Advertisment

SCB କୋଭିଡ୍ ହସ୍ପିଟାଲ ପରିସରରେ ଉତ୍ତେଜନା

କଟକର ଏସ୍ସିବି ମେଡିକାଲ କଲେଜ ପରିସରରେ ଥିବା କୋଭିଡ୍ ହସ୍ପିଟାଲ ବାହାରେ ଉତ୍ତେଜନା ଦେଖାଦେଇଛି। ହସ୍ପିଟାଲ ବାହାରେ ରୋଗୀଙ୍କ ସଂପର୍କୀୟମାନେ ହୋ ହଲ୍ଲା କରୁଥିବା ଦେଖିବାକୁ ମିଳିଛି।

SCB କୋଭିଡ୍ ହସ୍ପିଟାଲ ପରିସରରେ ଉତ୍ତେଜନା

scb medical

Advertisment

କଟକ: କଟକର ଏସ୍ସିବି ମେଡିକାଲ କଲେଜ ପରିସରରେ ଥିବା କୋଭିଡ୍ ହସ୍ପିଟାଲ ବାହାରେ ଉତ୍ତେଜନା ଦେଖାଦେଇଛି। ହସ୍ପିଟାଲ ବାହାରେ ରୋଗୀଙ୍କ ସଂପର୍କୀୟମାନେ ହୋ ହଲ୍ଲା କରୁଥିବା ଦେଖିବାକୁ ମିଳିଛି। କୋଭିଡ୍ ଓ୍ୱାର୍ଡ ଭିତରକୁ ରୋଗୀଙ୍କ ସଂପର୍କୀୟଙ୍କୁ ପ୍ରବେଶ ଅନୁମତି ଦିଆଯାଉ ନଥିବାରୁ ସଂପର୍କୀୟମାନେ ହୋ ହଲ୍ଲା କରିଥିଲେ। ସଂପର୍କୀୟଙ୍କ ଅଭିଯୋଗ ଯେ, ପୂର୍ବରୁ ଓ୍ୱାର୍ଡ ଭିତରକୁ ଯିବାକୁ ଅନୁମତି ମିଳୁଥିଲା। ହେଲେ ଆଜି ହଠାତ ବନ୍ଦ କରାଯାଇଛି। ଆଗରୁ ନ ଜଣାଇ ପ୍ରବେଶ ବନ୍ଦ କରିଥିବାରୁ ଅସନ୍ତୋଷ ଦେଖିବାକୁ ମିଳିଥିଲା।

Advertisment

ସେପଟେ, SCB ମେଡିକାଲରେ ଥିବା କୋଭିଡ୍ ହସ୍ପିଟାଲରେ ଅବ୍ୟବସ୍ଥା ଅଭିଯୋଗ ହୋଇଛି। ବାରମ୍ବାର ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ଯୋଗୁଁ ରୋଗୀ ହନ୍ତସନ୍ତ ହେଉଛନ୍ତି। ଗତକାଲି ରାତି ୮ଟାରୁ ୧୨ଟା ଭିତରେ ପ୍ରାୟ ୫ ଥର ଲାଇନ୍ କଟିବା ସହ ଦୀର୍ଘ ସମୟ ଧରି ମେଡିକାଲ ଅନ୍ଧାରରେ ଥିବା ଅଭିଯୋଗ ହୋଇଛି। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ରହିବାରୁ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ ରୋଗୀ। କୋଭିଡ୍ ମେଡିକାଲରେ ଶହେ ଶଯ୍ୟା ବିଶିଷ୍ଟ ଆଇସିୟୁ ବେଡ୍ ରହିଥିବା ବେଳେ କିଛି ଗୁରୁତର ରୋଗୀମାନଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ତେବେ ଦୀର୍ଘ ସମୟ ଧରି ବିଦ୍ୟୁତ୍ କାଟ ହେବାକୁ ନେଇ ରୋଗୀଙ୍କ ସମ୍ପର୍କୀୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତେବେ ଏ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଏଠାରେ କହିରଖୁଛୁ,ଯେ ବର୍ତ୍ତମାନ ସମୟରେ ରାଜ୍ୟରେ କରୋନା ସଂକ୍ରମଣର ଟ୍ରେଣ୍ଡ ଉପରମୁହାଁ ରହିଛି। ପ୍ରତିଦିନ ଅଲୋଡ଼ା ରେକର୍ଡ କରୁଛି ମହାମାରୀ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ,  ଲକଡାଉନ୍‌ ଲାଗୁ ହେବାର ୧୨ ଦିନ ବିତି ଯାଇଥିଲେ ବି ରାଜ୍ୟରେ ତଳମୁହାଁ ହେଉନି କରୋନା ଗ୍ରାଫ୍। ମେ ଆରମ୍ଭରୁ ରାଜ୍ୟରେ ଯେଉଁ ଟ୍ରେଣ୍ଡ ଚାଲିଥିଲା ଏବେ ବି ଉଣାଅଧିକ ସେୟା ରହିଛି। ଏହାବ୍ୟତୀତ ସଂକ୍ରମଣ ଏବେ ଗାଁ ମୁହାଁ ହୋଇଥିବାରୁ ଚିନ୍ତା ବଢୁଛି। ତେଣୁ ଏହା ଉପରେ ଫୋକସ୍ କରି ଲକଡାଉନ୍‌କୁ ଆହୁରି କଡ଼ାକଡ଼ି କରାଯିବା ପାଇଁ ପରାମର୍ଶ ଦେଇଛନ୍ତି ପୂର୍ବତନ ପୋଲିସ୍ ଡିଜିପି। ସେପଟେ ସ୍ୱାସ୍ଥ୍ୟ  ବିଶେଷଜ୍ଞ କହିଛନ୍ତି କରୋନା ସଂକ୍ରମଣ ଏବେ ପ୍ଳାଟ ସ୍ଥିତିରେ ରହିଛି, ଆସନ୍ତା ସପ୍ତାହ ପରେ ଏହା ଧୀରେ ଧୀରେ କମିବ।

Advertisment

ଗୋଟିଏ ପଟେ ରାଜ୍ୟର ବଡ଼ ମେଡିକାଲ ହୋଇଥିବାକୁ ଏଠାକୁ ପ୍ରତିଦିନ ଶତାଧିକ ଲୋକ ଚିକିତ୍ସା ପାଇଁ ଆସୁଛନ୍ତି। ହେଲେ ନିତିଦିନର ଅଭିଯୋଗର ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ତେବେ ଏହି ସମସ୍ୟାର ସମାଧାନ ତୁରନ୍ତ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ