Advertisment

ଅସହାୟ ବୃଦ୍ଧା ମାଆଙ୍କୁ ନେଇ ଜଙ୍ଗଲରେ ଛାଡ଼ିଦେଲେ କଳିଯୁଗର କୁଳାଙ୍ଗାର ପୁଅ

କରୋନା କାଳର କରୁଣ ଦୃଶ୍ୟ। କାମଧନ୍ଦା ନ ମିଳିବା ସହ ଆଶ୍ରା ନମିଳିବାରୁ ଅସହାୟ ବୃଦ୍ଧା ମାଆଙ୍କୁ ନିଛାଟିଆ ସ୍ଥାନରେ ଛାଡ଼ି ପଳାଇବା ଉଦ୍ୟମ ବେଳେ ଦୁଇ ଦିବ୍ୟାଙ୍ଗ ପୁଅଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି।

ଅଦ୍ୟତନ ହୋଇଛି
ଅସହାୟ ବୃଦ୍ଧା ମାଆଙ୍କୁ ନେଇ ଜଙ୍ଗଲରେ ଛାଡ଼ିଦେଲେ କଳିଯୁଗର କୁଳାଙ୍ଗାର ପୁଅ

Mother

Advertisment

ଭଞ୍ଜନଗର(ରାଜେଶ ପଣ୍ଡା): କରୋନା କାଳର କରୁଣ ଦୃଶ୍ୟ। କାମଧନ୍ଦା ନ ମିଳିବା ସହ ଆଶ୍ରା ନମିଳିବାରୁ ଅସହାୟ ବୃଦ୍ଧା ମାଆଙ୍କୁ ନିଛାଟିଆ ସ୍ଥାନରେ ଛାଡ଼ି ପଳାଇବା ଉଦ୍ୟମ ବେଳେ ଦୁଇ ଦିବ୍ୟାଙ୍ଗ ପୁଅଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟଘଟଣା। ସହରର ଲୋହରାଖଣ୍ଡି ନଦୀ ପାଖ ବାଇପାସ ରାସ୍ତାର ଏକ ନିର୍ଜନ ସ୍ଥାନରୁ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ପୋଲିସ ଚିକିତ୍ସା ଲାଗି ଉପଖଣ୍ଡ ମେଡିକାଲକୁ ପଠାଇଛି। ମଧ୍ୟାହ୍ନ ସମୟରେ ଦୁଇଜଣ ଯୁବକ ନିଜ ବୃଦ୍ଧା ମାଆଙ୍କୁ ବାଇପାସ୍ ସ୍ଥିତ ଏକ ନିର୍ଜନ ସ୍ଥାନକୁ ନେଉଥିଲେ। ଏହି ଦୃଶ୍ୟ ଦେଖିବା ପରେ ପରେ ସ୍ଥାନୀୟ ଲୋକେ ସନ୍ଦେହ କରି ଏ ନେଇ ପୋଲିସକୁ ଖବର ଦେଇଥିଲେ।

Advertisment

ପୋଲିସ ତୁରନ୍ତ ପଦକ୍ଷେପ ନେଇ ବୃଦ୍ଧାଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ପଠାଇଛନ୍ତି। ଏହା ସହ ଦୁଇ ଦିବ୍ୟାଙ୍ଗ ପୁଅଙ୍କୁ ଅଟକ ରଖିଛି। ବୃଦ୍ଧା ଜଣଙ୍କ ଗୋଳନ୍ଥରା ଥାନା ଚଟି ଅଞ୍ଚଳର ବୋଲି ଜଣାପଡିଛି। ସ୍ୱାମୀଙ୍କ ମୃତ୍ୟୁ ପରେ ୨ ଦିବ୍ୟାଙ୍ଗ ପୁଅ ଓ ଝିଅକୁ ନେଇ ସେ ରହୁଥିଲେ। ବୃଦ୍ଧାଙ୍କ ବିଧବା ଝିଅ ଏବେ ଜଗନ୍ନାଥପ୍ରସାଦରେ ରହୁଛନ୍ତି। ସେଠାକାର ସରପଞ୍ଚଙ୍କ ସମେତ ବୃଦ୍ଧାଙ୍କ ଝିଅକୁ ପୁଲିସ୍ ଖବର ଦେଇଛି। ସେମାନେ ଆସିବା ପରେ କୌଣସି ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ