Maoists Encounter Photograph: (OTV)
ଓଡ଼ିଶା-ଛତିଶଗଡ଼ ସୀମାରେ ଏନକାଉଣ୍ଟର। ୩ ହାର୍ଡକୋର ମାଓବାଦୀ ସଫା। ଛତିଶଗଡ କାଙ୍କେର ଜିଲ୍ଲା ଛିନ୍ଦଖଡକ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ବେଳେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ଭିତରେ ରହିଛନ୍ତି ୨ ଜଣ ପୁରୁଷ ଓ ଜଣେ ମହିଳା।
ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ସୂଚନା ପାଇ ମିଳିତ ଅପରେସନ୍ ଆରମ୍ଭ କରିଥିଲେ DRG ଓ CRPF। ଏତିକି ବେଳେ ମାଓବାଦୀଙ୍କ ସହ ଗୁଳିବିନିମୟ ହୋଇଥିଲା।
ମୃତ ମାଓବାଦୀମାନେ ହେଲେ ମେନପୁର-ନୂଆପଡ଼ା କମିଟିର ସମନ୍ବୟ ଓ ପ୍ରୋଟେକ୍ସନ ଟିମ୍ ସଦସ୍ୟ ବସନ୍ତି କୁଞ୍ଜମ, ନଗରୀ ଏରିଆ କମିଟି ତଥା ଗୋବରା ଏଲଓଏସ କମାଣ୍ଡର ରାଜେଶ ଓ ମେନପୁର-ନୂଆପଡ଼ା ସମନ୍ବୟ ଟିମ୍ ସଦସ୍ୟ ସରବନ୍ ମଡକମ୍।
ସରବନ୍ ନାଁରେ ୮ ଲକ୍ଷ, ରାଜେଶ ନାଁରେ ୫ ଲକ୍ଷ ଓ ବସନ୍ତି ନାଁରେ ଥିଲା ଲକ୍ଷେ ଟଙ୍କା ପୁରସ୍କାର ରାଶି। ଏମାନଙ୍କ ପାଖରୁ ଗୋଟିଏ SLR, ଗୋଟିଏ ୩୦୩ ଓ ଗୋଟିଏ ୧୨ ବୋର୍ ବନ୍ଧୁକ ସହ ଅନେକ ମାଓ ସାମଗ୍ରୀ ଜବତ ହୋଇଛି l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/28/sad-2025-09-28-17-35-09.jpg)