Advertisment

ଉଦ୍‌ବେଗଜନକ ଭାବେ ରାଜ୍ୟରେ ବଢୁଛି ଦୁଷ୍କର୍ମ ଘଟଣା

ଭୁବନେଶ୍ୱର : ଏଟିଏମ୍‌ ଭିତରେ ମହିଳାଙ୍କ ଇଜ୍ଜତ ଲୁଟ୍। କଟକ ସହରର ପିଲିଗ୍ରିମ ରୋଡ୍‌ରେ ଥିବା ଏଟିଏମ୍ ଭିତରେ ମହିଳାଙ୍କୁ ହୋଇଛି ଦୁର୍ଷ୍କମ। ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ଗତ ଶନିବାର ରାତି ପ୍ରାୟ ୨ଟାରେ ଘଟିଛି ଏହି ଘଟଣା। କଲେଜ ଛକ ନିକଟରୁ ସଂପୃକ୍ତ ମହିଳାଙ୍କୁ ଉଠାଇ ଅାଣି ଏଟିଏମ୍ ଭିତରେ ଦୁଷ୍କର୍ମ କରିଥିଲେ ସିକ୍ୟୁରିଟି ଗାର୍ଡ ଦୀପକ ପରିଡ଼ା ଏବଂ ଅନ୍ୟ ଜଣେ ଯୁବକ ପ୍ରଭାତ ରାଉତ। ଅାଉ ରାସ୍ତାରେ ଛାଡ଼ି ଉଭୟେ ହୋଇଯାଇଥିଲେ ଫେରାର୍ […]

ଉଦ୍‌ବେଗଜନକ ଭାବେ ରାଜ୍ୟରେ ବଢୁଛି ଦୁଷ୍କର୍ମ ଘଟଣା

nari-up

Advertisment

ଭୁବନେଶ୍ୱର : ଏଟିଏମ୍‌ ଭିତରେ ମହିଳାଙ୍କ ଇଜ୍ଜତ ଲୁଟ୍। କଟକ ସହରର ପିଲିଗ୍ରିମ ରୋଡ୍‌ରେ ଥିବା ଏଟିଏମ୍ ଭିତରେ ମହିଳାଙ୍କୁ ହୋଇଛି ଦୁର୍ଷ୍କମ। ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ଗତ ଶନିବାର ରାତି ପ୍ରାୟ ୨ଟାରେ ଘଟିଛି ଏହି ଘଟଣା। କଲେଜ ଛକ ନିକଟରୁ ସଂପୃକ୍ତ ମହିଳାଙ୍କୁ ଉଠାଇ ଅାଣି ଏଟିଏମ୍ ଭିତରେ ଦୁଷ୍କର୍ମ କରିଥିଲେ ସିକ୍ୟୁରିଟି ଗାର୍ଡ ଦୀପକ ପରିଡ଼ା ଏବଂ ଅନ୍ୟ ଜଣେ ଯୁବକ ପ୍ରଭାତ ରାଉତ।

Advertisment

publive-imageଅାଉ ରାସ୍ତାରେ ଛାଡ଼ି ଉଭୟେ ହୋଇଯାଇଥିଲେ ଫେରାର୍ । ଏହାପରେ ସଂପୃକ୍ତ ମହିଳା ମାଲଗୋଦାମ୍ ଥାନାରେ ଏତଲା ଦେବା ପରେ ପୀଡ଼ିତାଙ୍କ ବୟାନ ରେକର୍ଡ ସହ ପୁଲିସ ଜାରି ରଖିଛି ଖୋଳତାଡ଼।

ଅାଉ ଏପଟେ ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଞ୍ଚଳର ଏକ ପରିତ୍ୟକ୍ତ ଘରୁ ଉଦ୍ଧାର ହୋଇଛି ନାବାଳିକାଙ୍କ ମୃତଦେହ। ଦୁର୍ଷ୍କମ ପରେ ତାଙ୍କୁ ହତ୍ୟା କରାଯାଇଥିବା ଅାଶଙ୍କା କରି ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ। ଘଟଣାରେ ମୃତ ନାବାଳିକାଙ୍କ ସମ୍ପର୍କୀୟ ଦାଦାଙ୍କୁ ପୁଲିସ ଗିରଫ କରିଛି।

Advertisment

publive-imageସେପଟେ ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯାଗର ୨୦ ଦିନ ବିତିଗଲାଣି । ତଥାପି ଅଭିଯୁକ୍ତଙ୍କ କୌଣସି ସୁରାକ୍‌ ପାଉନି ପୁଲିସ। କାର୍ଯ୍ୟାନୁଷ୍ଠାନ କେବଳ ତଦନ୍ତରେ ସୀମିତ ରହିଛି।

publive-imageରାଜ୍ୟ ଗୃହବିଭାଗ ଶ୍ୱେତପତ୍ର କହୁଛି, ଗତବର୍ଷ ରାଜ୍ୟରେ ୨,୨୨୧ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଥିଲା। ତା ମଧ୍ୟରୁ ୧,୪୦୧ ମାମଲାର ଚାର୍ଜସିଟ୍ ଦାଖଲ ହୋଇଛି । ୨୦୧୬ମସିହା  ଅପେକ୍ଷା ୨୦୧୭ମସିହାରେ ଦୁର୍ଷ୍କମ ମାମଲାର ହାର ବୃଦ୍ଧି ପାଇଥିବା ବେଳେ ଓଡ଼ିଶାରେ ପ୍ରତିଦିନ ହାରାହାରି ୬ ଜଣ ଦୁଷ୍କର୍ମର ଶିକାର ହେଉଛନ୍ତି । ସରକାର ମହିଳାଙ୍କ ସମ୍ମାନ ଓ ସୁରକ୍ଷାର କଥା କହୁଥିବା ବେଳେ ଅାଚରଣ ଓ ଉଚ୍ଚାରଣରେ କେତେ ଫରକ, ବଢିଚାଲିଥିବା ଦୁଷ୍କର୍ମ ମାମଲା ତାର ସତ୍ୟତା ଦର୍ଶାଉଛି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ