Advertisment

ଓଡ଼ିଶାରେ ଏବେ ଖୋଲିବନି ସ୍କୁଲ୍‌ !

ଭୁବନେଶ୍ୱର: ଏଇ ମାସରେ ରାଜ୍ୟରେ ସ୍କୁଲ୍‌ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି। ସ୍କୁଲ୍‌ ଖୋଲିବା ନିଷ୍ପତ୍ତି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଡିସେମ୍ବରରେ ୨ୟ ପର୍ଯ୍ୟାୟ କରୋନା ସଂକ୍ରମଣ ଆଶଙ୍କା ରହିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସ୍ୱାସ୍ଥ୍ୟ ବିଭାଗର ପରବର୍ତ୍ତୀ ଗାଇଡ୍‌ଲାଇନ୍‌କୁ ଅପେକ୍ଷା କରାଯାଇଛି। ଗାଇଡଲାଇନ୍ ଆସିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ପଢ଼ନ୍ତୁ: ଡିସେମ୍ବରରେ ଓଡ଼ିଶାରେ ଦ୍ୱିତୀୟ […]

ଅଦ୍ୟତନ ହୋଇଛି
ଓଡ଼ିଶାରେ ଏବେ ଖୋଲିବନି ସ୍କୁଲ୍‌ !

schools

Advertisment

ଭୁବନେଶ୍ୱର: ଏଇ ମାସରେ ରାଜ୍ୟରେ ସ୍କୁଲ୍‌ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି। ସ୍କୁଲ୍‌ ଖୋଲିବା ନିଷ୍ପତ୍ତି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି।

Advertisment

ସେ କହିଛନ୍ତି, ଡିସେମ୍ବରରେ ୨ୟ ପର୍ଯ୍ୟାୟ କରୋନା ସଂକ୍ରମଣ ଆଶଙ୍କା ରହିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସ୍ୱାସ୍ଥ୍ୟ ବିଭାଗର ପରବର୍ତ୍ତୀ ଗାଇଡ୍‌ଲାଇନ୍‌କୁ ଅପେକ୍ଷା କରାଯାଇଛି। ଗାଇଡଲାଇନ୍ ଆସିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।

ପଢ଼ନ୍ତୁ: ଡିସେମ୍ବରରେ ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଆଶଙ୍କା

ସୂଚନାଥାଉ କି, ଚଳିତ ମାସରେ ରାଜ୍ୟରେ ସ୍କୁଲ୍‌ ଖୋଲିବା ନେଇ କିଛିଦିନ ତଳେ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଥିଲେ। ନବମରୁ ଦ୍ୱାଦଶ ଯାଏ ସମ୍ପୂର୍ଣ୍ଣ କ୍ଲାସ ହେବ ବୋଲି ମନ୍ତ୍ରୀ କହିଥିଲେ।

Advertisment

ଯଦି ପିଲାଙ୍କୁ ଛାଡ଼ିବାକୁ ଅଭିଭାବକ ରାଜି ନ ହୁଅନ୍ତି, ତା’ହେଲେ ଅନ୍‌ଲାଇନ୍‌ କ୍ଲାସ୍‌ ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ମନ୍ତ୍ରୀ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ