vrat
ଭୁବନେଶ୍ୱର : ଆଜି ସାବିତ୍ରୀ ବ୍ରତ । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସଧବା ନାରୀ ନିଷ୍ଠାର ସହ ପାଳନ କରନ୍ତି ବ୍ରତ । ତେବେ ଏ ବର୍ଷ ବି ସାବିତ୍ରୀ ବ୍ରତର ଉତ୍ସାହକୁ ଫିକା ପକାଇ ଦେଇଛି । ମହାମାରୀ କୋରନା ଓ ଲକଡାଉନ୍ କଟକଣା ସଂକ୍ରମଣ ଭୟରେ ମନ୍ଦିର ଓ ବିଭିନ୍ନ ଦେବାଳୟ ବନ୍ଦ ଥିବାରୁ ଘରେ ରହି ପୂଜା କରୁଛନ୍ତି ମହିଳା । କିଏ ତୁଳସୀ ଚଉରା ନିକଟରେ ତ ଆଉ କିଏ ଘରେ ଦିଅଁ ଦେବତାଙ୍କ ନିକଟରେ ଶଂଖା, ସିନ୍ଦୁର ଓ ଶାଢ଼ୀ ସମର୍ପଣ କରି ବ୍ରତ ପାଳନ କରୁଛନ୍ତି । ଏପଟେ ସାବିତ୍ରୀ ଭଳି ପର୍ବରେ ମନ୍ଦିର ଓ ଅନ୍ୟ ଦେବାଳୟଗୁଡ଼ିକ ଭକ୍ତଙ୍କ ଆଗମନ ହେଉନଥିବାରୁ ଖାଁ ଖାଁ ପରିବେଶ ସୃଷ୍ଟି ହୋଇଛି ।
ସେପଟେ କୋଭିଡ୍ କଟକଣା ଭାଙ୍ଗି ରାଜଧାନୀ ଭୁବନେଶ୍ୱରର କେତେକ ମନ୍ଦିରରେ ସାବିତ୍ରୀ ବ୍ରତ ପାଳିଛନ୍ତି । ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ବ୍ରତଧାରୀମାନେ ଗହଳି କରିଥିବା ନେଇ ଖବର ପାଇ ଯାଞ୍ଚ କରୁଛି ପୋଲିସ । ବିଭିନ୍ନ ମନ୍ଦିର ବୁଲି ପୋଲିସ ପୂଜାରୀମାନଙ୍କୁ ସଚେତନ କରିବା ସହ ମନ୍ଦିରରେ ଭିଡ଼ ନକରିବାକୁ କହିଛନ୍ତି ।
ଅନ୍ୟପଟେ ପ୍ରତିବର୍ଷ ପରି ସାବିତ୍ରୀ ଅମାବାସ୍ୟାରେ ଜଉକଣ୍ଢେଇ ବାହାଘର ବାଲେଶ୍ୱରରେ ଏକ ନିଆରା ପରମ୍ପରା । ଚଳିତ ବର୍ଷ କୋଭିଡ ୧୯ ଓ ୟଶ୍ ବାତ୍ୟାକୁ ଧ୍ୟାନ ରଖି ଏହି ଲଗ୍ନଧରା ଉତ୍ସବ ସଂକ୍ଷିପ୍ତ ଓ ସାଂକେତିକ ଭାବରେ ସମ୍ପନ୍ନ କରାଯାଇଛି । ରେମୁଣା ଗୋଲେଇ ନିକଟ କୋଶମ୍ବ ନଗରରେ ପ୍ରତିକୂଳ ପରିସ୍ଥିତିରେ ପ୍ରତୀକାତ୍ମକ ଭାବରେ ଜଉ କଣ୍ଢେଇ ସମଲେଇ ଓ ଶମ୍ଭୁନାଥଙ୍କର ବାହାଘର କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି । ଏହି ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଜଉକଣ୍ଢେଇ ବାହାଘର ଉତ୍ସବ କମିଟିର ଆବାହକ ଶିଳ୍ପୀ କେଶୁଦାସ ସୁଚାରୁରୂପେ ସମ୍ପାଦନ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/vrat_1623298882.jpg)