Advertisment

Security Scare: ଧମକପୂର୍ଣ୍ଣ ଇ-ମେଲକୁ ନେଇ ହଇଚଇ, ୩ ଘଣ୍ଟାର ଅଚଳାବସ୍ଥା ପରେ କୋର୍ଟ କାର୍ଯ୍ୟ ସ୍ବାଭାବିକ

କଟକ, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲା କୋର୍ଟକୁ ଆସିଥିବା ଧମକପୂର୍ଣ୍ଣ-ଇମେଲକୁ ନେଇ ଆଜି ନାକେଦମ ହୋଇଥିଲା ପୋଲିସଠୁ ନେଇ କୋର୍ଟ ପ୍ରଶାସନ। ତେବେ ଯାଞ୍ଚରୁ ତିନିଟି ଯାକ କୋର୍ଟ ପରିସରରେ କୌଣସି ବିସ୍ଫୋରକ କି ସନ୍ଦିଗ୍ଧ ବସ୍ତୁ ଠାବ ନହେବା ପରେ ଇ-ମେଲ ତୁଚ୍ଛା ଗୁଜବ ଥିବା ସ୍ପଷ୍ଟ ହୋଇଥିଲା।

HOAX-EMAIL-THREAT

HOAX-EMAIL-THREAT Photograph: (OTV)

Advertisment


କୋର୍ଟ କୋଠା ପରିସରରେ ଖଞ୍ଜାଯାଇଛି ଶକ୍ତିଶାଳୀ ଆରଡିଏକ୍ସ ଆଇଇଡି! ସ୍ବୟଂଚାଳିତ ଭାବେ ବିସ୍ଫୋରଣ ହେବ ! ନହେଲେ ଆତ୍ମଘାତୀ ଆତଙ୍କୀ ପଶି ଉଡ଼ାଇଦେବେ ! ଟାର୍ଗେଟ୍ ଅପରାହ୍ଣ 2ଟା 35 
ଶ୍ରୀଲଙ୍କା ଇଷ୍ଟର ଅପରେସନ୍ ଷ୍ଟାଇଲରେ ହେବ ବିସ୍ଫୋରଣ !

Advertisment

ଏକାବେଳେ ରାଜ୍ୟର ତିନିଟି ଜିଲ୍ଲା କୋର୍ଟ କଟକ, ସମ୍ବଲପୁର ଓଦେବଗଡ଼କୁ ଓଡ଼ିଆ ଓ ଇଂରାଜୀରେ ଆସିଥିବା ଏ ଇମେଲକୁ ନେଇ ହଠାତ୍ ଚାରିଆଡ଼େ ଖେଳିଯାଇଥିଲା ଆତଙ୍କ। ରାଜ୍ୟ ପାଇଁ ଯାହା କେବେ ଅଶୁଣା ଅଦେଖା ଥିଲା ଅପରାହ୍ଣ ପ୍ରାୟ ସାଢ଼େ 11ଟା ବେଳକୁ ସେଭଳି ଧମକପୂର୍ଣ୍ଣ ଇ-ମେଲକୁ ନେଇ ସୃଷ୍ଟି ହୋଇଥିଲା ହଇଚଇ। ତତ୍କାଳ ଫାଙ୍କା ହୋଇଯାଇଥିଲା କୋର୍ଟ ପରିସର।

ଯଦିଓ ମେଲର ଭାଷା, ତରିକାକୁ ନେଇ ସନ୍ଦେହ ଥିଲା, ଏଭଳି ଧମକ ଯେ ସତ କାହାର ବି ବିଶ୍ବାସ ହେଉ ନଥିଲା, କିନ୍ତୁ କେହି ହାଲକାରେ ବି ନେଇ ପାରୁ ନଥିଲେ। ଏବଂ ଚାହୁଁ ଚାହୁଁ କୋର୍ଟ ପ୍ରଶାସନଠୁ ନେଇ ପୋଲିସ ସମସ୍ତେ ଆସିଯାଇଥିଲେ ଆଲର୍ଟ ମୋଡକୁ।...

Advertisment

କିଛି ସମୟର ଏଭଳି ଦ୍ବନ୍ଦ୍ବାତ୍ମକ ସ୍ଥିତି ଭିତରେ ଆରମ୍ଭ ହୋଇଯାଇଥିଲା ତନ୍ନତନ୍ନ ଯାଞ୍ଚ। ବମ୍ ସ୍କ୍ବାଡ ଓ ଡଗ୍ ସ୍କ୍ବାଡକୁ ନେଇ ତିନିଟିଯାକ କୋର୍ଟ ପରିସରରେ ପହଞ୍ଚିଯାଇଥିଲେ ପୋଲିସ୍ ବାହିନୀ। କଟକ ଜିଲ୍ଲା କୋର୍ଟ ପାଖରେ ହାଇକୋର୍ଟ ଥିବାରୁ ଆହୁରି ତତ୍ପର ହୋଇପଡ଼ଥିଲା ପୋଲିସ ପ୍ରଶାସନ। ଜାରି ହୋଇଥିଲା ହାଇ ଆଲର୍ଟ ଭଳି ସ୍ଥିତି। ପହଞ୍ଚିଥିଲେ ନିଜେ ପୋଲିସ୍ ଡିଜି, ପହଞ୍ଚି ବି ଯାଇଥିଲେ ସ୍ପେଶାଲ୍ ଟାକ୍ଟିକାଲ୍ ୟୁନିଟର କମାଣ୍ଡୋ।

ଜିଲ୍ଲା କୋର୍ଟ ସମେତ ହାଇକୋର୍ଟ ପରିସରକୁ ଖାଲି କରାଯାଇ ଆରମ୍ଭ ହୋଇଥିଲା କଡ଼ା ଯାଞ୍ଚ୍। ଏଭିତରେ ତତ୍କ୍ଷଣାତ୍ ସ୍ଥିତିକୁ ସଜ୍ଞାନକୁ ନେଇ ପୋଲିସ୍ ଡିଜି, ମୁଖ୍ୟ ଶାସନ ସଚିବ ଏବଂ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତୁରନ୍ତ ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ କରି ଅପରାଧୀଙ୍କୁ ଖୋଜି ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Advertisment

ଏସବୁ ଭିତରେ ଆସିଥିଲା ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟଙ୍କ ପ୍ରତିକ୍ରିୟା। ଓଟିଭିକୁ ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟାରେ ସେ କହିଥିଲେ ଏହା ଗୁଜବ ସୃଷ୍ଟିକାରୀ ଏକ ହୋକ୍ସ ମେଲ୍। 

ପୋଲିସ ଡିଜିଙ୍କ ସହ ଆଲୋଚନାରୁ ମେଲଟି ତାମିଲନାଡୁରୁ ଆସିଥିବା ଏବଂ ଏଥିପାଇଁ କେହି ଆତଙ୍କିତ କି ବିଚଳିତ ନହେବାକୁ ପରାମର୍ଶ ଦେଇ ରାଜ୍ୟର ସବୁ କୋର୍ଟ ପରିସର ସଂପୂର୍ଣ୍ଣ ସୁରକ୍ଷିତ ଥିବା କହିଥିଲେ ଆଡଭୋକେଟ୍ ଜେନେରାଲ୍।...

ବିସ୍ଫୋରଣ ଧମକ ତୁଚ୍ଛା ମିଛ

ପ୍ରାୟ 3 ଘଣ୍ଟାର କସରତ ପରେ ଘଣ୍ଟାରେ 2ଟା 35 ବାଜିବା କ୍ଷଣି ଉଭେଇ ଯାଇଥିଲା ସବୁ ଭୟ। ବିସ୍ଫୋରଣର ଧମକ ଯେ ତୁଚ୍ଛା ମିଛ ଥିଲା, ସ୍ପଷ୍ଟ ହେବା ପରେ ଆଶ୍ବସ୍ତ ହୋଇଥିଲେ ଓକିଲ-ମହକିଲ, ଶାସନ-ପ୍ରଶାସନ ଓ ସାରା ରାଜ୍ୟବାସୀ। ଦ୍ବିତୀୟାର୍ଦ୍ଧରେ ସବୁଠି ସ୍ବାଭାବିକ ହୋଇଥିଲା କୋର୍ଟ କାର୍ଯ୍ୟ। ଯାଞ୍ଚରୁ ଧମକ ଆସିଥିବା ତିନିଟି ଯାକ କୋର୍ଟ ପରିସରରୁ ସେଭଳି କୌଣସି ବିସ୍ଫୋରକ କି ସନ୍ଦିଗ୍ଧ ବସ୍ତୁର ସନ୍ଧାନ ମିଳି ନଥିଲା।

କେବଳ ଓଡ଼ିଶା ନୁହେଁ ପୂର୍ବରୁ ତାମିଲନାଡୁ, କର୍ଣ୍ଣାଟକ, ଗୁଜରାଟ ଓ ଆଜି ଆମ ରାଜ୍ୟ ସହ ବିହାର ଓ କେରଳର କୋର୍ଟକୁ ବି ଏଭଳି ଧମକପୂର୍ଣ୍ଣ ହୋକ୍ସ ଇମେଲ୍ ଆସିଥିଲା। ତେବେ ଏହା ପଛରେ କିଏ, କଣ ସେମାନଙ୍କ ଉଦ୍ଦେଶ୍ୟ ଜାଣିବାକୁ ତନାଘନା ଆରମ୍ଭ କରିଛନ୍ତି ସବୁ ରାଜ୍ୟ ପୋଲିସ୍ ସହ କେନ୍ଦ୍ରୀୟ ସଂସ୍ଥା। ...

Mail Hoax Bomb Call
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ