Advertisment

Severe Cold Wave: ରେକର୍ଡ ଭାଙ୍ଗୁଛି ଶୀତ, ଓଡ଼ିଶାରେ ମାଇନସ୍ ଡିଗ୍ରୀକୁ ଖସିଲା ପାରଦ

ରେକର୍ଡ ଭାଙ୍ଗୁଛି ଶୀତ। ସଞ୍ଜ ହେଉ କି ସକାଳ। ନା ଘରୁ ବାହାରି ହେଉଛି ନା ଘରକୁ ଫେରିହେଉଛି। ଥଣ୍ଡାର ଥାର୍ଡ ଡିଗ୍ରୀ ଭିତରେ ପାଦରୁ ମୁଣ୍ଡ ଯାଏଁ କୋଲ ମାରିଯାଉଛି। ଆଭ୍ୟନ୍ତରୀଣ ଓଡ଼ିଶା କଥା ଛାଡ଼ନ୍ତୁ, ହାଡ଼ଭଙ୍ଗା ଶୀତରେ ରାଜ୍ୟର ପ୍ରମୁଖ ସହର ସହ ଟ୍ୱିନସିଟି ବି ଏବେ ଥରୁଛି।

Severe Cold Wave

ରେକର୍ଡ ଭାଙ୍ଗୁଛି ଶୀତ Photograph: (OTV)

Advertisment

ରେକର୍ଡ ଭାଙ୍ଗୁଛି ଶୀତ। ସଞ୍ଜ ହେଉ କି ସକାଳ। ନା ଘରୁ ବାହାରି ହେଉଛି ନା ଘରକୁ ଫେରିହେଉଛି। ଥଣ୍ଡାର ଥାର୍ଡ ଡିଗ୍ରୀ ଭିତରେ ପାଦରୁ ମୁଣ୍ଡ ଯାଏଁ କୋଲ ମାରିଯାଉଛି। ଆଭ୍ୟନ୍ତରୀଣ ଓଡ଼ିଶା କଥା ଛାଡ଼ନ୍ତୁ, ହାଡ଼ଭଙ୍ଗା ଶୀତରେ ରାଜ୍ୟର ପ୍ରମୁଖ ସହର ସହ ଟ୍ୱିନସିଟି ବି ଏବେ ଥରୁଛି। ଯେଉଁଠି ହାରାହାରି ୧୦ ଡିଗ୍ରୀ ତଳେ ପାରଦ ରହୁଥିବାବେଳେ ଗତ ରାତିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଥିଲା। ମୟୁରଭଞ୍ଜ ଜିଲ୍ଲାରେ ତ ମାଇନସ୍ ଡିଗ୍ରୀକୁ ଖସି ଆସିଛି ଟେମ୍ପେରେଚର୍। ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଆସନ୍ତା ୧୧ ତାରିଖ ଯାଏଁ ରାଜ୍ୟବାସୀଙ୍କୁ ଥଣ୍ଡାରୁ ନିସ୍ତାର ନାହିଁ।

Advertisment

ଏବର୍ଷ ଜାଡ଼ ମାଡ଼ରେ ବେହାଲ୍ ହୋଇଯାଇଛି ସହରିଆ ଜୀବନଯାତ୍ରା। ରାଜଧାନୀ ଭୁବନେଶ୍ୱର ହେଉ କି କଟକ। ପୂର୍ବବର୍ଷ ଅପେକ୍ଷା ଏବର୍ଷ ଟ୍ୱିନସିଟିରେ ରେକର୍ଡ ଭାଙ୍ଗୁଛି ଶୀତ। ଗୁରୁବାର ରାତି ଥିଲା ଏ ବର୍ଷର ସବୁଠୁ ଅଧିକ ଥଣ୍ଡା ରାତି। ଭୁବନେଶ୍ୱରରେ ୯.୪ ଓ କଟକରେ ରେକର୍ଡ କରାଯାଇଥିଲା ୮.୬ ଡିଗ୍ରୀ ପାରଦ। ୨ ଦିନ ଧରି ଚତୁର୍ଥ ସର୍ବନିମ୍ନ ଥଣ୍ଡା ସହର ପାଲଟିଥିଲା ଭୁବନେଶ୍ୱର। ତେଣୁ ଏଭଳି ବାଘୁଆ ଶୀତକୁ ଦେଖି ସମସ୍ତେ ଏବେ ଆଶ୍ଚର୍ଯ୍ୟ। 

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଞ୍ଚଳର ଦୃଶ୍ୟ କାଶ୍ମୀର କିମ୍ବା ଉତ୍ତର ଭାରତର ପାର୍ବତ୍ୟାଞ୍ଚଳ ପରି ଦେଖାଯାଉଥିଲା। ପ୍ରବଳ ତୁଷାରପାତ ଭିତରେ କାଶ୍ମୀରର ଭ୍ରମ କରୁଛି ଏଠାରେ। ଆଜିକୁ ୩ ଦିନ ହେଲା, ଅନେକ ଅଞ୍ଚଳରେ କାକର ବୁନ୍ଦା ସହ ତୁଷାରପାତ ନାକେଦମ୍ କରିଛି ଅଞ୍ଚଳବାସୀଙ୍କୁ। ତାହାରି ଭିତରେ ଜାଡ଼ ମାଡ଼ରେ କଲବଲ ହେଉଛି ଜନଜୀବନ। ଏଠାରେ ହାରାହାରି ୫ ଡିଗ୍ରୀ ତଳେ ପାରଦ ରହୁଥିବାରୁ ରାତି ୮ଟାରୁ ତା’ ପରଦିନ ସକାଳ ପ୍ରାୟ ୯ଟା ଯାଏଁ ଜନଶୂନ୍ୟ ହୋଇରହୁଛି କୋଇଡ଼ା ସହର। କୋଇଡ଼ା ଭଳି ବଣାଇ ଏବଂ ରାଉରକେଲା ସହର ବି ଶୀତରେ ପ୍ରଭାବିତ ହେଉଛି। ଝାରସଗୁଡ଼ାରେ ସର୍ବନିମ୍ନ ୪.୬ ଡିଗ୍ରୀ ପାରଦ ସହ ଗତରାତିରେ ୭୨ ବର୍ଷର ରେକର୍ଡ ଭାଙ୍ଗିଛି ଜାଡ଼। 

Advertisment

କୁହାଯାଏ, ମାଘ ଜାଡ଼ କମ୍ପେ ହାଡ଼। ମାଘରେ ବାଘ ଶୀତ। ବଦଳୁଥିବା ପାଣିପାଗର ଗତିବିଧି ଭିତରେ ପୂର୍ବବର୍ଷ ଅପେକ୍ଷା ଏ ବର୍ଷ କିନ୍ତୁ ଏ କଥାଟା ଶତ ପ୍ରତିଶତ ପ୍ରମାଣିତ ହୋଇଛି। ମୟୁରଭଞ୍ଜ ଶିମିଳିପାଳରେ ମାଇନସ ୦୧ ଡିଗ୍ରୀ ରହିଥିଲା ଗୁରୁବାର ରାତିର ପାରଦ। ସେହିପରି ଚହଲା, ଗୁଡୁଗୁଡିଆରେ ୦୨ ଡିଗ୍ରୀ ରେକର୍ଡ କରାଯାଇଥିବେଳେ ବରେହିପାଣିରେ ୦୫, ରାମତୀର୍ଥରେ ୦୯ ଏବଂ ସାତକୋଶିଆରେ ୦୯ ଡିଗ୍ରୀ ରେକର୍ଡ କରାଯାଇଥିବା RCCFଙ୍କ ଅଫିସ ସୂଚନା ଦେଇଛି। 

ସେହିପରି ବଣପାହାଡ଼ ଘେରା କନ୍ଧମାଳ ଜିଲ୍ଲାରେ ବି କଲବଲ କରୁଛି ଶୀତ। ସଞ୍ଜ ପରେ ରାତି ବଢିବା କ୍ଷଣି ଏଠି ଶୀତର ରାଜୁତି ଚାଲିଛି। ଫଳରେ ନିଆଁ ଭରସାରେ ରାତି କାଟୁଛନ୍ତି ଲୋକେ। 

Advertisment

ଗୁରୁବାର ରାତିରେ ରାଜ୍ୟର ୨୫ଟି ସହରର ପାରଦ ୧୦ ଡିଗ୍ରୀ ତଳେ ରହିଥିଲା। ଆସନ୍ତା ୧୧ ତାରିଖ ଯାଏଁ ଆହୁରି ଥରାଇବ ଜାଡ଼। ସମ୍ଭାବ୍ୟ ସର୍ବନିମ୍ନ ପାରଦକୁ ଦେଖି ଶନିବାର ପାଇଁ କଟକ ଓ ଖୋର୍ଦ୍ଧା ସମେତ ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ ଅନୁଗୁଳକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ୧୧ ତାରିଖ ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ଢେଙ୍କାନାଳକୁ ବି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। 

ମାଘୁଆ ଜାଡ଼କୁ ଦେଖି ଭଦ୍ରକରେ ଶନିବାରିଆ ସକାଳୁଆ କ୍ଲାସକୁ ଦିନ ୧୦ଟାରୁ ୪ଟା ଯାଏଁ କରିବା ପାଇଁ ନିର୍ଦ୍ଦେଶନାମାନ ଜାରି କରିଛନ୍ତି ଜିଲ୍ଲାପାଳ।

Severe Cold Wave Odisha Weather Severe Cold Wave Conditions
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ