Advertisment

Law and Order Under Question: ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ; କେତେବେଳେ ଲୁଟୁଛନ୍ତି, କେବେ ହାଣୁଛନ୍ତି

ରାଜଧାନୀରେ ଲୁଟେରା ଆତଙ୍କ। ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ। କେତେବେଳେ ଲୁଟୁଛନ୍ତି, କେବେ ହାଣୁଛନ୍ତି ଦୁର୍ବୃର୍ତ୍ତ। ଶୈଳଶ୍ରୀ ବିହାରରେ ମହିଳାଙ୍କଠୁ ଚେନ୍ ଲୁଟ୍। କଳିଙ୍ଗନଗରରେ ସ୍ପ୍ରେ ମାରି ଅଳଙ୍କାର ଧରି ଚୋର ଛୁ। ଭଗବାନପୁରରେ ବୁଲିଲା ଖଣ୍ଡା ଓ ଫାର୍ସା

Law and Order Under Question

ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ Photograph: (OTV)

Advertisment

ଭୁଶୁଡ଼ି ପଡ଼ିଛି କି ଭୁବନେଶ୍ୱରର ଆଇନ୍ ଶୃଙ୍ଖଳା ପରିସ୍ଥିତି ? କେତେ ସୁରକ୍ଷିତ ରାଜଧାନୀ ବାସିନ୍ଦାଙ୍କ ଧନ ଜୀବନ ? ରାତିରେ ଦୁବୃର୍ତ୍ତ ଗୋଡ଼େଇ ଗୋଡ଼େଇ ହାଣୁଛନ୍ତି, ଦିନରେ ଯାହାକୁ ପାରୁଛନ୍ତି ତାକୁ ଲୁଟୁଛନ୍ତି । ଆଜି ଦିନକରେ ଦୁଇ ଦୁଇଟି ଲୁଟ୍ ହୋଇଛି । ତା ପୂର୍ବରୁ ଗତକାଲି ରାତିରେ ଏକ କ୍ୟାଫେରେ ଆତଙ୍କରାଜ ସୃଷ୍ଟି କରିଛନ୍ତି ଦୁର୍ବୃର୍ତ୍ତ । ଆଉ ବଢୁଥିବା ଏଭଳି ଅପରାଧକୁ ଦେଖି ଭୟଭୀତ କ୍ୟାପିଟାଲ ବାସିନ୍ଦା ।

Advertisment

ରାଜଧାନୀରେ ଲୁଟେରାଙ୍କ ରାଜ୍ ! ସକାଳେ ଝାମ୍ପି ନେଇ ଚାଲି ଯାଉଛନ୍ତି, ଦ୍ୱିପହରେ ପେପର ସ୍ପ୍ରେ ମାରି ଗହଣା ଦୋକାନରୁ କଳା କନା ବୁଲାଉଛନ୍ତି । ଟିକେ ନଜର ପକାନ୍ତୁ ଏ ୨ଟି CCTV ଭିଜୁଆଲ ଉପରେ । ଗୋଟିଏ ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାର ଅଞ୍ଚଳର । ଅନ୍ୟଟି ତମାଣ୍ଡୋ ଥାନା କଳିଙ୍ଗ ବିହାର ଅଞ୍ଚଳର । କିଭଳି ଭୁବନେଶ୍ବରରେ ମାତିଛନ୍ତି ଲୁଟେରା । 

ସକାଳ ୯ଟାରେ ମର୍ଣ୍ଣିଂ ୱାକ୍ ସାରି ଘରକୁ ଫେରୁଥିଲେ ଶୈଳଶ୍ରୀ ବିହାର ଅଞ୍ଚଳର ୭୬ ବର୍ଷିୟା ବୃଦ୍ଧା ଶକୁନ୍ତଳା ମହାନ୍ତି । ଆଉ ଏହି ସମୟରେ ସ୍କୁଟିରେ ଆସୁଥିବା ଦୁଇଜଣ ମୁଖାପିନ୍ଧା ଲୁଟେରା ଏକୁଟିଆ ଦେଖି ଶକୁନ୍ତଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇ ଛୁ ମାରିଥିଲେ । ଶକୁନ୍ତଳାଙ୍କ ପୁଅ ପୋଲିସ ବିଭାଗରେ କାମ କରୁଥିବା ଜଣାପଡିଛି । 

Advertisment

ଅପରାହ୍ନରେ କଳିଙ୍ଗବିହାର ଅଞ୍ଚଳରେ ଘଟିଛି ଆଉ ଏକ ଘଟଣା। କଳିଙ୍ଗବିହାର କେ ୪ ଠାରେ ଥିବା ଏ ସୁନା ଅଳଙ୍କାର ଦୋକାନରୁ ପେପର ସ୍ପ୍ରେ ମାରି ଗରାଖ ବେଶରେ ଲୁଟେରା ଲୁଟି ନେଇଛନ୍ତି ୬ ଲକ୍ଷ ଟଙ୍କାର ସୁନା ଗହଣା । ଏ ହେଉଛି ଲୁଟ ବେଳର ସିସିଟିଭି। ଭଉଣୀ ବାହାଘର କଥା କହି ବ୍ରେସଲେଟ ଓ ସୁନା ଚେନ ଦେଖିବା ପରେ ସେଲସମ୍ୟାନଙ୍କ ମୁହଁଙ୍କୁ ସ୍ପ୍ରେ ମାରିଥିଲା ଲୁଟେରା । ଆଉ ତା ପରେ ଘଟଣାସ୍ଥଳରୁ ଫେରାର ହୋଇଥିଲା । 

ଖାଲି ଲୁଟପାଟ ନୁହେଁ, ରାତି ଅଧରେ ଆତଙ୍କ ରାଜ ଖେଳାଉଛନ୍ତି ଦୁର୍ବୃର୍ତ୍ତ । ତମାଣ୍ଡୋ ଥାନା ଭଗବାନପୁରରେ ଥିବା ଏକ କ୍ୟାଫେ ସମ୍ମୁଖର ଏ ଦୃଶ୍ୟ ଉପରେ ନଜର ପକାନ୍ତୁ । ୧୬ ତାରିଖ ରାତି ପ୍ରାୟ ପାଖାପାଖି ୧୨ ଟା ସମୟରେ ୩ ଟି ବାଇକରେ ୬ ଜଣ ଆସୁଛନ୍ତି । କିଛି ବୁଝିବା ପୂର୍ବରୁ କାଫେରେ କାମ କରୁଥିବା ଯୁବକଙ୍କୁ ମାରଣାସ୍ତ୍ରରେ ହାଣି ପକାଉଛନ୍ତି । କାର ଉପରେ ମଧ୍ୟ ରାଗ ସୁଝାଇ ଚାଲିଛନ୍ତି। ପୂର୍ବ ଶତ୍ରୁତାରୁ ଏଭଳି କାଣ୍ଡ କରିଥିବା ଅଭିଯୋଗ ହୋଇଛି । ତେଣେ ରାଜଧାନୀରେ ଲୁଟେରାଙ୍କ ଆତଙ୍କ ସହ ଆତତାୟୀଙ୍କ ଆକ୍ରମଣରେ ଭୟଭୀତ ଲୋକେ । ତେବେ ଉଭୟ ଘଟଣାକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । 

Advertisment
Odisha News Odisha Crime Crime Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ