Advertisment

Teacher Shortage Odisha: ଶିକ୍ଷକ ଦାବିରେ ସ୍କୁଲରେ ତାଲା, ରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ

ଶିକ୍ଷକ ଦାବିରେ ସ୍କୁଲରେ ତାଲା। ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ସରେଇବାହାଲ ସ୍କୁଲରେ ଦେଖାଦେଇଛି ଏମିତି ଅବସ୍ଥା। ଶିକ୍ଷକ ଦାବି ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସ୍କୁଲରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି।

Teacher Shortage Odisha

ଶିକ୍ଷକ ଦାବିରେ ସ୍କୁଲରେ ତାଲା Photograph: (OTV)

Advertisment

ଶିକ୍ଷକ ଦାବିରେ ସ୍କୁଲରେ ତାଲା। ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ସରେଇବାହାଲ ସ୍କୁଲରେ ଦେଖାଦେଇଛି ଏମିତି ଅବସ୍ଥା। ଶିକ୍ଷକ ଦାବି ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସ୍କୁଲରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ରାସ୍ତା ଉପରେ ବସିଥିବାରୁ ବଲାଙ୍ଗୀର-ନୂଆପଡା ରାସ୍ତାରେ ଗାଡି ଚଳାଚଳ ଠପ ହୋଇଯାଇଛି। 

Advertisment

ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ସରେଇବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକାଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୨୦ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ସେମାନଙ୍କ ପାଇଁ ୯ଜଣ ଶିକ୍ଷକ ଅଛନ୍ତି। ୯ ଜଣ ଶିକ୍ଷକଙ୍କ ମଧ୍ୟରୁ ୨ଜଣ ଶିକ୍ଷକ ସିଆର୍‌ସିସି ପଦବୀ ଭାର ସମ୍ଭାଳୁଥିବା ବେଳେ ଅନ୍ୟ ୨ ଜଣ ଶିକ୍ଷକଙ୍କ ମଧ୍ୟରୁ ଜଣେ ପିଇଟି ଓ ଆଉ ଜଣେ କଳା ଶିକ୍ଷକ ଅଛନ୍ତି। ଏନେଇ ଛାତ୍ରଛାତ୍ରୀ ମାନଙ୍କ ପାଠପଢାରେ ସମସ୍ୟା ଦେଖାଦେଇଛି। ଏଥିସହ ପିଲାମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ମଧ୍ୟ୍ୟ ନିମ୍ନମାନର ବୋଲି ଅଭିଯୋଗ ହେଉଛି।

Odisha News Odisha Education Teacher Shortage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ