Advertisment

Greatness of Secretary Usha Padhee: ମହାନତା ଦେଖାଇଲେ ସଚିବ ଉଷା ପାଢ଼ୀ, ଭିକ୍ଷା ମାଗୁଥିବା ପରିବାରକୁ ଦେଲେ ନୂଆ ଠିକଣା

ମହାନତା ଦେଖାଇଲେ ସଚିବ ଉଷା ପାଢ଼ୀ। ଭିକ୍ଷାବୃତ୍ତି କରୁଥିବା ପରିବାରକୁ ଦେଲେ ନୂଆ ଠିକଣା। ପ୍ରଶାସନର ଏହି ତ୍ୱରିତ ପଦକ୍ଷେପ ଯୋଗୁଁ ଭିକ୍ଷାବୃତ୍ତି କରୁଥିବା ଏହି ପରିବାର ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି।

Greatness of Secretary Usha Padhee

ମହାନତା ଦେଖାଇଲେ ସଚିବ ଉଷା ପାଢ଼ୀ Photograph: (OTV)

Advertisment

ମହାନତା ଦେଖାଇଲେ ସଚିବ ଉଷା ପାଢ଼ୀ। ଭିକ୍ଷାବୃତ୍ତି କରୁଥିବା ପରିବାରକୁ ଦେଲେ ନୂଆ ଠିକଣା। ଗତ ତିନି ତାରିଖ ଜାତୀୟ ସଡ଼କ ସୁରକ୍ଷା ମାସ କାର୍ଯ୍ୟକ୍ରମ ଶେଷ ହେବା ପରେ, ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗ ଦେଇ ଫେରୁଥିଲେ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ। 

Advertisment

ଏହି ସମୟରେ ରାମ ମନ୍ଦିର ନିକଟରେ ଜଣେ ବ୍ୟକ୍ତି ଓ ତାଙ୍କ ପୁଅ ଭିକ୍ଷାବୃତ୍ତି କରୁଥିବା ଦେଖି ଅଟକିଥିଲେ। ସରକାରଙ୍କ ଯୋଜନା ଅନ୍ତର୍ଗତ ‘ସହାୟ’ କେନ୍ଦ୍ରରେ କାହିଁକି ରହୁନାହାନ୍ତି ବୋଲି ପଚାରି ବୁଝିଥିଲେ। ଏପରିକି ପିଲାଟି ପାଠ ପଢ଼ୁ ନଥିବା ଜାଣି ସେ ଗଭୀର ଚିନ୍ତା ପ୍ରକାଶ କରିଥିଲେ। ଆଉ ତୁରନ୍ତ ସହାୟତା ପାଇଁ BMC କୁ ଅବଗତ କରାଇଥିଲେ।

ଏହି ଖବରର ଭିଡିଓ ଦେଖିବାକୁ ଚାହୁଁଥିଲେ ତଳେ କ୍ଳିକ୍ କରନ୍ତୁ:

ପରେ BMCର ସହଯୋଗରେ ପତିତ ଉଦ୍ଧାର ସମିତିର ସଦସ୍ୟମାନେ ସେଠାରେ ପହଞ୍ଚିଥିଲେ। ଆଉ ଉଭୟ ପିତା–ପୁତ୍ରଙ୍କୁ ‘ସହାୟ’ ଗୃହକୁ ନିଆଯାଇଥିଲା। ସେଠାରେ ତାଙ୍କ ରହିବା, ଖାଦ୍ୟ, ଚିକିତ୍ସା ଓ ଶିଶୁର ଶିକ୍ଷା ସହ ସମସ୍ତ ଆବଶ୍ୟକ ସହଯୋଗ ଯୋଗାଇଦିଆଯିବ ବୋଲି ନିଶ୍ଚିତ କରାଯାଇଥିଲା।

Advertisment

ପ୍ରଶାସନର ଏହି ତ୍ୱରିତ ପଦକ୍ଷେପ ଯୋଗୁଁ ଭିକ୍ଷାବୃତ୍ତି କରୁଥିବା ଏହି ପରିବାର ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି। 

Odisha News Bhubaneswar Education
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ