Advertisment

Rajya Sabha Election Race: ଚାଲିଛି ରାଜ୍ୟସଭା କସରତ; ବିଧାୟକ ଦଳ ବୈଠକ ଡାକି ନବୀନଙ୍କ ଆଲୋଚନା

ଚାଲିଛି ରାଜ୍ୟସଭା କସରତ। ବିଧାୟକ ଦଳ ବୈଠକ ଡାକି ନବୀନଙ୍କ ଆଲୋଚନା। ବିଜେଡି ପ୍ରାର୍ଥୀ ଘୋଷଣା ପୂର୍ବରୁ ପ୍ରସ୍ତାବକ ଭାବେ MLAଙ୍କ ଦସ୍ତଖତ ଚର୍ଚ୍ଚା। ସଂଖ୍ୟା ନଥାଇବି ୩ ସେଟ୍ ନାମାଙ୍କନ କିଣି ଭକ୍ତଙ୍କ ଦିଲ୍ଲୀ ଗସ୍ତ। ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ପରେ ବିଜେପିର ରଣନୀତିକୁ ନେଇ ଚର୍ଚ୍ଚା।

Rajya Sabha Election Race

ଚାଲିଛି ରାଜ୍ୟସଭା କସରତ; ବିଧାୟକ ଦଳ ବୈଠକ ଡାକି ନବୀନଙ୍କ ଆଲୋଚନା Photograph: (OTV)

Advertisment

ରାଜ୍ୟସଭା ପାଇଁ କିଏ ଦେବ କେତୋଟି ପ୍ରାର୍ଥୀ। ବିଜେଡି କିଣିଥିଲା ୬ଟି ସେଟ୍, କଂଗ୍ରେସ କିଣିଲା ୩ଟି। ଚତୁର୍ଥ ଆସନରେ କିଏ କରିବ ନମିନେସନ। ତାକୁ ନେଇ ଚର୍ଚ୍ଚା। ଏହାରି ଭିତରେ ଗତକାଲି ପିଏସି ବୈଠକ ପରେ ଆଜି ସମସ୍ତ ବିଧାୟକଙ୍କୁ ନବୀନ ନିବାସ ଡାକି ବୈଠକ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ। ଏପଟେ ରାଜ୍ୟସଭା ରଣନୀତି ଚୂଡାନ୍ତ ପାଇଁ ଦିଲ୍ଲୀ ଯାଇଛନ୍ତି ପିସିସି ସଭାପତି ଭକ୍ତ ଦାସ। 

Advertisment

ତେବେ ବିଜେପିର ପ୍ରାର୍ଥୀ କିଏ ହେବେ ସେନେଇ ଦଳର ସଂସଦୀୟ ବୋର୍ଡ ଚୁଡ଼ାନ୍ତ ନିଷ୍ପତ୍ତି ନେବାକୁ ଥିବା ବେଳେ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିବାକୁ ନେଇ ବଢ଼ିଛି ଚର୍ଚ୍ଚା।

ବିଜେଡି କିଣିଛି ୬ ସେଟ୍ ନାମାଙ୍କନ। ସଂଖ୍ୟା ନଥାଇ ବି କଂଗ୍ରେସ କିଣିଲା ୩ ସେଟ୍ । ବିଜେପି ଉପରେ ସମସ୍ତଙ୍କ ନଜର। ଆଉ ଏଣେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା। ଚତୁର୍ଥ ଆସନ ପାଇଁ ସସପେନ୍ସ ଜାରି। ଦିନ ଯେତେ ପାଖଉଛି ସେତିକି ଘମାସାନ ହେଉଛି ରାଜ୍ୟସଭା ରାଜନୀତି। ଗତକାଲି ବିଜେଡିର ରାଜନୈତିକ ବ୍ୟାପାର କମିଟି ବୈଠକ ପରେ ଆଜି ବିଧାୟକମାନଙ୍କୁ ହୋଇଛି ନବୀନ ନିବାସ ଡକରା। କୁହାଯାଉଛି ଦଳ କିଣିଥିବା ନାମାଙ୍କନ ପତ୍ରରେ ପ୍ରସ୍ତାବକ ଭାବେ ବିଧାୟକମାନଙ୍କଠାରୁ ରଖାଯିବ ଦସ୍ତଖତ। 

Advertisment

ଯଦିଓ ବିଜେଡି ପାଖରେ ଗୋଟିଏ ସିଟ୍ ପାଇଁ ସଂଖ୍ୟା ରହିଛି କିନ୍ତୁ ୬ ସେଟ୍ ନାମାଙ୍କନ କିଣିଛି ଦଳ। ପ୍ରଶ୍ନ ଉଠୁଛି ପ୍ରାର୍ଥୀ ଘୋଷଣା ପୂର୍ବରୁ ଏ ଦସ୍ତଖତ ଷ୍ଟ୍ରାଟେଜି ପଛର କାରଣ କଣ। ନବୀନଙ୍କୁ ଘାରିଛି କି ବିରୋଧ ଭୟ। କାହିଁକି ନା ରାଜ୍ୟସଭା ପାଇଁ ସନ୍ତୃପ୍ତ ମିଶ୍ର ଏବଂ ସୁଜାତା କାର୍ତ୍ତିକେୟନଙ୍କ ନାଁ ଅଧିକ ଚର୍ଚ୍ଚାରେ ରହିଛି। ଯାହାକୁ ନେଇ ଅରୁଣ ସାହୁ, ବଦ୍ରିନାରାୟଣ ପାତ୍ର, ଅଶୋକ ପଣ୍ଡାଙ୍କ ଭଳି ବରିଷ୍ଠ ନେତା ପରୋକ୍ଷରେ ଇଙ୍ଗିତ ମଧ୍ୟ କରିସାରିଛନ୍ତି। ଯେଉଁଥି ପାଇଁ ଆଗୁଆ ବିଧାୟକମାନଙ୍କୁ ଡକାଯାଇଥିବା କୁହାଯାଇଛି। 

ଅନ୍ୟ ପଟେ ଚତୁର୍ଥ ଆସନ ପାଇଁ କଣ ହେବ ସମୀକରଣ ତାକୁ ନେଇ ବି ଚର୍ଚ୍ଚା। ଏହାରି ଭିତରେ ସଂଖ୍ୟା ନଥାଇ ମଧ୍ୟ ଆଜି କଂଗ୍ରେସ କିଣିଛି ନାମାଙ୍କନ ପତ୍ର। ବିଧାୟକ ସତ୍ୟଜିତ ଗମାଙ୍ଗ ୩ ସେଟ ନାମାଙ୍କନ ପତ୍ର କିଣିଛନ୍ତି। ତେଣେ ରାଜ୍ୟସଭା ରଣନୀତି ଚୂଡାନ୍ତ ପାଇଁ ପିସିସି ସଭାପତି ଭକ୍ତ ଦାସ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଏହା ସହ ୫ ଜଣଙ୍କ ନାଁ ନେଇ ବିଜେଡିର ସମର୍ଥନ କଥା ବି ଦୋହରାଇଛନ୍ତି। ତେବେ ଚତୁର୍ଥ ଆସନରେ ବିଜେଡି ଲଢିବା ନେଇ ମଧ୍ୟ ସଙ୍କେତ ଦେଇଛନ୍ତି ଦଳର ବିଧାୟକ ସାରଦା ଜେନା। କିନ୍ତୁ ବିଜେପିର ଦମ୍ଭୋକ୍ତି, ଗୋଟିଏ ଆସନ ଛାଡିଦେଲେ ବାକି ୩ ଆମର। 

Advertisment

ଏଣେ ବିଜେପିରୁ କିଏ ପ୍ରାର୍ଥୀ ହେବେ ସେ ନେଇ ଦଳର ସଂସଦୀୟ ବୋର୍ଡ ଖୁବ ଶୀଘ୍ର ଘୋଷଣା କରିବ । ତେବେ ଏ ସବୁ ଭିତରେ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହାକୁ ନେଇ ଚର୍ଚ୍ଚା ବଢିଛି । ରାଜ୍ୟସଭା ନାମାଙ୍କନ ପାଇଁ ୫ ଶେଷ ତାରିଖ ଥିବା ବେଳେ ଶନିବାର, ରବିବାର ସରକାରୀ ଛୁଟି। ହାତରେ ଆଉ ମାତ୍ର ୪ ଦିନ। କୁହାଯାଉଛି ଚତୁର୍ଥ ଆସନ ନେଇ କେନ୍ଦ୍ର ବିଜେପିର ଷ୍ଟ୍ରାଟେଜିକୁ ଅପେକ୍ଷା କରିଛି ବିଜେଡି।

Rajya Sabha Odisha Politics Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ