Ranjar Babu Photograph: (OTV)
ଇଏ ଜଙ୍ଗଲୀ ବାବୁଙ୍କ ଏ ଜଙ୍ଗଲ ରାଜ୍ । ହାତୀ ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ସ୍ବାମୀଙ୍କୁ ରେଞ୍ଜର ବାବୁ ଡେଞ୍ଜର ଧମକ ଦେଉଛନ୍ତି । ତାଗିଦ କରି କହୁଛନ୍ତି, ବେଶି ପାଟି କରନା । ତମ ସ୍ତ୍ରୀ କେମିତି ମରିଛି ମୁଁ ଜାଣିଛି । ମୁଁ ମୁର୍ଖ ନୁହେଁ ।
ସରକାର ତମକୁ ଦଶବର୍ଷ ଜେଲରେ ରଖିଦେବେ । ଏମିତି ଭଦ୍ର ଭାବେ ଧମକ ଦେଉଥିବା ରେଞ୍ଜର ବାବୁ କିନ୍ତୁ, କ୍ୟାମେରା ଆଗରେ ନିଜର କଥା ସୁଧାରି ଦେଇଛନ୍ତି ।
୨୦୨୫ ଡିସେମ୍ବର ୧୦ ତାରିଖର ଏ ଘଟଣା । ଶୀତୁଆ ରାତିରେ ୩୦ଟିକିଆ ହାତୀପଲ ବଙ୍ଗୋମୁଣ୍ଡା ରେଞ୍ଚ ବନାଞ୍ଚଳକୁ ପଶିଆସିଥିଲେ । ସେଥିରୁ ୬ ଟିକିଆ ହାତୀ ଘର ପାଖକୁ ଯିବାରୁ ଘରର କିଛି ସଦସ୍ୟ ବାହାରକୁ ବାହାରି ଆସିଥିଲେ ।
ହାତୀକୁ ଦେଖି ଘରୁ ବାହାରିଆସି ଅଧିକାଂଶ ସଦସ୍ୟ ଜୀବନ ବଞ୍ଚାଇଥିଲେ । କିନ୍ତୁ ହାତୀ ଆକ୍ରମଣରେ ଆଖି ବୁଜିଥିଲେ ସତ୍ୟାନନ୍ଦଙ୍କ ସ୍ତ୍ରୀ ମନ୍ଦାର ପୁଟେଲ । ପରେ ଏନେଇ ଖବର ପାଇବା ପରେ ବନବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।
ସରକାରଙ୍କ ଯୋଜନା ମୁତାବକ, ଦଶ ଲକ୍ଷ ଟଙ୍କାରୁ ଲକ୍ଷେ ଟଙ୍କା ସାହାଯ୍ୟ ଦେଇଥିଲା ବନବିଭାଗ । ପୋଷ୍ଟମୋର୍ଟମ ରିପୋର୍ଟ ଓ ଲିଗାଲ ହେୟାର ସାର୍ଟିଫିକେଟ ଦେଲା ପରେ, ଆଉ ୯ ଲକ୍ଷ ପାଇବେ ସତ୍ୟାନନ୍ଦ ପୁଟେଲ ।
କିନ୍ତୁ ବାର ବାର ଦଉଡି ଦଉଡି ହଇରାଣ ହେଲା ପରେ, ରେଂଜରଙ୍କ ଅସଲ ଚେହେରା, ସାମ୍ନାକୁ ଆଣିବା ପାଇଁ ଭିଡିଓ କରାଇଥିଲେ ସତ୍ୟାନନ୍ଦ । କିନ୍ତୁ ଏହି କଥା ପ୍ରଘଟ ହେବାପରେ, ରେଂଜର ବାବୁ କହିଛନ୍ତି ଖୁବ୍ ଶୀଘ୍ର ସେମାନଙ୍କୁ ମିଳିବ ବାକିତକ ଟଙ୍କା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/10/ranjar-babu-2026-02-10-15-31-39.jpg)