Advertisment

ବାଧିଲାଣି ଦରବୃଦ୍ଧି; ଆଳୁ ୨ ମାସରେ ଦୁଇଗୁଣା, ଖାଇବା ତେଲର ମୂଲ୍ୟ ଦେଢ଼ଗୁଣା ବଢ଼ିଛି

ଭୁବନେଶ୍ୱର: ଖାଉଟିଙ୍କୁ ବାଧିଲାଣି ଅତ୍ୟାବଶ୍ୟକ ସାମଗ୍ରୀର ଉଚ୍ଚାଦର। ଆଳୁ ୨ ମାସରେ ଡବଲ୍ ତ ଖାଇବା ତେଲ ଏହା ଭିତରେ ଦେଢ଼ଗୁଣା ମହଙ୍ଗା ହୋଇଛି। ଲଗାତର ଦର ବୃଦ୍ଧି ଖାଉଟି ଏବଂ ଖୁଚୁରା ବ୍ୟବସାୟୀଙ୍କୁ ଖୁବ୍ ବାଧୁଛି। ଅନ୍ୟପଟେ ସରକାରଙ୍କ ଦୂରଦୃଷ୍ଟି ଏବଂ ଆନ୍ତରିକତାର ଅଭାବ ଏଥିପାଇଁ ଦାୟୀ ବୋଲି ଅଭିଯୋଗ କରିଛି ରାଜ୍ୟ ବ୍ୟବସାୟୀ ସଂଘ। ୨ ମାସ ତଳେ ଆଳୁ କେଜି ୧୫ରୁ ୨୦, ପିଆଜ ୨୫ରୁ ୩୦ ଥିଲା। ଆଉ ଏବେ ଆଳୁ […]

ଅଦ୍ୟତନ ହୋଇଛି
ବାଧିଲାଣି ଦରବୃଦ୍ଧି; ଆଳୁ ୨ ମାସରେ ଦୁଇଗୁଣା, ଖାଇବା ତେଲର ମୂଲ୍ୟ ଦେଢ଼ଗୁଣା ବଢ଼ିଛି

price hike

Advertisment

ଭୁବନେଶ୍ୱର: ଖାଉଟିଙ୍କୁ ବାଧିଲାଣି ଅତ୍ୟାବଶ୍ୟକ ସାମଗ୍ରୀର ଉଚ୍ଚାଦର। ଆଳୁ ୨ ମାସରେ ଡବଲ୍ ତ ଖାଇବା ତେଲ ଏହା ଭିତରେ ଦେଢ଼ଗୁଣା ମହଙ୍ଗା ହୋଇଛି। ଲଗାତର ଦର ବୃଦ୍ଧି ଖାଉଟି ଏବଂ ଖୁଚୁରା ବ୍ୟବସାୟୀଙ୍କୁ ଖୁବ୍ ବାଧୁଛି। ଅନ୍ୟପଟେ ସରକାରଙ୍କ ଦୂରଦୃଷ୍ଟି ଏବଂ ଆନ୍ତରିକତାର ଅଭାବ ଏଥିପାଇଁ ଦାୟୀ ବୋଲି ଅଭିଯୋଗ କରିଛି ରାଜ୍ୟ ବ୍ୟବସାୟୀ ସଂଘ।

Advertisment

୨ ମାସ ତଳେ ଆଳୁ କେଜି ୧୫ରୁ ୨୦, ପିଆଜ ୨୫ରୁ ୩୦ ଥିଲା। ଆଉ ଏବେ ଆଳୁ ୪୫ରୁ ୫୦ ଏବଂ ପିଆଜ ୫୫ରୁ ୬୦ ଟଙ୍କା ହୋଇଛି। ଅର୍ଥାତ ୨ ମାସରେ ୨ ଗୁଣରୁ ବି ଅଧିକ ବଢିଛି ଦର। ସେହିଭଳି ଖାଇବା ତେଲ ଦର ୨ ମାସରେ ପାଖାପାଖି ୫୦ ପ୍ରତିଶତ ବଢ଼ିଛି। ଧର୍ମମାସ କାର୍ତ୍ତିକରେ ଅଧିକାଂଶ ଘରେ ଆମିଷ ପଶୁନଥିବାରୁ ପରିବା ଦର ବି ଖସୁନାହିଁ। ଅବଶ୍ୟ ୪-୫ ଦିନ ହେବ ପରିବା ରେଟ୍ ଟିକେ କମିଥିଲେ ବି ପ୍ରାୟ ପରିବାର ଦର ୪୦ରୁ ୬୦ ମଧ୍ୟରେ ରହିଛି। ଯାହାକୁ ନେଇ ଏବେ ଚିନ୍ତାରେ ଖାଉଟି।

କାହିଁକି ବଢ଼ୁଛି ଦର ?

ଉତ୍ପାଦନ କମିଲେ ଦର ବୃଦ୍ଧି ହୋଇଥାଏ। ଉତ୍ପାଦନ ବଢ଼ିଲେ ଦର ହ୍ରାସ ହୋଇଥାଏ। ଚାହିଦା ମୁତାବକ ସାମଗ୍ରୀ ଉପଲବ୍‌ଧ ନ ହେବା ସହିତ କଳାବଜାରି ଉପରେ ସରକାରଙ୍କର ନିୟନ୍ତ୍ରଣ ନରହିଲେ ସାଧାରଣତଃ ଦର ବୃଦ୍ଧି ହୋଇଥାଏ। ଏଠି ସେଇ ସମାନ କଥା ଘଟିଛି।

Advertisment

ରାଜ୍ୟରେ ବର୍ଷକୁ ୧୪ ଲକ୍ଷ ଟନ୍ ଆଳୁ ଆବଶ୍ୟକ ହେଉଥିବା ବେଳେ ଉତ୍ପାଦନ ହେଉଛି କେବଳ ୭୦ରୁ ୮୦ ହଜାର ଟନ୍। ବଳକା ପ୍ରାୟ ୧୩ ଲକ୍ଷ ଟନ୍ ଆଳୁ ପାଇଁ ଆମ ରାଜ୍ୟ ଓଡ଼ିଶାକୁ ଉତ୍ତର ପ୍ରଦେଶ ଏବଂ ପଶ୍ଚିମ ବଙ୍ଗ ଉପରେ ର୍ନିଭର କରିବାକୁ ପଡୁଛି।

ସେହିପରି ଦେଶରେ ୨ କୋଟି ଟନ୍ ଖାଇବା ତେଲ ଦରକାର ହେଉଥିବା ବେଳେ ଉତ୍ପାଦନ ହେଉଛି କେବଳ ୬୦ ଲକ୍ଷ ଟନ୍। ବାକି କୋଟିଏ ୪୦ ଲକ୍ଷ ଟନ୍ ବିଦେଶରୁ ଆମଦାନି ହେଉଛି। ତା'ଛଡ଼ା ସରକାର ପାମୋଲିନ ତେଲ ଉପରେ ୪୩ ପ୍ରତିଶତ ଏବଂ ସନଫ୍ଲାଓ୍ୱାର ବା ରିଫାଇନ୍ ତେଲ ଉପରେ ୩୮ ପ୍ରତିଶତ ଇମ୍ପୋର୍ଟ ଟ୍ୟାକ୍ସ ନେଉଥିବା ବେଳେ ଜିଏସ୍‌ଟି ବି ରହିଛି। ଏହା ଦରବୃଦ୍ଧିର ମୁଖ୍ୟ କାରଣ ବୋଲି କୁହାଯାଉଛି। ଯଦିଓ ଗତକାଲି ସରକାର ଇମ୍ପୋର୍ଟ ଟାକ୍ସ ୧୦ ପ୍ରତିଶତ କମାଇଛନ୍ତି, ହେଲେ ଏହାକୁ ୨୦ ପ୍ରତିଶତ କଲେ ଦର ସୁହାଇବ ବୋଲି ବ୍ୟବସାୟୀ ସଂଘ କହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ