Advertisment

Serious Financial Irregularities: ସିଏଜି ଧରିଲେ ITDAରେ ଦେଢଶହ କୋଟିର ଘୋଟାଲା, ମ୍ୟୁଚୁଆଲ ଫଣ୍ଡ ଓ ସେୟାର ମାର୍କେଟରେ ଲଗାଇଥିଲେ ବାବୁ

କିଏ ନିଜ ମୋବାଇଲ ରିଚାର୍ଜ କରିଛି ତ ପୁଣି କିଏ ସେ ଟଙ୍କାରେ ଇନ୍ସୁରାନ୍ସ ପ୍ରିମିୟମ ପୈଠ କରିଛନ୍ତି ସରକାରୀ ଆକାଉଣ୍ଟରୁ। ଆଦିବାସୀଙ୍କ ବିକାଶ ପାଇଁ ଆସିଥିବା ଟଙ୍କାକୁ କେମିତି ଲୁଟିଛନ୍ତି ଆଇଟିଡିଏ ଅଧିକାରୀ, ସେ ସାଂଘାତିକ କେଳେଙ୍କାରୀ ଧରିଛନ୍ତି ସିଏଜି।

CAG EXPOSED

CAG EXPOSED Photograph: (OTV)

Advertisment

ସରକାରୀ ତହବିଲକୁ ବାପା ଧନ ଭଳିଆ ଭାବିଥିଲେ । ଦେଢ଼ ଶହ କୋଟି ଉଡ଼ାଇ ଦେଲେ । ନିଜ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ବି ଖାଲି କରିଦେଲେ ସରକାରୀ ଖାତା । ସରକାରୀ ଟଙ୍କାକୁ ନିଜେ ମ୍ୟୁଚିଆଲ ଫଣ୍ଡ ଓ ଷ୍ଟକ ମାର୍କେଟରେ ନିବେଶ କରିଥିଲେ ଅଧିକାରୀ। ।

Advertisment

ତତ୍କାଳୀନ ବିଜେଡି ସରକାରରେ ଏମିତି ଚାଲିଥିଲା ଆଦିବାସୀ ବିକାଶ। ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ଟଙ୍କାକୁ ହରିଲୁଟ୍ କରିଛନ୍ତି ଜେଇ ଓ ଏଇ। ଏଟିଏମ୍ ଜରିଆରେ ବି ଟଙ୍କା ଉଠାଇ ଖର୍ଚ୍ଚ କରିଛନ୍ତି ଇଞ୍ଜିନିୟର ବାବୁ। ଚେକ୍ ରେ ଅନ୍ୟ ଆକାଉଣ୍ଟକୁ ଯାଇଛି ଟଙ୍କା। ବିଭିନ୍ନ ସ୍ଥାନରେ ପିଓଏସ ମେସିନରେ ବି କାର୍ଡ ସ୍ବାଇପ୍ କରି ଲୁଟିଛନ୍ତି। ୟୁପିଇ ମାଧ୍ୟମରେ କରିଛନ୍ତି କାରବାର। 

କିଏ ନିଜ ମୋବାଇଲ ରିଚାର୍ଜ କରିଛି ତ ପୁଣି କିଏ ସେ ଟଙ୍କାରେ ଇନ୍ସୁରାନ୍ସ ପ୍ରିମିୟମ ପୈଠ କରିଛନ୍ତି ସରକାରୀ ଆକାଉଣ୍ଟରୁ। ଆଦିବାସୀଙ୍କ ବିକାଶ ପାଇଁ ଆସିଥିବା ଟଙ୍କାକୁ କେମିତି ଲୁଟିଛନ୍ତି ଆଇଟିଡିଏ ଅଧିକାରୀ, ସେ ସାଂଘାତିକ କେଳେଙ୍କାରୀ ଧରିଛନ୍ତି ସିଏଜି। ୨୦୧୮ରୁ ୨୦୨୩ ଭିତରେ ୧୪୮ କୋଟି ୫୦ ଲକ୍ଷ ଟଙ୍କା ବ୍ୟକ୍ତିଗତ କାମରେ ଖର୍ଚ୍ଚ କରିଛନ୍ତି ଜୁନିଅର ଏବଂ ଆସିଣ୍ଟାଣ୍ଟ ଇଞ୍ଜିନିୟର ମାନେ।... 

Advertisment

୧୧ଟି ITDA କୁ ସାମ୍ପଲ ଭାବେ ଅଡିଟ୍ କରିଥିଲେ ସିଏଜି। ୧୭୦୯ କୋଟିରୁ କେମିତି ଖର୍ଚ୍ଚ ହୋଇଛି ୧୧୯୦ କୋଟି ଟଙ୍କା, ତାର ଖୁଲାସା କରିଛନ୍ତି। ଫେକ୍ ଜିଏସ୍ଟି ନମ୍ବର ପକାଇ କଂପାନୀ ମାନଙ୍କୁ ବି ଦିଆଯାଇଛି ପେମେଣ୍ଟ। ୨୨ କୋଟି ୭୮ ଲକ୍ଷ ଟଙ୍କାର ଇନଭଏସରେ ପଡିଛି ଡୁପ୍ଲିକେଟ ଜିଏସ୍ଟି ନମ୍ବର।

ପାରଳାଖେମୁଣ୍ଡିରେ ଆଦିବାସୀ କଷ୍ଟ୍ୟୁମ ଏବଂ ମ୍ୟୁଜିକାଲ ଇନଷ୍ଟ୍ରୁମେଣ୍ଟ କିଣାରେ ହୋଇଛି ବଡ଼ ଅନିୟମିତତା। ଏ ବାବଦକୁ ୭୩ ଲକ୍ଷ ଅନୁମୋଦନ ଥିବା ବେଳେ ୫ ଗୁଣା ଅଧିକ ୩ କୋଟି ୭୪ ଲକ୍ଷ ଟଙ୍କା ବିଲ୍ କରିଛି ଆଇଟିଡିଏ। ସିଏଜି ଏ ଦୁର୍ନୀତି ସାମ୍ନାକୁ ଆଣିବା ପରେ ତତ୍କାଳୀନ ବିଜେଡି ସରକାରକୁ ଘେରିଛନ୍ତି କଂଗ୍ରେସ ଓ ବିଜେପି।...

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ