମମତାକୁ ପଛ କରି ଜନତାଙ୍କ ସେବା ପାଇଁ ସକାଳୁ ସଞ୍ଜ ଯାଏଁ ଖାକି ବର୍ଦ୍ଦିରେ ନିଜକୁ ହଜାଇ ଦେଉଥିବା ଆଉ ଜଣେ ମାଆ, ନାଁ ନୂରାବତୀ ପୁଟା। ବଲାଙ୍ଗିର ଆଦର୍ଶ ଥାନାରେ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିବା ନୂରା ସେବା କରୁ କରୁ ନିକଟରେ କୋଭିଡର ଶିକାର ହୋଇ ଜୀବନ ଯୁଦ୍ଧରେ ଜିତିଛନ୍ତି। ଘରେ ତାଙ୍କର ଦୁଇ ଦୁଇଟି ସନ୍ତାନ। ଗୋଟେପଟେ ପୋଲିସ ଡ୍ୟୁଟିର ଶୃଙ୍ଖଳା ଓ ଅନ୍ୟପଟେ ମାଆର ଭୂମିକା ଭିତରେ ସନ୍ତୁଳନ ରଖିବାରେ କେବେ ଉଣା କରି ନାହାନ୍ତି ସେ।

ବିଶ୍ୱ ମାତୃତ୍ୱ ଦିବସ ଅବସରରେ ଆଜି ନିଜ ମାଆଙ୍କୁ କିଏ କେତେ ଢଙ୍ଗରେ ଜଣାଇଛନ୍ତି ଶ୍ରଦ୍ଧା, ସମ୍ମାନ ଓ ଶୁଭେଚ୍ଛ। ସ୍ନେହ ଓ ଭଲ ପାଇବାର ପ୍ରତିଦାନ ଜଣାଇବାକୁ କିଏ ସାମ୍ନାରେ ତ ଆଉ କିଏ ନେଇଛି ସୋସିଆଲ ମିଡ଼ିଆର ସାହାରା। ମାଆର ଭୂମିକାକୁ ଅତୁଳନୀୟ ଦର୍ଶାଇ ଆନ୍ତର୍ଜାତିକ ବାଲୁକା ଶିଳ୍ପ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳେଭୂମିରେ ଆଙ୍କିଛନ୍ତି ସୁନ୍ଦର ବାଲୁକା ଚିତ୍ର ।ଯେଉଁଥିରେ ସେ ବିଶ୍ୱ ସବୁ ମାଙ୍କୁ ମଦର୍ସ ଢେର୍‌ସାରା ଶୁଭେଚ୍ଛା ଜଣାଇଛନ୍ତି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ