Advertisment

Students Protest: ରଖତୁମ ପୋଷାକ, ଦରକାର ନାହିଁ ମଧ୍ୟାହ୍ନ ଭୋଜନ

ରଖତୁମ ପୋଷାକ, ଦରକାର ନାହିଁ ମଧ୍ୟାହ୍ନ ଭୋଜନ । ଆଉ ସ୍କୁଲ ବି ଆସିବୁ ନାହିଁ। ପାଠ ତ ପଢିପାରୁନୁ କଣ ହେବ ଏସବୁ । ଏମିତି ଢଙ୍ଗରେ ନିଆରା ପ୍ରତିବାଦ କରିଛନ୍ତି ଛାତ୍ର ଛାତ୍ରୀ।

Students Protest

ରଖତୁମ ପୋଷାକ, ଦରକାର ନାହିଁ ମଧ୍ୟାହ୍ନ ଭୋଜନ Photograph: (OTV)

Advertisment

ରଖତୁମ ପୋଷାକ, ଦରକାର ନାହିଁ ମଧ୍ୟାହ୍ନ ଭୋଜନ । ଆଉ ସ୍କୁଲ ବିଆସିବୁ ନାହିଁ। ପାଠ ତ ପଢିପାରୁନୁ କଣ ହେବ ଏସବୁ । ଏମିତି ଢଙ୍ଗରେ ନିଆରା ପ୍ରତିବାଦ କରିଛନ୍ତି ଛାତ୍ର ଛାତ୍ରୀ। ସ୍କୁଲରେ ମଧ୍ୟାହ୍ନ ଭୋଜନ ରୋଷେଇ ହୋଇଛି। ଖାଇବା ସମୟରେ ବାରଣ୍ଡାରେ ବଢାଯାଇଛି। ହେଲେ ସବୁ ଛାତ୍ର ଛାତ୍ରୀ ମୁହଁ ବୁଲେଇ ବସିଛନ୍ତି।

Advertisment

ସାର କହୁଛନ୍ତି ପିଲା ଏ ଖାଉନ କାହିଁକି, ଉତ୍ତର ଆସୁଛି ଆମେ ଖାଇବୁ ନାହିଁ। ଏହା ପରେ ସମସ୍ତେ ଖାଇବା ଥାଳି ପାଖରୁ ଉଠି ବାହାରକୁ ପଳାଉଛନ୍ତି। ଏପଟେ ଶ୍ରେଣୀ ଗୃହରେ ବସିଛନ୍ତି ପିଲା। ଦିଦି ମଧ୍ୟପାଖରେ ଛିଡା ହୋଇଛନ୍ତି। ହେଲେ ପିଲା କିନ୍ତୁ ନାରା ଦେଇ ଚାଲିଛନ୍ତି।

ଏ ଦୃଶ୍ୟ ହେଉଛି ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ଇଉପି ବିଦ୍ୟାଳୟର। ଆବଶ୍ୟକୀୟ ଶିକ୍ଷକ ନ ଥିବାରୁ ଛାତ୍ର ଛାତ୍ରୀଙ୍କ ନିଆରା ପ୍ରତିବାଦ । ସ୍କୁଲ ପୋଷାକ ଫେରାଇ ଦେବା ସହ ମଧ୍ୟାହ୍ନ ଭୋଜନ ନ ଖାଇ ଉପାସ ରହି ପ୍ରତିବାଦ ଜଣାଇଛନ୍ତି।

Advertisment

ସ୍କୁଲରେ ପଢୁଛନ୍ତି ୩୦୯ ଜଣ ପିଲା। ପ୍ରତି ଶ୍ରେଣୀ ଗୃହରେ ତିନିଟି କ୍ଲାସର ପିଲା ବସୁଛନ୍ତି। ଏତେ ପିଲାଙ୍କ ପାଇଁ ରହିଛନ୍ତି ମାତ୍ର ୪ ଜଣ ଶିକ୍ଷକ। ଗତଛଅ ମାସେ ଏଭଳି ସ୍ଥିତି।

ମୋଟ ୭ ଜଣ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଜଣେ ସିଆର ସିସି ହୋଇ ପଳେଇଲେ। ଦୁଇ ଜଣ ମାତୃତ୍ୱ ଛୁଟିରେ ରହିଛନ୍ତି। ବାକି ଶିକ୍ଷକଙ୍କୁ ନେଇ ଚାଲିଛି ସ୍କୁଲ।

Advertisment

ଜଣେ ଗୋଟିଏ କ୍ଲାସକରୁ ଥିବା ବେଳେ ଅନ୍ୟ ପିଲା ଖେଳରେ ବ୍ୟସ୍ତ ରହୁଛନ୍ତି। ଯାହା ଫଳରେ ଶୈକ୍ଷିକ ବାତାବରଣ ସୃଷ୍ଟି ହୋଇପାରୁନି। ସେପଟେ ଏଭଳି ସ୍ଥିତିକୁ ନେଇ ନିଜ ଅସହାୟତା ପ୍ରକାଶ କରିଛନ୍ତି ପ୍ରଧାନ ଶିକ୍ଷକ।

ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଏଭଳି ପ୍ରତିବାଦ ପରେ କିଛି ଦିନ ହେବ ସ୍କୁଲରେ ପାଠ ପଢା ଚାଲିଯାଇଛି। ତୁରନ୍ତ ପଦକ୍ଷପ ନେବାକୁ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି।

ଯେପର୍ଯ୍ୟନ୍ତ ଶିକ୍ଷକ ଆସି ନାହାନ୍ତି, ସେ ପର୍ଯ୍ୟନ୍ତ ବିକ୍ଷୋଭ ଜାରି ରହିବ ବୋଲି ଛାତ୍ର ଛାତ୍ରୀ କହିବା ପରେ ଏବେ ଶିକ୍ଷକଙ୍କ ଅକଳ ଗୁଡୁମ।

Odisha Education Odisha News Students Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ