Advertisment

Sanatan Mahakud Faces Party Frustration: ରାଜ୍ୟପାଳଙ୍କ ଭାଷଣବେଳେ ବିଜେଡି-କଂଗ୍ରେସର କକ୍ଷତ୍ୟାଗ, ସିଟ୍ ଛାଡ଼ିଲେନି ସନା-ଅରବିନ୍ଦ

ବିଧାନସଭା ଆରମ୍ଭରୁ ରୋଚକ ଚିତ୍ର। ରାଜ୍ୟପାଳଙ୍କ ଭାଷଣବେଳେ ବିଜେଡି-କଂଗ୍ରେସର କକ୍ଷତ୍ୟାଗ। ବିଧାନସଭାରେ ସିଟ୍ ଛାଡ଼ିଲେନି ସନା-ଅରବିନ୍ଦ। ଶଙ୍ଖ ପାର୍ଟିକୁ ଫେରିବାର ନାହିଁ: ସନାତନ ମହାକୁଡ଼। କାହିଁକି ନବୀନ-ପାଣ୍ଡିଆନ୍ କ୍ଷୁବ୍ଧ ଜାଣିନି: ସନା। ମୁଁ ସ୍ୱାଧୀନ, ଯାହା ଠିକ ଲାଗିବ କରିବି: ଅରବିନ୍ଦ।

Sanatan Mahakud Faces Party Frustration

ରାଜ୍ୟପାଳଙ୍କ ଭାଷଣବେଳେ ବିଜେଡି-କଂଗ୍ରେସର କକ୍ଷତ୍ୟାଗ Photograph: (OTV)

Advertisment

ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ଉପରେ ନବୀନ, ପାଣ୍ଡିଆନଙ୍କ ରାଗ କାହିଁକି ? ଏ ପର୍ଯ୍ୟନ୍ତ ବୁଝିପାରୁନାହାନ୍ତି ସନାତନ । ଉଭୟଙ୍କ ବିରୋଧରେ ନ କହି ବି ଦଳରୁ ସସପେଣ୍ଡ ହେବାକୁ ସେ ସହଜରେ ହଜମ କରିପାରୁନାହାନ୍ତି । ଆଜି ବିଧାନସଭାରେ ଖୋଲାଖୋଲି ଏହା କହିବା ସହ ବିଜେଡିକୁ ଫେରିବାର ଆଉ ଆଶା ନାହିଁ ବୋଲି ଏକପ୍ରକାର ସ୍ପଷ୍ଟ କରିଛନ୍ତି ସନା ମହାକୁଡ। ସେପଟେ ଅରବିନ୍ଦ ମହାପାତ୍ର କହିଛନ୍ତି ମୁଁ ଏବେ ସ୍ବାଧୀନ ଭାବେ ଗୃହର ସମସ୍ତ କାର୍ଯ୍ୟରେ ଯୋଗ ଦେବି। ଏସବୁ ଭିତରେ ବଜେଟ୍ ଅଧିବେଶନ ଆରମ୍ଭରେ ଆଜି ଗୃହରେ ଦେଖିବାକୁ ମିଳିଥିଲା ସନା-ଅରବିନ୍ଦ ସୋ।

Advertisment

ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି ବିଜେଡିର କକ୍ଷତ୍ୟାଗ । ହେଲେ ଏପଟେ ନିଜ ନିଜ ନୂଆ ଆସନରେ ବସି ରହିଲେ ବିଧାୟକ ସନାତନ ମହାକୁଡ ଓ ଅରବିନ୍ଦ ମହାପାତ୍ର । ଆଜି ବିଧାନସଭା ବଜେଟ ଅଧିବେଶନର ପ୍ରଥମ ଦିନରୁ ଦେଖିବାକୁ ମିଳିଲା ରୋଚକ ଚିତ୍ର। ଫୋକସ୍ ରେ ଥିଲେ ବିଜେଡିରୁ ନିଲମ୍ବିତ ହୋଇଥିବା ଦୁଇ ବିଧାୟକ ସନାତନ ମହାକୁଡ ଓ ଅରବିନ୍ଦ ମହାପାତ୍ର। 

ରାଜ୍ୟପାଳଙ୍କ ଅଭିଭାଷଣ ଚାଲିଥିବା ବେଳେ ଏହାକୁ ବିରୋଧ କରି କକ୍ଷତ୍ୟାଗ କରିଥିଲା ବିଜେଡି ଓ କଂଗ୍ରେସ। କିନ୍ତୁ ବିଜେଡିରୁ ନିଲମ୍ବିତ ହୋଇଥିବା ସନା ଓ ଅରବିନ୍ଦ କିନ୍ତୁ ବସି ରହିଥିଲେ। ଆଉ ପାର୍ଟି ଭୟ ନଥିଲା କି କଟକଣା ବି ନଥିଲା। ବିଧାନସଭା ମୁଲତବୀ ହେବା ପରେ ଉଭୟ ପ୍ରତିକ୍ରିୟା ଦେଇଥିଲେ। ଯେଉଁଥିରୁ ସ୍ପଷ୍ଟ ବାରି ହୋଇପଡୁଥିଲା ଯେ ଉଭୟ ଆଉ ବିଜେଡି ଫେରିବାକୁ ଚାହୁଁନାହାଁନ୍ତି ବୋଲି। 

Advertisment

ସନା କହିଛନ୍ତି, ମୁଁ ନବୀନ କି ପାଣ୍ଡିଆନ୍ ବିରୁଦ୍ଧରେ କେବେ କିଛି କହିନି। କିନ୍ତୁ ତାଙ୍କର ମୋ ଉପରେ ରାଗ କାହିଁକି ଜାଣିପାରୁନି। ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ଜିଲ୍ଲାର ବିକାଶ ପାଇଁ କଥା ହେବା କାଳ ହେଲା। କିନ୍ତୁ ଲୋକଙ୍କ ପାଇଁ କାମ ଜାରି ରଖିବି। ବିଜେଡି ଫେରିବାକୁ ଆଉ ଆଶା ନାହିଁ ।..

ଅନ୍ୟପଟେ ପାଟକୁରା ବିଧାୟକ ଅରବିନ୍ଦ କହିଛନ୍ତି, ବିଜେଡିରୁ ନିଲମ୍ବନ ପରେ ମୁଁ ଏବେ ସ୍ବାଧୀନ ଭାବେ ଗୃହର ସମସ୍ତ କାର୍ଯ୍ୟରେ ଯୋଗଦେବି। ମୋର ସ୍ବାଧୀନତା ଅଛି, ଗୃହରେ ବସିବା ଉଠିବା ପାଇଁ । ମୋତେ ଯେଉଁଟା ଠିକ୍ ଲାଗିବ ସେଇଟା କରିବି । ବିଧାନସଭାରେ ନବୀନ ଦେଖାହେଲେ, ତାଙ୍କୁ ନମସ୍କାର କରିବାରୁ ସେ ବି ପ୍ରତି ନମସ୍କାର କଲେ। 

Advertisment

ନିଲମ୍ବନର କାରଣ ପଚାରିବାର ଆଉ ଉଦ୍ଦେଶ୍ୟ ନାହିଁ। କିନ୍ତୁ ପାଟକୁରା ବାସୀଙ୍କ ପାଇଁ ବିଧାନସଭାରେ ସ୍ବର ଉଠାଇବି। ତେଣେ ବିଜେଡିରୁ ନିଲମ୍ବନ ପରେ ଉଭୟ ସନା ଓ ଅରବିନ୍ଦଙ୍କ ସିଟ୍ ଆଜି ବଦଳିଯାଇଛି। ବିଜେଡି କହିଛି, ଶୃଙ୍ଖଳା କମିଟି ସମସ୍ତଙ୍କ ଉପରେ ନଜର ରଖିଛି, ବିଶୃଙ୍ଖଳିତଙ୍କ ପାଇଁ ଦଳରେ ସ୍ଥାନ ନାହିଁ।...

କ୍ଷମତାରେ ଥିବାବେଳେ ବିଜେଡିର ଅନେକ ନିଲମ୍ବିତ ନେତା ଦଳକୁ ଫେରିବାକୁ ପ୍ରାଣ ପଣେ ଚେଷ୍ଟା କରିଥାନ୍ତି। କିନ୍ତୁ ଏବେ ଚିତ୍ର ବଦଳିଛି। ବିଜେଡି ଉପରୁ ଯେମିତି ଆସ୍ଥା ଏକପ୍ରକାର ହରାଇଲେଣି ନେତା। ଯାହା ସନା ଓ ଅରବିନ୍ଦଙ୍କ ବୟାନରୁ ସ୍ପଷ୍ଟ।

Odisha News Odisha Assembly Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ