Advertisment

Mob Lynching: ଛି ଛି ତମେ ମଣିଷ, ଚୋରି କଲା ବୋଲି ମାରିଦେଲ

ମୃତକଙ୍କ ଘର କନ୍ଧମାଳ ଜିଲ୍ଲାର କୁରୁମୁଙ୍ଗିଆ ଗାଁରେ । ନାଁ ତାଙ୍କର ବେଣୁଧର ପ୍ରଧାନ । ଏନେଇ ଖବର ପାଇବା ପରେ ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଗୁରୁତର ଅବସ୍ଥାରେ ବ୍ୟକ୍ତି ଜଣଙ୍କୁ ଉଦ୍ଧାରକରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲା ।

Thief Murder

Thief Murder Photograph: (OTV)

Advertisment

ମଣିଷ ଏଠି ତା’ର ମଣିଷ ପଣିଆ ହରାଇ ବସିଛି । ମାନବିକତା ଯେମିତି ଏଠି ମରିଶୋଇଛି ।  ଘରେ ଚୋର ପଶିଥିଲା ବୋଲି ତାକୁ ମାରୁ ମାରୁ ମାରିଦେଇଛନ୍ତି ଗ୍ରାମବାସୀ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ସାର୍ଦ୍ଧୋଳ ଗାଁର ଏ ଘଟଣା । ଚୋରି ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଛି ।

Advertisment

ମୃତକଙ୍କ ଘର କନ୍ଧମାଳ ଜିଲ୍ଲାର କୁରୁମୁଙ୍ଗିଆ ଗାଁରେ । ନାଁ ତାଙ୍କର ବେଣୁଧର ପ୍ରଧାନ । ଏନେଇ ଖବର ପାଇବା ପରେ ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଗୁରୁତର ଅବସ୍ଥାରେ ବ୍ୟକ୍ତି ଜଣଙ୍କୁ ଉଦ୍ଧାରକରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି l

କୁହାଯାଉଛି, ଗତକାଲି ବିଳମ୍ବିତ ରାତିରେ ଗାଁରେ ଜଣଙ୍କ ଘରର କବାଟ ଭାଙ୍ଗି ଚୋରି କରୁଥିବା ସମୟରେ ଏହି ଘଟଣା ଘଟିଛି । ଜଣେ ଚୋରି କରୁଥିବା ବେଳେ ଅନ୍ୟ ଜଣେ ଯୁବକ ବାହାରେ ଜଗିଥିଲେ । ହେଲେ ଗାଁ ଲୋକ ପାଟି ତୁଣ୍ଡ କରବାରୁ ଅନ୍ୟ ଜଣଙ୍କ ଖସିଯାଇଥିଲେ । ହେଲେ ବେଣୁଧରଙ୍କୁ ଧରିପକାଇଥିଲେ ଗ୍ରାମବାସୀ ।

Advertisment

ପରେ ଗ୍ରାମବାସୀମାନେ ବେଣୁଧରଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ତା’ଙ୍କ ପରିବାର । ଅଭିଯୋଗକୁ ଭିତ୍ତି କରି ଭଞ୍ଜନଗର ପୋଲିସ୍ ସାର୍ଦ୍ଧୋଳ ଗାଁରେ ପହଞ୍ଚି ୩୦ରୁ ଅଧିକ ଯୁବକଙ୍କୁ ଉଠାଇ ଆଣି ଅଟକ ରଖିଛି । ଆଉ ଗାଁରେ ପୋଲିସ୍ ଛାଉଣୀ ହୋଇଥିବା ବେଳେ ସାରା ଗାଁ ଏବେ ପୁରୁଷ ଶୂନ୍ୟ ହୋଇଯାଇଛି ।

Ganjam Villagers Death Accused Theft
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ