Advertisment

Love Temple: ଇଏ ପ୍ରେମର ମନ୍ଦିଏ, ଏଠି ପୂଜା ପାଏ ପ୍ରେମ

ମନ୍ଦିରଟି ଯେତିକି ପୁରୁଣା ତା’ର ଇତିହାସ ମଧ୍ୟ ସେତିକି ପ୍ରାଚୀନ । ସୋନପୁର ରାଜକୁମାରୀ ଶଷିଶେଣା, ଜ୍ଞାନଦେଇ ମାଲୁଣୀ ଏବଂ ଅହିମାଣିକ୍ୟକୁ ନେଇ ଥିବା ଏକ ତ୍ରିକୋଣୀୟ ପ୍ରେମ କାହାଣୀର ସ୍ମୁତିକୁ ବହନ କରୁଛି ଏହି ମନ୍ଦିର ।

Subarnapur Prema Mandira

Subarnapur Prema Mandira Photograph: (OTV)

Advertisment

ଇଏ ପ୍ରେମର ମନ୍ଦିଏ । ଏଠି ପୂଜା ପାଏ ପ୍ରେମ ।  ସୁବର୍ଣ୍ଣପୁର ସହରରେ ଥିବା ୧୦୮ ମନ୍ଦିର ମଧ୍ୟରୁ କିଏ ସୁନ୍ଦରତା ପାଇଁ ତ ଆଉ କିଏ ଐତିହାସିକ ଦୃଷ୍ଟି କୋଣରୁ ବେଶ ଗୁରୁତ୍ୱ ରଖେ । ହେଲେ କଚେରୀ ଛକ ମୁଖ୍ୟ ରାସ୍ତା କଡରେ ଥିବା ଶଷିଶେଣା ମନ୍ଦିର ବା ନିମୁହିଁ ମନ୍ଦିରର କିନ୍ତୁ ରହିଛି ଭିନ୍ନ ସ୍ୱତନ୍ତ୍ରତା ।

Advertisment

ମନ୍ଦିରଟି ଯେତିକି ପୁରୁଣା ତା’ର ଇତିହାସ ମଧ୍ୟ ସେତିକି ପ୍ରାଚୀନ । ସୋନପୁର ରାଜକୁମାରୀ ଶଷିଶେଣା, ଜ୍ଞାନଦେଇ ମାଲୁଣୀ ଏବଂ ଅହିମାଣିକ୍ୟକୁ ନେଇ ଥିବା ଏକ ତ୍ରିକୋଣୀୟ ପ୍ରେମ କାହାଣୀର ସ୍ମୁତିକୁ ବହନ କରୁଛି ଏହି ମନ୍ଦିର । ଏକ ଉତ୍ସର୍ଗୀକୃତ ପ୍ରେମ କହାଣୀକୁ ନେଇ ନିର୍ମିତ ହୋଇଥିବା ଏହି ପ୍ରେମ ମନ୍ଦିର ସାରା ଦେଶରେ ବିରଳବୋଲି କହନ୍ତି ଗବେଷକ ।

ରାଜକୁମାରୀ ଶଷିଶେଣା ଓ ଅହିମାଣିକ୍ୟକୁ ନେଇ ଗଢିଉଠିଥିବା ତ୍ରିକୋଣୀୟ ପ୍ରେମ କାହଣୀ ଯେତିକି ରୋଚକ ସେତିକି ଆକର୍ଷଣ ରଖିଛି ପ୍ରେମୀ ମଣିଷ ପାଖରେ । କାହାଣୀରେ ତନ୍ତ୍ର ସାଧିକା ଜ୍ଞାନଦେଇ ମାଲୁଣୀ ଚରିତ୍ରଟି ବେଶ ମର୍ଯ୍ୟାଦା ପାଇଛି ସୁବର୍ଣ୍ଣପୁର ଲୋକ କଥାରେ ।

Advertisment

ଦିନରେ ମେଣ୍ଢା ଓ ରାତିରେ ଭେଣ୍ଡା କରିପାରୁଥିବା ଏହି ଚରିତ୍ର କଥା ଓ କହାଣୀ ଆଜିବି ଦେଖିବାକୁ ମିଳୁଛି ମନ୍ଦିର କାନ୍ଥରେ । ପ୍ରେମ ଦିବସରେ ମଣିଷ ଭିତରେ ଥିବା ଅମର ପ୍ରେମର ସ୍ୱର୍ଣ୍ଣିମ ସ୍ମୁତିକୁ ସାଇତି ରଖିଛି ଏହି ଶଷିଶେଣା ମନ୍ଦିର ।

ତେବ ସୁରକ୍ଷା ଅଭାବରୁ ଏକ ପ୍ରେମର ସନ୍ତକ ଅବହେଳିତ ହୋଇପଡିଥିବାରୁ ଏହାର ସୁରକ୍ଷା ଦାବି ହେଇଛି । ଅପରପକ୍ଷରେ ଏହିଭଳି ଏହି ଐତିହାସିକ ମନ୍ଦିରର ସୁରକ୍ଷା ଦିଗରେ ଆଗକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କାମ କରାଯିବବୋଲି କହିଛନ୍ତି ଜିଲ୍ଲାପାଳ ।

Advertisment
Valenline Day Diamond Princess Subarnapur Love
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ