Advertisment

Protest For Teacher Transfer: “ଆମ ସାର୍ ସ୍କୁଲରେ ନ ରହିଲେ ଆମେ ପାଠ ପଢିବୁ ନାହିଁ”

ଶିକ୍ଷକ ବଦଳିକୁ ବିରୋଧକରି ରାଜ ରାସ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ। ବଦଳି ଶିକ୍ଷକଙ୍କୁ ଧରି ବିଦ୍ୟାଳୟ ମୁଖ୍ୟ ଫାଟକ ଆଗରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ।ପିଲାମାନଙ୍କ ଦାବି ଆମ ସାର୍ ସ୍କୁଲରେ ନ ରହିଲେ ଆମେ ପାଠ ପଢିବୁ ନାହିଁ।

Protest For Teacher Transfer

“ଆମ ସାର୍ ସ୍କୁଲରେ ନ ରହିଲେ ଆମେ ପାଠ ପଢିବୁ ନାହିଁ” Photograph: (OTV)

Advertisment

ଶିକ୍ଷକ ବଦଳିକୁ ବିରୋଧକରି ରାଜ ରାସ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ। ବଦଳି ଶିକ୍ଷକଙ୍କୁ ଧରି ବିଦ୍ୟାଳୟ ମୁଖ୍ୟ ଫାଟକ ଆଗରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ। ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଏ. ବରିଡା ଗ୍ରାମର ପିଏମ ଶ୍ରୀ ଦଧିବାମନ ନୋଡାଲ ଉଚ୍ଚ ବିଦ୍ୟାଳୟ ଆଗରେ।

Advertisment

ବଦଳି ନିର୍ଦ୍ଦେଶ ହୋଇଥିବା କୃଷ୍ଣଚନ୍ଦ୍ର ବେହେରା ନାମକ ଶିକ୍ଷକଙ୍କ ହାତ-ଗୋଡ଼କୁ ଧରି ବିଦ୍ୟାଳୟରେ ତାଲା ପକାଇ ଫାଟକ ଆଗରେ ଛାତ୍ରଛାତ୍ରୀ ବସିଥିବା ଦେଖିବାକୁ ମିଳିଛି। ଫଳରେ ବିଦ୍ୟାଳୟ ବନ୍ଦ ରହିବା ସହ ଶିକ୍ଷକ ଶିକ୍ଷୟିତ୍ରୀ ବାହାରେ ରହିଛନ୍ତି। ପିଲାମାନଙ୍କ ଦାବି ଆମ ସାର୍ ସ୍କୁଲରେ ନ ରହିଲେ ଆମେ ପାଠ ପଢିବୁ ନାହିଁ।

ସୂଚନା ମୁତାବକ ୨୦୦୯ ମସିହା ଠାରୁ କୃଷ୍ଣଚନ୍ଦ୍ର ସାର ଏହି ବିଦ୍ୟାଳୟରେ ନିରନ୍ତର ଭାବେ କାର୍ଯ୍ୟ କରୁଥିବା ବେଳେ ରାଜନୈତିକ ଅଭିଶନ୍ଧି ରଖି ବର୍ତ୍ତମାନ ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ଶୁଣିବାକୁ ମିଳୁଛି। ଅନ୍ୟପକ୍ଷରେ ମୁଣ୍ଡ ଉପରେ ବାର୍ଷିକ ପରୀକ୍ଷା ରହିଥିବା ଯୋଗୁଁ ଶିକ୍ଷକ ବଦଳି ଦ୍ୱାରା ପାଠପଢା ଉପରେ ପ୍ରଭାବ ପଡିବା ଦର୍ଶାଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପ୍ରତିବାଦ କରିଛନ୍ତି।

Advertisment

ଶିକ୍ଷକଙ୍କ ବଦଳି ନିର୍ଦେଶ ବାତିଲ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବା ନେଇ ସମସ୍ତେ ଚେତାବନୀ ଦେଇଛନ୍ତି।

Ganjam Odisha Education Odisha School
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ