Advertisment

ଆଜିଠାରୁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍

ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍। ଏହି କଟକଣା ଜୁନ ପହିଲା ଯାଏ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ କଟକଣାରେ ଆହୁରି କଡ଼ାକଡ଼ି ଚେକିଂ ହେବ ବୋଲି ଜଣାପଡ଼ିଛି। ଲକ୍‌ଡାଉନ୍ ୨.୦ରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ସମୟକୁ…

ଅଦ୍ୟତନ ହୋଇଛି
ଆଜିଠାରୁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍

lockdown 1

Advertisment

ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍। ଏହି କଟକଣା ଜୁନ ପହିଲା ଯାଏ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ କଟକଣାରେ ଆହୁରି କଡ଼ାକଡ଼ି ଚେକିଂ ହେବ ବୋଲି ଜଣାପଡ଼ିଛି। ଲକ୍‌ଡାଉନ୍ ୨.୦ରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ସମୟକୁ କମାଇ ଦିଆଯାଇଛି।  ଲୋକେ ସକାଳ ୭ଟାରୁ ୧୧ଟା ମଧ୍ୟରେ ନିଜର ଦରକାରୀ ସାମଗ୍ରୀ କିଣିପାରିବେ। ନିକଟସ୍ଥ ଦୋକାନକୁ ଚାଲି ଚାଲି ଯିବେ। ଏଥର ବାହାଘର ଓ ଅନ୍ୟାନ୍ୟ ଭୋଜିଭାତକୁ ମଧ୍ୟ ବାରଣ କରିଛନ୍ତି ରାଜ୍ୟ ସରକାର। ବାହାଘର, ବ୍ରତଘର, ଶୁଦ୍ଧି କାର୍ଯ୍ୟ ପାଇଁ ବି ଜାରି ହୋଇଛି କଟକଣା।

Advertisment

ଦ୍ୱିତୀୟ ପର୍ଯ୍ୟାୟ କଟକଣାରେ ଉଭୟ ସରକାରୀ ଓ ଘରୋଇ ସଂସ୍ଥା ପାଇଁ ମଧ୍ୟ କର୍ମଚାରୀ ହ୍ରାସ କରିବାକୁ କହିଛନ୍ତି ରାଜ୍ୟ ସରକାର। ସରକାରୀ ଅଫିସ ୧୦ ପ୍ରତିଶତରେ ଚାଲିବ। ଅବଶ୍ୟ ପୁଲିସ, ହୋମଗାର୍ଡ, ଅଗ୍ନିଶମ ପରି ଅତ୍ୟାବଶ୍ୟକ ସେବାରେ କୌଣସି ପ୍ରକାର କର୍ମଚାରୀ ହ୍ରାସ କରାଯିବ ନାହିଁ।  ଘରୋଇ ଓ କର୍ପୋରେଟ ସଂସ୍ଥାରେ ୩୩ ପ୍ରତିଶତ କର୍ମଚାରୀ ଅଫିସ ଆସିପାରିବେ ବୋଲି କୁହାଯାଇଛି। ଏହା ସହିତ ଓ୍ୱାର୍କ ଫ୍ରମ୍ ହୋମ୍‌କୁ ପ୍ରୋତ୍ସାହିତ କରିବାକୁ କହିଛନ୍ତି ରାଜ୍ୟ ସରକାର।

ସେହିପରି ଆଇଟି ଓ ଆଇଟି ସହିତ ସଂପୃକ୍ତ ଥିବା କ୍ଷେତ୍ରରେ ସର୍ବାଧିକ ୨୦ ପ୍ରତିଶତ କର୍ମଚାରୀ ଅଫିସ ଆସିପାରିବେ ବୋଲି କୁହାଯାଇଛି। ଏ କ୍ଷେତ୍ରରେ ମଧ୍ୟ ଯଥାସମ୍ଭବ ଓ୍ୱାର୍କ ଫ୍ରମ୍ ହୋମ୍ କରିବାକୁ ଦିଆଯାଇଛି ପରାମର୍ଶ। ସେହିପରି ଡାଟା ଓ କଲ୍ ସେଣ୍ଟରରେ ସର୍ବନିମ୍ନ କର୍ମଚାରୀ ଅଫିସ ଆସିବା ଉଚିତ ବୋଲି ନୂଆ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ଅଛି। ଲକ୍‌ଡାଉନ୍‌ର ପ୍ରଥମ ପର୍ଯ୍ୟାୟରେ ପରିସ୍ଥିତି କିଛି ମାତ୍ରାରେ ସୁଧାର ଆସିଥିବାରୁ ସରକାର ଲକ୍‌ଡାଉନ୍‌କୁ ବଳବତ୍ତର ରଖି କଟକଣାକୁ କଡାକଡି କରିଥିବା ଜଣାଯା‍ଇଛି।

Advertisment

ରାଜ୍ୟରେ ବର୍ତ୍ତମାନ କୋଭିଡ୍ ସଂକ୍ରମଣ ସ୍ଥିତି ନିୟନ୍ତ୍ରଣରେ ଥିବାବେଳେ ମଇ ୧୩ ତାରିଖରେ ସର୍ବାଧିକ ଥିଲା। ତା’ପରଠାରୁ ଏହା କମିବାରେ ଲାଗିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟରେ ପଜିଟିଭିଟି ରେଟ୍ ଗତ ସପ୍ତାହରେ ୨୧ ପ୍ରତିଶତ ଥିବାବେଳେ ଏବେ ଏହା ୧୮ ପ୍ରତିଶତକୁ କମିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗତକାଲି ସଂଧ୍ୟାରେ ରାଜ୍ୟର କୋଭିଡ୍ ସ୍ଥିତି ନେଇ ସମୀକ୍ଷା ପରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ମୃତ୍ୟୁହାର ୦.୪୦ରୁ ହ୍ରାସ ପାଇ ୦.୩୭ ହୋଇଛି। ଗତ ୧୫ ଦିନର ମୃତ୍ୟୁହାରକୁ ଲକ୍ଷ୍ୟ କଲେ ଏହା ୦.୧୬ ଏବଂ ଯାହାକି ସାରା ଭାରତରେ ସର୍ବନିମ୍ନ।

ଆଗାମୀ ସପ୍ତାହ ମଧ୍ୟରେ ଟେଷ୍ଟ୍‌ ସଂଖ୍ୟା ୭୦ ହଜାରକୁ ବୃଦ୍ଧି କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହାଛଡ଼ା ରାଜ୍ୟରେ ଖୁବଶୀଘ୍ର ଆଉ ୩୬୮ଟି ICU ବେଡ୍‌ ବ୍ୟବସ୍ଥା କରାଯିବ। ଅନ୍ୟପ‌କ୍ଷରେ ରାଜ୍ୟରେ ଆଉ ପ୍ଲାଜ୍‌ମାଥେରାପି କରାଯିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ରୋଗୀଙ୍କ ଅବସ୍ଥା ସମ୍ପର୍କରେ ସମ୍ପର୍କୀୟଙ୍କୁ ସଠିକ୍ ସୂଚନା ଦେବା ଏବଂ ଟିକାକରଣ କେନ୍ଦ୍ରମାନଙ୍କରେ ସାମାଜିକ ଦୂରତା ରକ୍ଷା ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ।

Advertisment

ଏହାସହ ସଂକ୍ରମଣ ହାରକୁ ସଂପୂର୍ଣ୍ଣ କମାଇବା ପାଇଁ ରାଜ୍ୟ ସରକାର ଲକ୍‌ଡାଉନ୍ ଅବଧିକୁ ଆଉ ଦୁଇ ସପ୍ତାହ ବୃଦ୍ଧି କରାଯାଇଥିବା କହିଛନ୍ତି। ସଂକ୍ରମଣ ରୋକିବାକୁ ମଇ ୨୪ ରୁ ଆରମ୍ଭ ହେବାକୁ ଥିବା ସର୍ଭେ ଯେପରି ସଂପୂର୍ଣ୍ଣ ତ୍ରୁଟିଶୂନ୍ୟ ହେବ, ତାକୁ ଆଖି ଆଗରେ ରଖି ଯୋଜନା ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ରାଜ୍ୟରେ ୨୪ ଘଣ୍ଟାରେ ୧୧ ହଜାର ୯୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୪୪ ହଜାର ୪୦୧କୁ ବୃଦ୍ଧି ହୋ‍ଇଛି। ୧୧,୦୯୯ ମଧ୍ୟରୁ କ୍ୱାରେଣ୍ଟିନରୁ ୬୨୧୪ ଓ ଲୋକାଲ କେସ୍ ୪୮୮୫ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୧୪୬୦ ପଜିଟିଭ ଚିହ୍ନଟ୍ ହୋ‍ଥିବା ବେଳେ ସୁନ୍ଦରଗଡରୁ ୯୮୩, କଟକରୁ ୮୬୭, ଅନୁଗୁଳରୁ ୫୫୨ ଓ ଆକ୍ଟିଭ୍ କେସ୍ ୧,୦୫,୩୭୫ ରହିଥିବା ବେଳେ ୫,୩୬,୫୯୫ ସୁସ୍ଥ ହୋଇଥିବା ଜଣାଯାଇଛି।

Lockdown 2.0 In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ