Advertisment

Registration for Habishyalis Begins: ଆସନ୍ତାକାଲି ଠାରୁ ବ୍ରତ ସଂକଳ୍ପ କରିବେ କାର୍ତ୍ତିକ ହବିଷ୍ୟାଳି, ୨ହଜାର ୫ଶହ ମହିଳାଙ୍କ ପାଇଁ ବ୍ୟବସ୍ଥା

ପୁରୀରେ ଦେଖାଦେଲାଣି ହବିଷ୍ୟାଳିଙ୍କ ଭିଡ଼ । ପୁରୀ ସହରର ୫ଟି ସ୍ଥାନରେ ହବିଷ୍ୟାଳି ମା’ମାନଙ୍କ ପାଇଁ ରହିବା ବ୍ୟବସ୍ଥା କରାଯାଇଛି । ଅନଲାଇନରେ ରେଜିଷ୍ଟ୍ରେସନ କରାଯାଇଥିବା ମହିଳାମାନେ ନିଜ କାଗଜ ଦେଖାଇ ରହିପାରିବେ।

PURI-HABISIALI

PURI-HABISIALI Photograph: (OTV)

Advertisment

ଆଜିଠାରୁ ଆରମ୍ଭ ହେବ ହବିଷ୍ୟାଳିମାନଙ୍କର ରେଜିଷ୍ଟ୍ରେସନ। ପୁରୀ ସହରର ୫ଟି ସ୍ଥାନରେ ହବିଷ୍ୟାଳି ମା’ମାନଙ୍କ ପାଇଁ ରହିବା ବ୍ୟବସ୍ଥା କରାଯାଇଛି । ସେଥିପାଇଁ ଆଜି ବୃନ୍ଦାବତୀ ନିବାସ, ନରେନ୍ଦ୍ର କୋଣ, ରେଲୱେ ପର୍ଯ୍ୟଟକ କମ୍ପ୍ଲେକ୍ସ, ରେଲୱେ କଲ୍ୟାଣ ମଣ୍ଡପ, ବଗଳା ଧର୍ମଶାଳା ଓ ମୋଚିସାହି ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପରେ ରେଜିଷ୍ଟ୍ରେସନ ଆରମ୍ଭ ହେବ।  ଅନଲାଇନରେ ରେଜିଷ୍ଟ୍ରେସନ କରାଯାଇଥିବା ମହିଳାମାନେ ତାଙ୍କର କାଗଜ ଦେଖାଇ ସେଠାରେ ରହିପାରିବେ। ହବିଷ୍ୟାଳିମାନଙ୍କର ରହିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ସୁବିଧାରେ ଶ୍ରୀମନ୍ଦିରରେ ଦର୍ଶନ  ମହାପ୍ରସାଦ ସେବନ, ପୂଜା ବିଧି ସହ ଆକାଶଦୀପ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। କେବଳ ଅନଲାଇନରେ ବୁକିଂ କରାଯାଇଥିବା ୨ହଜାର ୫ଶହ ମହିଳାଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ଠାରୁ କାର୍ତ୍ତିକ ହବିଷ୍ୟାଳି ମାନେ ବ୍ରତ ସଂକଳ୍ପ କରିବେ। 

Advertisment

ଆଜିଠାରୁ ଆରମ୍ଭ ହେବ ହବିଷ୍ୟାଳିମାନଙ୍କର ରେଜିଷ୍ଟ୍ରେସନ
ପୁରୀ ସହରର ୫ଟି ସ୍ଥାନରେ ହବିଷ୍ୟାଳିମାନଙ୍କ ରହିବା ବ୍ୟବସ୍ଥା 
ବିଭିନ୍ନ ନିବାସରେ ରହିପାରିବେ ଅନଲାଇନ ରେଜିଷ୍ଟ୍ରେସନକାରୀ
ହବିଷ୍ୟାଳିମାନଙ୍କର ରହିବା ପାଇଁ ସମସ୍ତ ବ୍ୟବସ୍ଥା 
୨ହଜାର ୫ଶହ ମହିଳାଙ୍କ ପାଇଁ ବ୍ୟବସ୍ଥା ହୋଇଛି
ଆସନ୍ତାକାଲି ଠାରୁ ବ୍ରତ ସଂକଳ୍ପ କରିବେ କାର୍ତ୍ତିକ ହବିଷ୍ୟାଳି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ