Advertisment

Abhijit Majumdar Death Controversy: ଭୁଲ ଚିକିତ୍ସା ପାଇଁ ମେଲୋଡ଼ି କିଙ୍ଗ୍ ଅଭିଜିତ ମଜୁମଦାରଙ୍କ ମୃତ୍ୟୁ: ଅନ୍ତରା ଚକ୍ରବର୍ତ୍ତୀ

ଥମୁନି ମେଲୋଡ଼ି କିଙ୍ଗ୍ ଅଭିଜିତ୍ ମଜୁମଦାରଙ୍କ ମୃତ୍ୟୁ ସସପେନ୍ସ। ପତ୍ନୀ ରଞ୍ଜିତାଙ୍କ ପରେ ସମାନ କଥା ଦୋହରାଇଲେ ଗାୟିକା ଅନ୍ତରା। ଓଟିଭି ଖୋଲାକଥାରେ ଅଭିଯୋଗ ରଖିଲେ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ। ଭୁଲ ଚିକିତ୍ସା ପାଇଁ କଟକର ଘରୋଇ ହସ୍ପିଟାଲକୁ ଦେଲେ ଦୋଷ।

Abhijit Majumdar Death Controversy

ଭୁଲ ଚିକିତ୍ସା ପାଇଁ ମେଲୋଡ଼ି କିଙ୍ଗ୍ ଅଭିଜିତ ମଜୁମଦାରଙ୍କ ମୃତ୍ୟୁ ଅଭିଯୋଗ Photograph: (OTV)

Advertisment

ମେଲୋଡ଼ି କିଙ୍ଗ୍ ଅଭିଜିତ ମଜୁମଦାରଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ କଣ ? ଲିଭର ସିରୋସିସ୍ ନା ଘରୋଇ ହସ୍ପିଟାଲର ତ୍ରୁଟିପୂର୍ଣ୍ଣ ଚିକିତ୍ସା ? କିଛି ଦିନ ତଳେ ଅଭିଜିତଙ୍କ ପତ୍ନୀ ରଞ୍ଜିତା, ସ୍ୱାମୀଙ୍କ ମୃତ୍ୟୁ ପାଇଁ କଟକର ଏକ ଘରୋଇ ଡାକ୍ତରଖାନାର ଦାୟିତ୍ୱହୀନତା ଉପରେ ପ୍ରଶ୍ନ ଉଠାଇଥିଲେ। ଆଉ ଏବେ ଓଟିଭିର ଲୋକପ୍ରିୟ କାର୍ଯ୍ୟକ୍ରମ ଖୋଲାକଥାରେ ବି ସମାନ ଅଭିଯୋଗ ଉପରେ ମୋହର ମାରି ସଂପୃକ୍ତ ଘରୋଇ ତ୍ରୁଟିପୂର୍ଣ୍ଣ ଚିକିତ୍ସାକୁ ହିଁ ଖୋଲାଖୋଲି ଦାୟୀ କରିଛନ୍ତି କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ।

Advertisment

ଆଗରୁ ଯେଉଁ ଅଭିଯୋଗ ଆଣିଥିଲେ ପତ୍ନୀ, ଏବେ ସେଇ ସମାନ ଅଭିଯୋଗ ଉପରେ ଆଉ ଥରେ ମୋହର ମାରିଲେ ଅନ୍ତରା। ଓଲିଉଡ୍ ଇଣ୍ଡଷ୍ଟ୍ରୀର ମେଲୋଡ଼ି କିଙ୍ଗ୍ ଅଭିଜିତ ମଜୁମଦାରଙ୍କ ଅକାଳ ମୃତ୍ୟୁ ପଛର ପ୍ରକୃତ କାରଣ କଣ ? ଅଭିଜିତଙ୍କ ପତ୍ନୀ ରଞ୍ଜିତା ମଜୁମଦାର ଓଟିଭି ଆଗରେ ସ୍ବାମୀଙ୍କ ମୃତ୍ୟୁ ପଛର କାରଣ ଖୋଲି କହିବା ପରେ, ଓଟିଭି ଖୋଲାକଥାରେ ବି ସମାନ ଅଭିଯୋଗ ଆଣିଛନ୍ତି ଓଲିଉଡ୍ ର ଆଗଧାଡ଼ିର ଗାୟୀକା ଅନ୍ତରା ଚକ୍ରବର୍ତ୍ତୀ। 

ଅନ୍ତରା କହିଛନ୍ତି, ଅଭିଜିତଙ୍କ ମୃତ୍ୟୁ ଲିଭର ସିରୋସିସରୁ ନୁହେଁ, ବରଂ କଟକର ଏକ ଘରୋଇ ହସ୍ପିଟାଲର ଚିକିତ୍ସା ଅବହେଳାରୁ। ଅଭିଜିତଙ୍କ ଶରୀରରେ ସୋଡିୟମ୍ ଓ ପୋଟାସିୟମ ମାତ୍ରା ତୁରନ୍ତ ବଢାଇବାକୁ ମାତ୍ରାଧିକ ଓଡିଏସ ଡୋଜ୍ ହିଁ ତାଙ୍କୁ ମୃତ୍ୟୁ ଆଡ଼କୁ ଟାଣିନେଲା ବୋଲି କହିଛନ୍ତି ଅନ୍ତରା ଚକ୍ରବର୍ତ୍ତୀ।...

Advertisment

ଓଡ଼ିଶା ସଙ୍ଗୀତ ଜଗତରେ ଜଣେ ହିଟ୍ ଆଉ ଟ୍ରେଣ୍ଡ୍ ସେଟର ମ୍ୟଜିସିଆନ୍ ଭାବେ ନାଁ କରିଥିବା ଅଭିଜିତ ମଜୁମଦାରଙ୍କର ମାତ୍ର ୫୪ ବର୍ଷ ବୟସରେ ମୃତ୍ୟୁ ହେବା ପଛରେ ଅତ୍ୟଧିକ ମଦ୍ୟପାନ ଓ ଲିଭର ସିରୋସିସ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା। ଯାହାକୁ ନେଇ ପରେ ଆପତ୍ତି ଉଠାଇଥିଲେ ଅଭିଜିତଙ୍କ ପତ୍ନୀ ରଞ୍ଜିତା ମଜୁମଦାର। 

ଜଣେ ସୁନାମଧ୍ୟନ୍ୟ ସଙ୍ଗୀତଜ୍ଞଙ୍କ ମୃତ୍ୟୁ ପଛରେ ଅପବାଦ ଯୋଡ଼ିବାରୁ କ୍ଷାନ୍ତ ରହିବାକୁ ସେ ଲୋକଙ୍କୁ ଅପିଲ କରିବା ସହ ଓଟିଭି ଆଗରେ ଖୋଲିଥିଲେ ମୃତ୍ୟୁ ପଛର ତଥ୍ୟ। କହିଥିଲେ, କଟକର ସେହି ଘରୋଇ ହସ୍ପିଟାଲର ତ୍ରୁଟିପୂର୍ଣ୍ଣ ଚିକିତ୍ସା ହିଁ ତାଙ୍କ ପ୍ରାଣ ନେଲା। ଓଡିଏସର ଓଭର ଡୋଜ୍ ତାଙ୍କୁ କୋମାକୁ ନେଇଯିବା ପରେ ଆଉ ସୁସ୍ଥ ହୋଇନଥିଲେ ଅଭିଜିତ। 

Advertisment

ଯେଉଁ ତଥ୍ୟ ପରେ ଏକ ଘରୋଇ ହସ୍ପିଟାଲ ଓ ଏମସ୍ କର୍ତ୍ତୃପକ୍ଷଙ୍କଠାରୁ ସେ ଜାଣିବାକୁ ପାଇଥିଲେ ବୋଲି ଗତ ମାସ ୨୮ରେ କ୍ୟାମେରା ସାମ୍ନାରେ ରଖିଥିରେ ରଞ୍ଜିତା। କିନ୍ତୁ ସଂପୃକ୍ତ ଘରୋଇ ହସ୍ପିଟାଲ କିନ୍ତୁ ରଂଜିତାଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲା।

ଓଟିଭି ଖୋଲାକଥାରେ ଖାଲି ଅଭିଜିତଙ୍କ ମୃତ୍ୟୁ ରହସ୍ୟ ନୁହେଁ, ବରଂ ତାଙ୍କ ସମ୍ପର୍କରେ ଆହୁରି ଅନେକ ରୋଚକ କଥା କହିଛନ୍ତି ଅନ୍ତରା। ଯେମିତିକି ଅଭିଜିତଙ୍କ ଗୀତ ଲେଖିବାର ଅନ୍ଦାଜ ହେଉ କି ତାଙ୍କ ସହ ସମ୍ପର୍କର ପରିଭାଷା। ସେହିଭଳି କଟକ ଝାଂଜିର ମଙ୍ଗଳାଙ୍କ ପରମ ଭକ୍ତ ଥିବା ଅଭିଜିତ କେମିତି ତାଙ୍କ ମୂଲ୍ୟବାନ ସଂପତ୍ତି ଫେରିପାଇଥିଲେ, ତାର ବି ଖୁଲାସା କରିଛନ୍ତି ଅନ୍ତରା ଚକ୍ରବର୍ତ୍ତୀ।

abhijit majumdar death Abhijit Majumdar Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ