Advertisment

Suspicious Death: ଯୁବକଙ୍କ ଝୁଲନ୍ତା ମୃତଦେହ; ପରିବାରର ଦାବି ହତ୍ୟା

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଯାମବାହାଲ-ମଲ୍ଲିକମୁଣ୍ଡା ରାସ୍ତା କଡରେ ଥିବା ଏକ ଗଛରେ ବରବାହାଲ ଗାଁର ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଠାବ କରିଛି ପୁଲିସ। ହତ୍ୟା କରି ଆତ୍ମହତ୍ୟାର ରୂପ ଦେଉଥିବା ପରିବାର ଲୋକ ଅଭିଯୋଗ କରୁଛନ୍ତି।

Suspicious Death

ଯୁବକଙ୍କ ଝୁଲନ୍ତା ମୃତଦେହ Photograph: (OTV)

Advertisment

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଯାମବାହାଲ-ମଲ୍ଲିକମୁଣ୍ଡା ରାସ୍ତା କଡରେ ଥିବା ଏକ ଗଛରେ ବରବାହାଲ ଗାଁର ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଠାବ କରିଛି ପୁଲିସ। ପାରିପାର୍ଶ୍ୱିକ ସ୍ଥିତି ଦେଖିଲେ ତାଙ୍କୁ କେହି ହତ୍ୟା କରି ଆତ୍ମହତ୍ୟାର ରୂପ ଦେଉଥିବା ପରିବାର ଲୋକ ଅଭିଯୋଗ କରୁଛନ୍ତି।

Advertisment

ତେବେ ମୃତକ ଜଣଙ୍କ ହେଉଛନ୍ତି ବରବାହାଲ ଗାଁର ୩୨ ବର୍ଷିଆ କ୍ଷେତ୍ର କରୁଆଳ। ସେ ମଙ୍ଗଳବାର ସନ୍ଧ୍ୟାରେ କିରାନା ସାମଗ୍ରୀ ନେବା ପାଇଁ ଯୋଗିମୁଣ୍ଡାକୁ ଆସିଥିଲେ। ଦୋକାନରୁ କିଛି ସାମଗ୍ରୀ କିଣି ବାଇକ୍ ପଛରେ ବାନ୍ଧି ସେଠାରୁ ବାହାରିଥିଲେ, ହେଲେ ଘରକୁ ଆସି ନଥିଲେ। ଦୀର୍ଘ ସମୟ ଧରି ଘରେ ନ ପହଞ୍ଚିବାରୁ ପରିବାର ଲୋକ ଖୋଜିବା ପାଇଁ ବାହାରିଥିଲେ। ଶେଷରେ ରାସ୍ତାର ଏକ ନିଛଟିଆ ସ୍ଥାନରେ ଝୁଲନ୍ତା ମୃତ ଦେହ ଦେଖିବାକୁ ପାଇଥିଲେ। 

ତେବେ ଘଟଣାସ୍ଥାରେ ତାଙ୍କ ବାଇକ୍ ପଡିରହିଥିଲା। ତେବେ ଏସବୁ ସ୍ଥିତିକୁ ଦେଖି ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ ପାଟଣାଗଡ଼ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଧିକ ତଦନ୍ତ ପାଇଁ ସାଇଣ୍ଟିକଫିକ ଟିମକୁ ଡକାଯାଇଛି।

Advertisment
Bolangir Odisha Breaking News Suspicious Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ