lockdown 1
ଭୁବନେଶ୍ୱର: ଏ ସପ୍ତାହରେ କମିବ ନାହିଁ କରୋନା ସଂକ୍ରମଣ। ମେ ପରେ ଧୀରେ ଧୀରେ ରାଜ୍ୟରେ କମିବ ସଂକ୍ରମଣ। କରୋନା ସଂକ୍ରମଣକୁ ନେଇ ଆଜି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଡାକ୍ତର ନିରୋଜ ମିଶ୍ର। ସେ କହିଛନ୍ତି ଯେ, ମେ ୩୧ ପରେ ଯାଇ ସଂକ୍ରମିତ ସଂଖ୍ୟା କମିବ। ଆସନ୍ତା ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ୧୦ରୁ ୧୨ ହଜାର ପଜିଟିଭ ସଂଖ୍ୟା ରହିବ। ଏହାସହ ରାଜ୍ୟରେ ଏବେ ପଜିଟିଭ ରେଟ୍ ୨୦% ରହିଛି, ଟେଷ୍ଟ ବଢ଼ିଲେ ପଜିଟିଭ ସଂଖ୍ୟା ବି ବଢ଼ିବ। ମେ ୩୧ ପରେ ସଂକ୍ରମଣ ସଂଖ୍ୟା ୧୦ ହଜାରରୁ ଖସିବ, ଜୁନରେ ଆଶ୍ୱସ୍ତି ମିଳିବ ବୋଲି କହିଛନ୍ତି ଶ୍ରୀ ମିଶ୍ର। ଏହାସହ ଗାଁ ଗୁଡିକ ଉପରେ ଅଧିକ ଫୋକସ କରିବାକୁ ପଡ଼ିବ, ଅଣ୍ଡର ରିପୋର୍ଟିଂ ହେବ। ଗ୍ରାମାଞ୍ଚଳରେ ଭିତ୍ତିଭୂମି ନାହିଁ, ଲୋକ ସଚେତନ ନଥିବାରୁ ମୃତ୍ୟୁହାର ବଢ଼ିପାରେ ବୋଲି ସେ କହିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜ୍ୟକୁ ଆଉ ୨ ସପ୍ତାହ ଲକଡାଉନ୍ର ଆବଶ୍ୟକତା ଥିବା ସେ କହିଛନ୍ତି।
ଏଠାରେ ସୂଚନା ଦେଉଛୁ ଯେ, ରାଜ୍ୟରେ ଥମିବାରେ ନା ନେଉ ନାହିଁ ସଂକ୍ରମଣ। ପୁଣି ଥରେ ଉପରମୁହାଁ ରହିଛି କରୋନା ଗ୍ରାଫ୍। ଗତ ୨୪ ଘଂଟାରେ ରାଜ୍ୟରେ ମୋଟ୍ ୧୧୭୩୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬,୫୬୯ ଜଣ ସଂକ୍ରମିତ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୫,୧୬୩ ଜଣ ଲୋକାଲ କେସ୍ ବା ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ୨୨୪୪୯୨କୁ ବୃଦ୍ଧି ପାଇଛି। ଏହାସହ ରାଜ୍ୟରେ ବର୍ତ୍ତମାନ ଆକ୍ଟିଭ୍ କେସ୍ ୧,୦୭,୪୦୩ ରହିଥିବା ବେଳେ ୫,୦୨,୪୫୫ ଜଣ ସଂକ୍ରମିତ କରୋନାରୁ ସୁସ୍ଥ ହୋଇଛନ୍ତି। ତେବେ ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୧୭୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଂଟା ମଧ୍ୟରେ ରାଜ୍ୟରୁ ୧୯ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ।
ଦେଶରେ କମୁଛି, ହେଲେ ରାଜ୍ୟରେ ଥମୁନି କରୋନା ସଂକ୍ରମଣ। କରୋନା ଦ୍ୱିତୀୟ ଲହର ଢେଉ ଭଳି ମାଡ଼ି ଆସିବା ପରେ ଲକଡାଉନ୍ ଷ୍ଟ୍ରାଟେଜି ପାଇଁ ଏବେ ଦିଲ୍ଲୀ, ମହାରାଷ୍ଟ୍ର ଭଳି ଅଧିକ ପ୍ରଭାବିତ ରାଜ୍ୟରେ ଖସୁଛି ସଂକ୍ରମଣ ହାର। ହେଲେ ଓଡ଼ିଶାରେ ଲକଡାଉନ୍ କଟକଣାକୁ ୧୨ ଦିନ ଛୁଇଁଥିଲେ ବି ସଂକ୍ରମଣ ହାରରେ କୌଣସି ପରିବର୍ତ୍ତନ ହେଉନଥିବାରୁ ଏହା ଚିନ୍ତା ବଢାଇଛି। ଏପଟେ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲା ସମେତ ୧୦ଟି ଜିଲ୍ଲାରେ ସଂକ୍ରମଣ ସ୍ଥିର ଏବଂ ହ୍ରାସ ପାଉଥିବା ବେଳେ ଲୋକେ ଯଦି ଆଉ କିଛି ଦିନ ସହଯୋଗ କରିବେ, ତେବେ କୋରନାକୁ ସମ୍ପୂର୍ଣ୍ଣ ଦୂରେଇ ଦେଇପାରିବା ବୋଲି ଗତକାଲି ସୂଚନା ଦେଇଥିଲେ ମୁଖ୍ୟ ଶାସନ ସଚିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/lockdown-1_1621146007.jpg)