Advertisment

Rajya Sabha Poll Turns Intense: ରାଜ୍ୟସଭା ନିର୍ବାଚନରେ ରଙ୍ଗ ଛିଟା; ଦତ୍ତେଶ୍ୱରଙ୍କୁ ବିଜେଡି ଓ କଂଗ୍ରେସର ପୂର୍ଣ୍ଣ ସମର୍ଥନ ମିଳିବ ତ…

ରାଜ୍ୟସଭା ନିର୍ବାଚନରେ ରଙ୍ଗ ଛିଟା। ହୋଲିରେ ଦିଲିପ-ବିଜୟ ଭେଟକୁ ନେଇ ଚର୍ଚ୍ଚା। ଦୁଇ ପ୍ରାର୍ଥୀ ଜିତିବା ନେଇ ବିଜେଡିର ଦମ୍ଭୋକ୍ତି। ଦିଲ୍ଲୀପଙ୍କ ବିଜୟ ନେଇ ବିଜେପି ବି ଦେଖାଉଛି ଦମ୍। ଦତ୍ତେଶ୍ବରଙ୍କୁ ବିଜେଡି ଓ କଂଗ୍ରେସର ପୂର୍ଣ୍ଣ ସମର୍ଥନ ମିଳିବ ତ?

Rajya Sabha Poll Turns Intense

ରାଜ୍ୟସଭା ନିର୍ବାଚନରେ ରଙ୍ଗ ଛିଟା Photograph: (OTV)

Advertisment

ରାଜ୍ୟସଭା ନିର୍ବାଚନରେ ରଙ୍ଗ ଛିଟା। ନାମାଙ୍କନ ଶେଷ ତାରିଖ ଆଗରୁ ତେଜିଲା ବୟାନ ବାଜି। ଡାକ୍ତର ଦତ୍ତେଶ୍ବର ହୋତା ବିଜେଡିର କମନ ପ୍ରାର୍ଥୀ ହେବା ଓ ସ୍ବାଧୀନ ପ୍ରାର୍ଥୀ ହେବାକୁ ଦିଲ୍ଲୀପ ରାୟଙ୍କ ଘୋଷଣା ପରେ ରୋଚକ ହୋଇଛି ସ୍ଥିତି। ଦୁଇଟିଯାକ ଆସନ ଜିତିବା ନେଇ ବିଜେଡି ଦମ୍ଭୋକ୍ତି ଦେଖାଇଥିବାବେଳେ ବିଜେପି ବି ଦମ୍ ଦେଖାଇଛି । ଏପଟେ ସବୁ ବିଜେଡି ଓ କଂଗ୍ରେସ ବିଧାୟକ ଦତ୍ତ୍ବେଶ୍ବର ହୋତାଙ୍କୁ ସମର୍ଥନ କରିବେ କି ନାହିଁ ତାକୁ ନେଇ ଦେଖାଦେଇଛି ନାନା ସନ୍ଦେହ।

Advertisment

ରାଜ୍ୟସଭା ନିର୍ବାଚନରେ ଲାଗିଲା ରଙ୍ଗର ଛିଟା। ଭାଇଚାରାର ପର୍ବରେ ବି ଥମିଲାନି ବୟାନ ବାଜି। କାଲି ନାମାଙ୍କନ ଶେଷ ତାରିଖ ହୋଇଥିବାରୁ ତେଜିଲା ବିଜେଡି, ବିଜେପି ଓ କଂଗ୍ରେସ ନେତାଙ୍କ ବୟାନ ବାଜି । ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ବିଜେଡି କମନ ପ୍ରାର୍ଥୀ ଭାବେ ଘୋଷଣା ଓ ପରେ ସ୍ବାଧୀନ ପ୍ରାର୍ଥୀ ଭାବେ ବରିଷ୍ଠ ନେତା ଦିଲ୍ଲୀପ ରାୟ ଛିଡା ହେବା ରାଜ୍ୟସଭା ଲଢେଇକୁ ଆହୁରି ରୋଚକ କରିଦେଇଛି । ଦିଲ୍ଲୀପ ଜିତିବା ନେଇ ବେଶ୍ confident ଥିବା ବେଳେ ବିଜେପି ମଧ୍ୟ ତାଙ୍କୁ ସଂପୂର୍ଣ୍ଣ ସମର୍ଥନ ଦେବ ବୋଲି ଘୋଷଣା କରିଛି । 

ସେପଟେ ବିଜେଡିର କମନ ପ୍ରାର୍ଥୀ ଫର୍ମୁଲା କେତେ ସଫଳ ହେବ ତାକୁ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନବାଚୀ । ଦତ୍ତେଶ୍ବରଙ୍କୁ କଂଗ୍ରେସ ସମର୍ଥନ ଦେବ ବୋଲି କହିଛି ହେଲେ ଅସନ୍ତୁଷ୍ଟଙ୍କୁ କେମିତି ଆକଟ କରି ଉଭୟ ବିଜେଡି ଓ କଂଗ୍ରେସ ରଖିବେ ତାହା ଏବେ ଚର୍ଚ୍ଚାର ବିଷୟ । ଏଭଳି ସ୍ଥିତିରେ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଦମ୍ଭୋକ୍ତି କରି କହିଛନ୍ତି, ହୋଲି ଖେଳିଲେ ରଙ୍ଗ ବଦଳି ଯାଏ, କିନ୍ତୁ ଗାଧୋଇ ପଡିଲେ ଅସଲ ଚେହେରା ସାମ୍ନାକୁ ଆସେ । ଓଡିଶାବାସୀ ଅସଲ ଚେହେରାକୁ ଚିହ୍ନଛନ୍ତି । ଆମେ ଆଶାବାଦୀ ଆମର ଦୁଇ ପ୍ରାର୍ଥୀ ଜିତିବେ । 

Advertisment

ଏଣେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ରାଜନୀତିର ରଙ୍ଗ ସବୁବେଳେ ଭଲ ଅଛି, ଭଲ କରିପାରିଲେ ଭଲ । ଆମେ ଯାହାକୁ ସମର୍ଥନ ଦେଉ, ପୂର୍ଣ୍ଣମାତ୍ରାରେ ଦେଇଥାଉ । ଅନ୍ୟପଟେ ଦିଲ୍ଲୀପ ରାୟ ପିସିସି ସଭାପତିଙ୍କୁ ଫୋନ୍ କରି ସମର୍ଥନ ମାଗିଥିଲେ । ହେଲେ କଂଗ୍ରେସ ସମର୍ଥନ ଦେବନି ବୋଲି କହିଛନ୍ତି ଭକ୍ତ ଚରଣ ଦାସ । 

ଆଉ ତିନି ଦଳଙ୍କ ଛକାପଞ୍ଝା ଭିତରେ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର ସିଧା ନକହିଥଲେ ବି ବିଜେଡିକୁ ସମର୍ଥନ ଦେବେନି ବୋଲି ପରୋକ୍ଷରେ ସଂକେତ ଦେଇଛନ୍ତି । ପାଟକୁରା ବିଧାୟକ କହିଛନ୍ତି, ଏବେ ସେ ସ୍ୱାଧୀନ ଭାବେ ଅଛନ୍ତି । ଭୋଟିଂ ସମୟରେ ଯାହା ଠିକ୍ ଲାଗିବ ସେହି ନିଷ୍ପତି ନେବି । କିଛି ଲୁଚା ଛପା ରହିବ ନାହିଁ । ବର୍ତ୍ତମାନ ସୁଦ୍ଧା ରାଜ୍ୟସଭା ନିର୍ବାଚନ ପାଇଁ କେହି ଯୋଗାଯୋଗ କରିନାହାନ୍ତି । ଆଉ ଆଜି ମଧ୍ୟ ତାଙ୍କ ଘରକୁ ଆସି ଦିଲ୍ଲୀପ ରାୟ ହୋଲି ଶୁଭେଚ୍ଛା ଜଣାଇଥିବା କହିଛନ୍ତି ଅରବିନ୍ଦ ।

Advertisment

ସଂଖ୍ୟା ଦୃଷ୍ଟିରୁ ୨ଟି ସିଟରେ ବିଜେପି ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍ କୁମାର ଏବଂ ଆଉ ଗୋଟିଏ ସିଟରେ ବିଜେଡି ପ୍ରାର୍ଥୀ ସଂତ୍ରୁପ୍ତ ମିଶ୍ର ବିଜୟୀ ହେବା ଏକ ପ୍ରକାର ନିଶ୍ଚିତ । ତେବେ ଏଠି ପ୍ରଶ୍ନ ବିଜେଡିର କମନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ବଳକା ସମସ୍ତ ବିଜେଡି ବିଧାୟକ ଓ କଂଗ୍ରେସର ସବୁ ବିଧାୟକ ଭୋଟ ଦେବେ ତ ?

Rajya Sabha Odisha Politics Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ