Advertisment

Rail Budget Odisha: ରେଳ ବଜେଟରେ ଓଡ଼ିଶା ପାଇଁ ୧୦ ହଜାର ୯୨୮ କୋଟି ଟଙ୍କା ରହିଛି

ରେଳ ବଜେଟରେ ଓଡ଼ିଶାକୁ ବଡ଼ ଉପହାର! ବଜେଟରେ ଓଡ଼ିଶା ପାଇଁ ୧୦ ହଜାର ୯୨୮ କୋଟି ଟଙ୍କା ରହିଛି। ଆଜି ରେଲ୍ ବଜେଟ୍ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

Rail Budget Odisha

ରେଳ ବଜେଟରେ ଓଡ଼ିଶାକୁ ବଡ଼ ଉପହାର! Photograph: (OTV)

Advertisment

ରେଳ ବଜେଟରେ ଓଡ଼ିଶା ପାଇଁ ୧୦ ହଜାର ୯୨୮ କୋଟି ଟଙ୍କା ରହିଛି। ଆଜି ରେଲ୍ ବଜେଟ୍ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ନୂଆଦିଲ୍ଲୀରେ ଏକ ପ୍ରେସ୍ ମିଟରେ ସେ ସୂଚନା ଦେଇ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୯୦ ହଜାର ୬୫୯ କୋଟିର ପ୍ରକଳ୍ପ ଚାଲୁ ରହିଛି । ଇଷ୍ଟ-ୱେଷ୍ଟ ଫ୍ରେଡ୍ କରିଡରରୁ ଓଡ଼ିଶାକୁ ବଡ଼ ଫାଇଦା ମିଳିବ। ଇଷ୍ଟ-ୱେଷ୍ଟ ଫ୍ରେଡ୍ କରିଡର ଓଡ଼ିଶା ଦେଇ ଯିବ। ଏହା ଛତିଶଗଡ଼, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର ଦେଇ ଗୁଜରାଟରେ ପହଞ୍ଚିବ । ଓଡ଼ିଶାର ଶିଳ୍ପ ବିକାଶରେ ଇଷ୍ଟ-ୱେଷ୍ଟ ଫ୍ରେଡ୍ କରିଡର ବଡ଼ ଭୂମିକା ନିଭାଇବ । 

Advertisment

ଗତ ୧୧ ବର୍ଷରେ ଓଡ଼ିଶାରେ ୨ ହଜାର ୨ ଶହ କିମି ନୂଆ ଟ୍ରାକ୍ ତିଆରି ହୋଇଛି । ଯାହା ସମଗ୍ର ମାଲେସିଆରେ ଥିବା ଟ୍ରେନ୍ ଟ୍ରାକ୍ ଠାରୁ ଅଧିକ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ଓଡ଼ିଶାରେ ୬ଟି ଲେଖାଏଁ ବନ୍ଦେ ଭାରତ, ଅମୃତ ଭାରତ ଏକ୍ସପ୍ରେସ୍ ଚାଲିଛି । ଏଥିସହ ଓଡ଼ିଶାରେ ଶତ ପ୍ରତିଶତ ଟ୍ରେନ୍ ଟ୍ରାକ୍ ବିଦ୍ୟୁତିକରଣ କାର୍ଯ୍ୟ ସମ୍ପନ୍ନ ହୋଇଛି ବୋଲି ବୈଷ୍ଣବ କହିଛନ୍ତି । ‘ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ବେଶ୍ ଭଲ କାମ କରୁଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

Indian Railways Rail Budget For Odisha Union Budget
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ