Advertisment

ଦିନକରେ ସୁନ୍ଦରଗଡ଼ରୁ ବାହାରିଲେ ୧,୯୨୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ବି ଉପରମୁହାଁ କରୋନା ଗ୍ରାଫ୍। ବଢ଼ି ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ବି ୧୧ ହଜାର ଉପରେ ରହିଛି ରାଜ୍ୟର ସଂକ୍ରମଣ ହାର। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧ ହଜାର ୮୦୭ ସଂକ୍ରମିତ ଚିହ୍ନଟ…

ଅଦ୍ୟତନ ହୋଇଛି
ଦିନକରେ ସୁନ୍ଦରଗଡ଼ରୁ ବାହାରିଲେ ୧,୯୨୨ କରୋନା ଆକ୍ରାନ୍ତ

corona testing

Advertisment

ଭୁବନେଶ୍ୱର: ରାଜ୍ୟରେ ଆଜି ବି ଉପରମୁହାଁ କରୋନା ଗ୍ରାଫ୍। ବଢ଼ି ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ବି ୧୧ ହଜାର ଉପରେ ରହିଛି ରାଜ୍ୟର ସଂକ୍ରମଣ ହାର। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧ ହଜାର ୮୦୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧ ହଜାର ୯୨୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧ ହଜାର ୫୧୦ ନୂଆ ମାମଲା ସହ ଦ୍ୱିତୀୟ ସ୍ଥାନରେ ରହିଛି ଖୋର୍ଦ୍ଧା।

Advertisment

ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ଆକ୍ରାନ୍ତରେ ୨୧ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୧୬୧ରେ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬,୬୧୩ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୫,୧୯୪ ଜଣ ଲୋକାଲ୍‌ କେସ୍‌ ବୋଲି ସୂଚନା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୫୬୦, ବାଲେଶ୍ୱରରୁ ୨୬୦, ବରଗଡ଼ରୁ ୪୨୮, ଭଦ୍ରକରୁ ୮୩, ବଲାଙ୍ଗିରରୁ ୪୩୭, ବୌଦ୍ଧରୁ ୧୭୮, କଟକରୁ ୧,୦୫୨, ଦେବଗଡ଼ରୁ ୧୧୫, ଢେଙ୍କାନାଳରୁ ୧୭୭, ଗଜପତିରୁ ୧୦୫, ଗଞ୍ଜାମରୁ ୩୪୧, ଜଗତସିଂହପୁରରୁ ୧୩୪, ଯାଜପୁରରୁ ୩୦୨, ଝାରସୁଗୁଡ଼ାରୁ ୪୨୧, କଳାହାଣ୍ଡିରୁ ୪୦୨, କନ୍ଧମାଳରୁ ୯୨, କେନ୍ଦ୍ରାପଡ଼ାରୁ ୧୪୫, କେନ୍ଦୁଝରରୁ ୨୩୧,ଖୋର୍ଦ୍ଧାରୁ ୧,୫୧୦, କୋରାପୁଟରୁ ୧୨୨, ମାଲକାନଗିରିରୁ ୭୦, ମୟୂରଭଞ୍ଜରୁ ୧୭୫, ନବରଙ୍ଗପୁରରୁ ୪୧୯, ନୟାଗଡ଼ରୁ ୨୦୪, ନୂଆପଡ଼ାରୁ ୨୮୬, ପୁରୀରୁ ୪୫୪, ରାୟଗଡ଼ାରୁ ୧୩୮, ସମ୍ବଲପୁରରୁ ୫୩୩, ସୋନପୁରରୁ ୨୧୦, ସୁନ୍ଦରଗଡ଼ରୁ ୧,୯୨୨ ଓ ଷ୍ଟେଟ୍‌ ପୁଲ୍‌ରୁ ୩୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫,୨୪,୨୦୭ରେ ପହଞ୍ଚିଛି ।

Advertisment

Advertisment

ଅନ୍ୟପକ୍ଷେ, କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ରାଜ୍ୟର ବିଭିନ୍ନ ବର୍ଗର ଡାକ୍ତର, ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନିଜ ଅଧିନକୁ ରାଜ୍ୟ ସରକାର ଆଣିଛନ୍ତି। ଏମାନଙ୍କୁ କୋଭିଡ୍ ମୁକାବିଲାରେ ନିଯୁକ୍ତ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ କ୍ୟାଡର୍‌ରେ ଡାକ୍ତରଙ୍କୁ ଷ୍ଟେଟ୍ ପୁଲ୍‌ରୁ ନିଯୁକ୍ତ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। ସେମାନଙ୍କ ମଧ୍ୟରେ ପିଜି ଡାକ୍ତର, ପୋଷ୍ଟ ପିଜି ଡାକ୍ତର, ଇଣ୍ଟର୍ଣ୍ଣ, ସମସ୍ତ ଫାଇନାଲ୍ ଇୟରର ଡାକ୍ତରୀ ଛାତ୍ରଛାତ୍ରୀ, ନର୍ସିଂ ଏବଂ ପାରାମେଡିକାଲ୍ କର୍ମଚାରୀ। ଏମାନଙ୍କୁ ଅସ୍ଥାୟୀ ଭାବେ ବିଭିନ୍ନ ସ୍ଥାନରେ ନିଯୁକ୍ତ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି।

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ