Advertisment

Second Marriage Dispute: ଉଜୁଡ଼ିଗଲା ସଂସାର, ସଉତୁଣୀ ସହ ଗଛରେ ଝୁଲିପଡ଼ିଲା ସ୍ବାମୀ

ସ୍ବାମୀଙ୍କ ଦ୍ବିତୀୟ ବିବାହକୁ ନେଇ ପ୍ରଥମ ପତ୍ନୀ ସ୍ବାମୀଙ୍କ ସହ କଳି କରିଥିଲେ । ପରେ ଏହି ଘଟରା ଉଗ୍ର ରୂପ ନେଇଥିଲା । ତେଣୁ ଦ୍ବିତୀୟ ପତ୍ନୀ ଓ ସ୍ବାମୀ ଏପରି ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

Anandapur Parakiapriti

Anandapur Parakiapriti Photograph: (OTV)

Advertisment

ପରକୀୟ ଉଜାଡ଼ି ଦେଲା ସଂସାର । ସ୍ତ୍ରୀ ମଥାରୁ ଫୋଛିହେଲା ସିନ୍ଦୂର । ସଉତୁଣୀ ସହ ଗଛରେ ଝୁଲିପଡ଼ିଲା ସ୍ବାମୀ । ପୂରା ପରିବାର ହେଲା ଛାରଖାର୍ । ପରକୀୟା ପ୍ରୀତିରୁ ସ୍ୱାମୀ ଓ ଦ୍ୱିତୀୟ ପତ୍ନୀ ଉଭୟ ଆତ୍ମହତ୍ୟା କରିଛନ୍ତି । ଗାଁର ଏକ ଗଛରେ ଉଭୟ ଝୁଲିପଡ଼ିଛନ୍ତି ।

Advertisment

ସ୍ବାମୀଙ୍କ ଦ୍ବିତୀୟ ବିବାହକୁ ନେଇ ପ୍ରଥମ ପତ୍ନୀ ସ୍ବାମୀଙ୍କ ସହ କଳି କରିଥିଲେ । ପରେ ଏହି ଘଟରା ଉଗ୍ର ରୂପ ନେଇଥିଲା । ତେଣୁ ଦ୍ବିତୀୟ ପତ୍ନୀ ଓ ସ୍ବାମୀ ଏପରି ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । 

କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧିନସ୍ଥ ହଦଗଡ଼ ପଞ୍ଚାୟତ ହରଡବାଡ଼ି ଗାଁରେ ଏପରି ଘଟଣା ଘଟିଛି । ସେହି ଗାଁର ବାଗରାଇ ହାଂସଦା ପୂର୍ବରୁ ବିବାହ କରିଥିଲେ । ତାଙ୍କର ଦୁଇ ବର୍ଷର ଏକ ସନ୍ତାନ ରହିଛି । ହେଲେ ଗତ ୧୫ଦିନ ତଳେ ମନୋହରପୁର ଗାଁର ରାଇମଣି ସୋରେନ ନାମକ ଜଣେ ଯୁବତୀଙ୍କୁ ଘରକୁ ନେଇ ଆସିଥିଲା ।

Advertisment

ଏନେଇ ଖବର ପାଇବା ପରେ ବାପ ଘରେ ଥିବା ପ୍ରଥମ ପତ୍ନୀ ଘରକୁ ଫେରି ଉଭୟଙ୍କ ଭିତରେ ବଚସା ହୋଇଥିଲା । ଏମିତି କି ଗାଁରେ ସଭା ମଧ୍ୟ ବସିଥିଲା । ଗାଁ ଲୋକେ ମିଳିମିଶି ଚଳିବାକୁ ପରାମର୍ଶ ଦେଇଥିବାବେଳେ ବାଗରାଇ ଓ ରାଇମଣି ବେକରେ ରଶି ଲଗାଇ ଆତ୍ମହତ୍ୟା କହିଛନ୍ତି । ପରକୀୟା ଉଜାଡ଼ି ଦେଲା ସଂସାର । ଛୋଟିଆ ନିଷ୍ପତ୍ତିଟିଏ ଗୋଟିଏ ଘର ଛାରଖାର କରିଦେଲା ।

Keonjhar Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ