Advertisment

Protest Chaos: ଆନ୍ଦୋଳନ ବେଳେ ଜବରଦସ୍ତ ନେଉଥିଲେ ଗାଡ଼ି, କି ମାଡ଼...

ଗାଡି ଉପରକୁ ଅତର୍କିତ ଆକ୍ରମଣ। କିଏ ଢେଲା ମାଡ଼ କରୁଛି ତ ଆଉ କିଏ ବାଡିରେ ପିଟୁଛି। ହମ୍ପସ ନିର୍ମାଣ ଦାବିରେ ପ୍ରତିବାଦ ବେଳେ ଏଭଳି କାଣ୍ଡ ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Attack

Attack Photograph: (OTV)

Advertisment

ଗାଡି ଉପରକୁ ଅତର୍କିତ ଆକ୍ରମଣ । କିଏ ଢେଲା ମାଡ଼ କରୁଛି ତ ଆଉ କିଏ ବାଡିରେ ପିଟୁଛି । ହମ୍ପସ ନିର୍ମାଣ ଦାବିରେ ପ୍ରତିବାଦ ବେଳେ ଏଭଳି କାଣ୍ଡ ଦେଖିବାକୁ ମିଳିଛି ।  ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

Advertisment

ଏ ଘଟଣା ହେଉଛି ବରଗଡ ଜିଲ୍ଲା ବରଡୋଲର l ଗତ ସୋମବାର ଦିନ ସନ୍ଧ୍ୟାରେ ବରଗଡର ବରଡୋଲରେ ଏକ ସଡ଼କ ଦୁର୍ଘଟଣା ହୋଇଥିଲା l ଅଜଣା ଗାଡ଼ି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା l ପୋଲିସର ସୂଚନା ଅନୁସାରେ ସ୍ବାମୀ-ସ୍ତ୍ରୀ ବରଗଡ଼ରୁ ଭଟଲି ଯିବା ବେଳେ ବରଡୋଲ ଛକରେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା ।

ପ୍ରତିବାଦରେ ସ୍ଥାନୀୟ ବାସିନ୍ଦା ହମ୍ପସ ତିଆରି ଦାବିରେ ରାସ୍ତାରୋକ କରିଥିଲେ l ଆଉ ଏହି ସମୟରେ ଏହି ଅମାନିଆ ଗାଡ଼ି ଜୋର୍ ଜବରଦସ୍ତ ଯିବା ପାଇଁ ଗାଡ଼ି ପୂରାଇ ଦେବାରୁ ଉତ୍ତ୍ୟକ୍ତ ଲୋକେ ଗାଡ଼ି ଉପରକୁ ପଥର ମାଡ଼ କରିବା ସହ ଗାଡ଼ିକୁ ଭଙ୍ଗା ରୁଜା କରିଥିଲେ l ଏପରିକି ଅମାନିଆ ଗାଡ଼ି ଚାଳକ ଓ ଗାଡ଼ିରେ ବସିଥିବା କିଛି ଯୁବକଙ୍କୁ ନିର୍ଧୁମ ମାଡ ମାରିଥିବା ଭିଡିଓ ଭାଇରାଲ ହୋଇଛି l ଏମିତିକି ସଂପୃକ୍ତ ଗାଡି ଡ୍ରାଇଭରକୁ ଉତ୍ତ୍ୟକ୍ତ ଲୋକେ ମାଡ ମାରିଥିଲେ।

Advertisment

ଗାଡି ଉପରକୁ ଅତର୍କିତ ଆକ୍ରମଣ 

କିଏ ପଥର ମାରୁଛି ତ ଆଉ କିଏ ବାଡିରେ ପିଟୁଛି 
ହମ୍ପସ ନିର୍ମାଣ ଦାବିରେ ପ୍ରତିବାଦ ବେଳେ ଏଭଳି କାଣ୍ଡ
ବରଗଡ ବରଡୋଲରେ ଏକ ଦୁର୍ଘଟଣା ପରେ ଏପରି କାଣ୍ଡ
ଆନ୍ଦୋଳନ ବେଳେ ଜବରଦସ୍ତ ଗାଡ଼ି ନେବାକୁ କେନ୍ଦ୍ର କରି ଭଙ୍ଗାରୁଜା

Protest Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ