Advertisment

Roads Give Way in Gunpur Block: ଲଗାଣ ବର୍ଷାରେ ବେହାଲ ରାୟଗଡା ଗୁଣପୁର ବ୍ଲକର ବିଭିନ୍ନ ଅଞ୍ଚଳ , ବିଭିନ୍ନ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

ଲଗାଣ ବର୍ଷାରେ ବେହାଲ ରାୟଗଡ଼ା ଗୁଣପୁର ବ୍ଲକର ବିଭିନ୍ନ ଅଞ୍ଚଳ । ଗୁଣପୁର ବ୍ଲକର ପୁଟାସିଂ ଏବଂ ଟୋଳନା ପଂଚାୟତ ବିଶେଷ ଭାବେ ପ୍ରଭାବିତ ହୋଇଛି। ବର୍ଷା ପ୍ରଭାବରେ ଏହି ଦୁଇଟି ପଂଚାୟତର ବିଭିନ୍ନ ସ୍ଥାନରେ ଆପ୍ରୋଚରୋଡ଼ ଏବଂ ରାସ୍ତା ଧସି ଯିବାରୁ ବିଭିନ୍ନ ସ୍ଥାନକୁ ଯାତାୟାତ ପ୍ରଭାବିତ ହୋଇଛି।

RGD-ROAD

RGD-ROAD Photograph: (OTV)

Advertisment

ଲଗାଣ ବର୍ଷାରେ ବେହାଲ ରାୟଗଡା ଗୁଣପୁର ବ୍ଲକର ବିଭିନ୍ନ ଅଞ୍ଚଳ । ଗୁଣପୁର ବ୍ଲକର  ପୁଟାସିଂ ଏବଂ ଟୋଳନା ପଂଚାୟତ ବିଶେଷ ଭାବେ ପ୍ରଭାବିତ ହୋଇଛି। ବର୍ଷା ପ୍ରଭାବରେ ଏହି ଦୁଇଟି ପଂଚାୟତର ବିଭିନ୍ନ ସ୍ଥାନରେ ଆପ୍ରୋଚରୋଡ଼ ଏବଂ ରାସ୍ତା ଧସି ଯିବାରୁ ବିଭିନ୍ନ ସ୍ଥାନକୁ ଯାତାୟାତ ପ୍ରଭାବିତ ହୋଇଛି। ଟୋଲଣାଠାରୁ ବଡମ ସିଂ ରାସ୍ତାରେ ଏକ ପୋଲର ଆପ୍ରୋଚରୋଡ଼ ଧସି  ଯିବାରୁ ସେହି ରାସ୍ତାରେ ଗମନା ଗମନ ଠପ ହୋଇଯାଇଛି । ପୁଟାସିଙ୍ଗଠାରୁ ଶଗଡା ରାସ୍ତା ପୁଟାଠାରେ ମଧ୍ୟ ଏକ କଲଭର୍ଟ ନିକଟରେ ରାସ୍ତା ଧୋଇ ହୋଇଯାଇଛି । ଫଳରେ ପୁଟାସିଙ୍ଗ ପଂଚାୟତଠାରୁ ଶଗଡା ପଂଚାୟତ ଯାତାୟାତ ବିଚ୍ଛିନ୍ନ ହୋଇଯାଇଛି। ସେହିପରି ପୁଟାସିଙ୍ଗ ବାଳକ ବିଦ୍ୟାଳୟ ଓ ବାଳିକା ବିଦ୍ୟାଳୟ ମଧ୍ୟକୁ ପାହାଡରୁ ବୋହି ଆସି ବର୍ଷା ଜଳ ପ୍ରବେଶ କରିବାରୁ ବିଦ୍ୟାଳୟ ପାଚେରି ଭୁଷୁଡି ପଡିଛି । ଧାନ ଚାଷ ମଧ୍ୟ ପ୍ରଭାବିତ ହୋଇଛି। ଗୁଣପୁର ଉପଜିଲ୍ଲାପାଳ ପ୍ରଭାବିତ ଅଂଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । 

Advertisment

ଲଗାଣ ବର୍ଷାରେ ବେହାଲ 
ରାୟଗଡା ଗୁଣପୁର ବ୍ଲକର ବିଭିନ୍ନ ଅଞ୍ଚଳ ପ୍ରଭାବିତ
କେଉଁଠି ରାସ୍ତା ଧୋଇଯାଇଛି ତ କେଉଁଠି ପାଣି ପଶିଛି
ବିଭିନ୍ନ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ