Advertisment

‘ଟଙ୍କା ପାଇଁ ମୋ ଝିଅକୁ ମାରିଦେଲେ’

ଭଦ୍ରକ: ଯିଏ ଦିନେ ହାତରେ ଶଙ୍ଖା, ମଥାରେ ସିନ୍ଦୂର ଦେଇ ସାତ ଜନ୍ମର ସାଥୀ କରିଥିଲେ, ଶେଷରେ ସେ ନିଜେ ମଥାରୁ ସିନ୍ଦୂର ଲିଭାଇ ଦେଲେ। ସାତ ଜନ୍ମର ସାଥୀ ହୋଇ ରହିବା ତ ଦୂରର କଥା ଗୋଟିଏ ଜନ୍ମ ପାଇଁ…

ଅଦ୍ୟତନ ହୋଇଛି
‘ଟଙ୍କା ପାଇଁ ମୋ ଝିଅକୁ ମାରିଦେଲେ’

murder in bhadrak

Advertisment

ଭଦ୍ରକ: ଯିଏ ଦିନେ ହାତରେ ଶଙ୍ଖା, ମଥାରେ ସିନ୍ଦୂର ଦେଇ ସାତ ଜନ୍ମର ସାଥୀ କରିଥିଲେ, ଶେଷରେ ସେ ନିଜେ ମଥାରୁ ସିନ୍ଦୂର ଲିଭାଇ ଦେଲେ। ସାତ ଜନ୍ମର ସାଥୀ ହୋଇ ରହିବା ତ ଦୂରର କଥା ଗୋଟିଏ ଜନ୍ମ ପାଇଁ ମଧ୍ୟ ନିଜର ସାଥୀ ଭାବେ ରଖି ପାରିଲେନି। କୌଣସି କାରଣକୁ ନେଇ ପତ୍ନୀଙ୍କୁ ହତ୍ୟା କରିବା ପାଇଁ ପଛାଇଲେ ନାହିଁ। ବିବାହର ଦେଢ଼ ବର୍ଷ ପରେ ମହିଳାଙ୍କ ମୃତ୍ୟୁ। ହଠାତ୍‌ ଝିଅର ମୃତ୍ୟୁକୁ ପରିବାର ଲୋକ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ଶାଶୁ ଘର ଲୋକ ତାଙ୍କୁ ହତ୍ୟା କରିଥିବା ମୃତ ମହିଳାଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଏନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଛି। 

Advertisment

marriage

ଅଭିଯୋଗ ଅନୁଯାୟୀ, କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ଅଂରା ଗାଁର ଖଗେଶ୍ୱର ଜେନା ୨୦୧୯ ଡିସେମ୍ବରରେ ଭଦ୍ରକ ପୀରହାଟ ମାଲପୁର ଗାଁର ସୁଧା ରଞ୍ଜନ ମହାନ୍ତିଙ୍କ ଝିଅକୁ ବିବାହ କରିଥିଲେ। ଖଗେଶ୍ୱର ନିଜ ପତ୍ନୀଙ୍କ ସହ ଭଦ୍ରକ ସାହାପୁରରେ ଏକ ଭଡ଼ା ଘରେ ରହୁଥିଲେ। ମେ’ ୯ ତାରିଖ ରାତିରେ ସମ୍ପୃକ୍ତ ମହିଳା ତାଙ୍କ ସାନ ଭଉଣୀଙ୍କ ସହ କଥା ହୋଇଥିଲେ। ତେବେ ମେ’ ୧୦ ତାରିଖ ସକାଳେ ସୁଧା ରଞ୍ଜନଙ୍କ ପୁଅଙ୍କ ନିକଟକୁ ଖଗେଶ୍ୱର ଫୋନ୍‌ କରିଥିଲେ। ବାଥ୍‌ରୁମ୍‌ରେ ତୁମ ଭଉଣୀ ପଡ଼ି ଯାଇ ଗୁରୁତର ହୋଇଥିବା ସେ ଫୋନ୍‌ ଯୋଗେ କହିଥିଲେ।ପରିବାର ଲୋକେ ଭଦ୍ରକ ମେଡିକାଲରେ ପହଞ୍ଚିଲା ବେଳକୁ ମହିଳାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ଡାକ୍ତରଖାନା ପରିସରରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।

ସୂଚନା ଅନୁସାରେ, ଖଗେଶ୍ୱରଙ୍କ କିଛି ରୋଜଗାର ନଥିଲା ଓ ତାଙ୍କ ପତ୍ନୀ ଏକ ବ୍ୟାଙ୍କରେ ଚାକିରି କରୁଥିଲେ। ଖଗେଶ୍ୱର କିଛି ରୋଜଗାର କରୁନଥିବାରୁ ଏନେଇ ଘରେ ପାଟିତୁଣ୍ଡ ଲାଗି ରହୁଥିଲା। ତେବେ ଶାଶୁ ଘର ଲୋକେ ତାଙ୍କୁ ମାରି ଦେଇଥିବା ମୃତ ମହିଳାଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି।

Advertisment

ଘଟଣାକୁ ନେଇ ମୃତ ମହିଳାଙ୍କ ବାପା କହିଛନ୍ତି, ‘ମୋ ଝିଅକୁ ସେମାନେ ମାରି ଦେଇଥିବା ମୋର ସନ୍ଦେହ ହେଉଛି। ତା’ସ୍ୱାମୀ କିଛି ରୋଜଗାର କରେ ନାହିଁ। କିନ୍ତୁ ମୋ ଝିଅ ବ୍ୟାଙ୍କରେ ଚାକିରି କରୁଥିଲା। ମୋ ଝିଅକୁ ସେ ଫସାଇ ଲଭ୍‌ ମ୍ୟାରେଜ୍‌ କରିଥିଲା। ହେଲେ ଏହି ବିବାହରେ ଆମେ ରାଜି ନଥିଲୁ। ଉଭୟ କଲେଜରେ ଏକା ସାଙ୍ଗରେ ପଢ଼ୁଥିଲେ। ବିବାହ ପରେ ପୁଣିଥରେ ମ୍ୟାରେଜ ରେଜିଷ୍ଟ୍ରେସନ ପାଇଁ କହିଥିଲେ। ମୋ ଝିଅକୁ ମାରି ଟଙ୍କା ପାଇବା ପାଇଁ ସେମାନେ ଏଭଳି କରିଛନ୍ତି’।

marriage

ଅନ୍ୟପକ୍ଷେ, ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ